ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳୀର ଏମଡି ବାଲାକୃଷ୍ଣଙ୍କୁ ସୁପ୍ରିମକୋର୍ଟର ଅବମାନନା ନୋଟିସ୍

ସୁପ୍ରିମକୋର୍ଟ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳୀର ଏମଡି ବାଲାକୃଷ୍ଣଙ୍କୁ ଅବମାନନା ନୋଟିସ୍ ଜାରି କରିଛନ୍ତି । ଏଥସିହତ ଦୁହିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ହାଜର ହେବାକୁ ସେମାନଙ୍କୁ ଦୁଇ ୧୫ ଦିନକ ସମୟ ଦିଆଯଇଛି । କେବଳ ସେତିକି ନୁହେଁ ସର୍ବୋଚ୍ଚ ନ୍ୟାୟାଳୟ ସଂସ୍ଥାକୁ ବିଜ୍ଞାପନ ପ୍ରକାଶିତ କରିବାରେ ମଧ୍ୟ ରୋକ ଲଗାଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କଣ ।

ସୁପ୍ରିମକୋର୍ଟ ପତଞ୍ଜଳୀ ଆୟୁରବେଦର କଥିତ ଭ୍ରମାତ୍ମକ ବିଜ୍ଞାପନକୁ ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଛନ୍ତି । ଏଥିରେ କୋର୍ଟର ଅବମାନନା ମାମଲାକୁ ନେଇ ରାମଦେବ ଏବଂ ବାଲକୃଷ୍ଣଙ୍କୁ ନୋଟିସ ଜାରି କରି ସେମାନଙ୍କୁ ହାଜର ହେବାକୁ କହିଥିଲେ । କିନ୍ତୁ, ରାମଦେବ ହାଜର ହୋଇନଥିଲେ । ଏଥିସହିତ ସୁପ୍ରିମକୋର୍ଟ ତରଫରୁ ୩ ସପ୍ତାହ ମଧ୍ୟରେ ପତଞ୍ଜଳୀ ଆୟୁରବେଦର ମ୍ୟାନେଜିଂ ଡାଇରେକ୍ଟର ବାଲକୃଷ୍ଣ ଓ ରାମଦେବଙ୍କୁ ଏହି ମାମଲାରେ ଜବାବ ମାଗିଛନ୍ତି ।

ତେବେ ଆପଣଙ୍କୁ କହିରଖୁଛୁ, ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ଆବେଦନରେ କୁହାଯାଇଛି ଯେ, ପତଞ୍ଜଳୀ ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଏବଂ ବିଭ୍ରାନ୍ତିକର । କେବଳ ସେତିକି ନୁହେଁ, ଡାକ୍ତରଙ୍କ ଏହି ସଂଗଠନ ଏହା ମଧ୍ୟ କହିଛି ଯେ, ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ବେ ରାମଦେବ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତରଙ୍କ ଉପରେ ମିଥ୍ୟା ପ୍ରଚାର ପ୍ରସାର କରିଥିବା ଅଭିଯୋଗ ଲଗାଇଥିଲେ । ଆହୁରି ମଧ୍ୟ କୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଥିଲା ।

ଆଇଏମଏ କହିଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବିଜ୍ଞାପନ ପ୍ରକାଶିତ ହେଉଛି ଏବଂ ଏହି ବିଜ୍ଞାପନରେ କୁହାଯାଇଛି ଯେ ରାସାୟନିକ ଭିତ୍ତିକ ଔଷଧ ଅପେକ୍ଷା ପତଞ୍ଜଳିର ଔଷଧ ଭଲ । ଏଭଳି ପରିସ୍ଥିତିରେ ପତଞ୍ଜଳି ଆୟୁର୍ବେଦ କ୍ରମାଗତ ଭାବରେ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରୁଛନ୍ତି ।

Leave a Reply

Your email address will not be published. Required fields are marked *