ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ନିବେଦନ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ତଥା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତର ଶ୍ରମିକ ମାନେ ଗତ ଦଶହରା ସମୟରେ ଟଙ୍କା ବଇନା ନେଇ ଦାଦନ ଭାବରେ ହାଇଦ୍ରାବାଦ ରାଜ୍ୟକୁ ଇଟା ତିଆରି କରିବାକୁ ଯାଇଛନ୍ତି l ହାଇଦ୍ରାବାଦ ରାଜ୍ୟ ମେଡାକ ଜିଲ୍ଲା ଟେକମାଲ ଥାନା ଏଲାମପାଳି ପଞ୍ଚାୟତ ଅଞ୍ଚଳରେ ଶ୍ରମିକ ଭାବେ ରହି କାର୍ଯ୍ୟ କରୁଛନ୍ତି ।

ମାତ୍ର ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଅଛି ।ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ କରି ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରଲ ହୋଇଛି

ତେବେ ପ୍ରଶାସନ ତରଫରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅନୁରୋଧ କରାଯାଇଛି l ଦିନ କୁ ଦିନ ଏହି ଭଳି ଘଟଣା ସାମ୍ନା କୁ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର,କେନ୍ଦ୍ର ସରକାର ନିଦାବିଷ୍ଣୁ ପାଲଟିଛନ୍ତି l ତେବେ ଦେଖିବାକୁବାକିରହିଲା କି ପଦକ୍ଷେପଗ୍ରହଣ କରା ଯାଉଛି ଏବାବଦରେ ।

Leave a Reply

Your email address will not be published. Required fields are marked *