ମିନି ବସ୍ ସହ ଲୁହା ରଡ଼ ବୋଝେଇ ପିକ୍ ଅପ ଭ୍ୟାନ ଧକ୍କା, ୧୦ରୁ ଉର୍ଦ୍ଧ୍ବ ଆହାତ

ଯାତ୍ରୀବାହୀ ମିନି ବସ୍ ସହ ଲୁହା ରଡ଼ ବୋଝେଇ ପିକ୍ ଅପ ଭ୍ୟାନ ଧକ୍କା । ବସର ଆଗପଟ ଭାଙ୍ଗି ଚୂନା ହୋଇଯାଇଥିବା ବେଳେ ପିକଅଫ ଭ୍ୟାନ ଆଗପଟ ଭାଙ୍ଗିଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲାନସୁଗା ଠାରେ । ସୂଚନା ମୁତାବକ, ଜି. ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ମିନି ବସ ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଏକ ଲୁହା ରଡ଼ ବୋଝେଇ ମାକ୍ସ ପିକ୍ଅପ ଭ୍ୟାନ ସହ ମୁହାଁମୁହିଁ ହୋଇଥିଲା । ଧକ୍କା ହେବା ଫଳରେ ବସର ଡ୍ରାଇଭାଇ ସମତେ ଦୁଇ ଜଣ ଗୁରୁତର ହେବା ସହ ୧୦ରୁ ଉର୍ଦ୍ଧ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଜି ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅତି ଗୁରୁତର ହୋଇଥିବା ଦୁଇ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଜି. ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *