ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

କେନ୍ଦୁଝର ଜିଲ୍ଲା ବଡବିଲରେ EDର ଚଢ଼ାଉ । ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ED ପକ୍ଷରୁ ରେଡ୍ ଜାରି ରହିଛି । ଖଣି ଦୁର୍ନୀତି ସମ୍ପର୍କିତ ମାମଲାରେ ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି । ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂଚନା ଅନୁଯାୟୀ, ଦୀପକ ଗୁପ୍ତାଙ୍କ ବିରୋଧରେ ଖଣି ଦୁର୍ନୀତିକୁ ନେଇ ମାମଲା ରୁଜୁ ହୋଇଥିଲା । ତେଣୁ, ବଡ଼ବିଲରେ ଥିବା ମହାନ୍ତ ବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା । ଉଲିବୁରୁ ଖଣିରେ ୧୮ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ, ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ପୂର୍ବରୁ ମଧ୍ୟ ଇଡି ଦୀପକ ଗୁପ୍ତାଙ୍କ ଯାଞ୍ଚ କରିଛି ।

Leave a Reply

Your email address will not be published. Required fields are marked *