ଗୋହିରା ଓ ଗଁପୁର ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସେବା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ

ଦ୍ୱିତୀୟ ପ୍ରଜାୟରେ ଘଷିପୁରା ବ୍ଳକର ଗୋହିରା ଓ ଗଁପୁର ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଗଁପୁର ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ,ସମ୍ମାନିତ ଅତିଥି ଭାବେ ଘଷିପୁରା ବିଡ଼ିଓ ମାନସ ରଞ୍ଜନ ସାମଲ , ସହାୟକ ଯନ୍ତ୍ରୀ ଲଷ୍ମୀ ପ୍ରିୟା ଜେନା , କନିଷ୍ଠ ଯନ୍ତ୍ରୀ ସସ୍ମିତା ପାତ୍ରଙ୍କ ସହ ଅନେକ କାର୍ଯ୍ଯକାରୀ ସଦସ୍ଯ ଯୋଗଦେଇଥିଲେ । ତେବେ ଏହି ବ୍ୟାଙ୍କ ସେବା ଦ୍ୱାରା ଦ୍ୱାରା ଅଞ୍ଚଳର ଲୋକ ମାନେ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ଯକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗୋହିରା ଓ ଗଁପୁର ପଞ୍ଚାୟତ ଓ ଆଖ ପାଖ ଅଞ୍ଚଳବାସୀ ବହୁ ସଂଖ୍ୟକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *