Blog

  • ମେଟ୍ରୋରେ ବୁଲିବା ୪ ସହର..ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ୍

    ମେଟ୍ରୋରେ ବୁଲିବା ୪ ସହର..ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ୍

    ଶେଷରେ ଆଜି ମେଟ୍ରୋ ଟ୍ରେନ୍‌ (metro train)କୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍ (green signal)। ଏଭଳି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ(approved) ଦେଇଛନ୍ତି । ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ ଏହି ମେଟ୍ରୋ ଟ୍ରେନ୍ । ପ୍ରାଥମିକ ପର୍ଯ୍ୟାୟ(initial phase)ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି । ପରେ ପରେ ଭୁବନେଶ୍ୱର ସମେତ କଟକ, ଖୋର୍ଦ୍ଧା ଓ ପୁରୀକୁ ଗଡ଼ିବ ଟ୍ରେନ୍ ।

    5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ଉନ୍ନୟନ କମିଶନର ଅନୁ ଗର୍ଗ,ପରିବହନ ସଚିବ ଉଷା ପାଢ଼ୀ,ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନ,ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ,ବାଣୀବିହାର,ଜୟଦେବ ବିହାର,ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍‌ ରିଭ୍ୟୁ(review) କରିଥିଲା ।

    ବିଶେଷକରି ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଅତି କମରେ ୧୦ ବର୍ଷ ସମୟ ଲାଗିବ । ଏହି ସମୟ ମଧ୍ୟରେ ଟ୍ୱିନ୍ ସିଟିରେ ଲୋକସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଇଥିବ । ତେଣୁ ଆସନ୍ତା ଦିନରେ ଭିଡ଼ (crowd)କମାଇବା ପାଇଁ ଏବେଠୁ ମେଟ୍ରୋ ଟ୍ରେନ୍ କାମ କରିବା ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନୁଗୁଳ-ସୁକିନ୍ଦା ରେଲୱେର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

  • କାସଭି ଷ୍ଟିଲ୍ ପ୍ଲାଣ୍ଟକୁ ମଞ୍ଜୁରୀ

    କାସଭି ଷ୍ଟିଲ୍ ପ୍ଲାଣ୍ଟକୁ ମଞ୍ଜୁରୀ

    ଏହା ମୋର ସ୍ୱପ୍ନ’ର ପ୍ରୋଜେକ୍ଟ : ଇଂ.ଦେବବ୍ରତ

    KASVI GROUP CHAIRMAN


    project,green signal,approval,investment
    ଉତ୍କଳ ଦିବସ ଅବସରରେ କେନ୍ଦୁଝର ପାଇଁ ଦୁଇଟି ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ(project)କୁ ମଞ୍ଜୁରୀ ମିଳିଛି । କାସଭି ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମଟେଡ (Kasvi Power and Steel Private Limited) ଏବଂ ସୁପର ସ୍ମେଲଟର ଲି‌ମିଟେଡକୁ ଗ୍ରୀନ୍ ସିଗନାଲ (green signal) ଦେଇଛନ୍ତି ରାଜ୍ୟ ସରକାର । ବାରମ୍ବାର ଦାବି ପରେ ଆଜି ସରକାର ଏହାକୁ ଅନୁମୋଦନ(approval) କରିଛନ୍ତି ।

    ସୂଚନା ଅନୁସାରେ କାସଭି ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍ ଝୁମ୍ପୁରା ତହସିଲ ଅଞ୍ଚଳରେ ପ୍ରତିଷ୍ଠା ହେବ । ଏଥିପାଇଁ ୧୮୦୦ କୋଟି ଟଙ୍କା ପୁଞ୍ଜି ନିବେଶ (investment)କରାଯିବ । ଷ୍ଟିଲ ପ୍ଲାଣ୍ଟର କ୍ଷମତା ରହିବ ୦.୫୫ ଏମ୍‌ଟିପିଏ । ୩୫୦୦ ବେକାର ଯୁବକଯୁବତୀଙ୍କ ଏଠାରେ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

    ଏ ସମ୍ପର୍କରେ କାସଭି ଗ୍ରୁପ୍ ଚେୟାରମ୍ୟାନ୍ ଇଞ୍ଜିନିୟର ଦେବବ୍ରତ ବେହେରା କହିଛନ୍ତି କେନ୍ଦୁଝରରେ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ମୋର ସ୍ୱପ୍ନ (dream)ଥିଲା । ଯଦିଓ ପୂର୍ବରୁ ଏକାଧିକ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ, ଲୁହାପଥର ଖଣି, ମାଙ୍ଗାନିଜ୍ ଖଣି କାସଭି ଗ୍ରପୁପ ମାଲିକାନାରେ ରହିଛି ମାତ୍ର ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ କେନ୍ଦୁଝରର ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସହାୟକ ବୋଲି ସେ କହିଛନ୍ତି ।

    ସେହିପରି, ସୁପର ସ୍ମଲ୍ଟର ଲିମିଟେଡ ପକ୍ଷରୁ ୧.୮ ଏମଟିିପିଏ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ ୫୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବାବେଳେ ୧୯୦୦୦ ନିଯୁକ୍ତି ମିଳିବ ।

  • ଆର୍ଥିକ ବର୍ଷି ଆରମ୍ଭରୁ କମିଲା ଗ୍ୟାସ୍ ସିଲିଣ୍ଡର ଦର…ଆଜିଠୁ ନୂଆ ରେଟ୍

    ଆର୍ଥିକ ବର୍ଷି ଆରମ୍ଭରୁ କମିଲା ଗ୍ୟାସ୍ ସିଲିଣ୍ଡର ଦର…ଆଜିଠୁ ନୂଆ ରେଟ୍

    ଆରମ୍ଭ ହୋଇଛି ଆର୍ଥିକ ବର୍ଷ (financial year)୨୦୨୩-୨୪ । ଆର୍ଥିକ ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ଆସିଛି । ତୈଳ ଓ ଗ୍ୟାସ୍ ମାର୍କେଟିଂ କମ୍ପାନୀଗୁଡ଼ିକର ନିଷ୍ପତ୍ତି ଅନୁସାରେ ଘରୋଇ ଗ୍ୟାସ୍ ସିଲିଣ୍ଡର(Gas Cylinder) ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ବ୍ୟବସାୟିକ (Commercial) ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଛି । ତୈଳ କମ୍ପାନୀଗୁଡ଼ିକ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୯୧.୫୦ ଟଙ୍କା କମାଇଛନ୍ତି । ଏହି ନୂଆ ଦର ଆଜିଠାରୁ ହିଁ ଲାଗୁ ହୋଇଛି ।

    ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ବାଣିଜ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କାକୁ ହ୍ରାସ ପାଇଥିବା ବେଳେ କୋଲକାତାରେ ୮୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୫.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଲାଗୁ ପରେ ବର୍ତ୍ତମାନ ଦିଲ୍ଲୀରେ ୨୦୨୮ ଟଙ୍କା, ମୁମ୍ବାଇରେ ୧୯୮୦ ଟଙ୍କା, କୋଲକାତାରେ ୨୧୩୨ ଟଙ୍କା ଏବଂ ଚେନ୍ନାଇରେ ୨୧୯୨.୫୦ ଟଙ୍କାରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମିଳିବ । ସେପଟେ, ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି ।

  • ବର୍ଷାରେ ଭିଜିଲା ରାଜ୍ୟ..ଟ୍ୱିନ୍ ସିଟି ବେହାଲ

    ବର୍ଷାରେ ଭିଜିଲା ରାଜ୍ୟ..ଟ୍ୱିନ୍ ସିଟି ବେହାଲ

    RAINING IN ODISHA

    ଗତକାଲି ରାତି ଏବଂ ଆଜି ଭୋରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା(rain) ହୋଇଛି । ଟୁଇନ୍ ସିଟି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ବର୍ଷା ହୋଇଛି । ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଯାଜପୁର ଭଳି ଜିଲ୍ଲାର କିଛି ସ୍ଥାନରେ ପଶ୍ଚିମା ଝଡ଼ (westerly storm)ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ବିଜୁଳି,ଘଡ଼ଘଡ଼ି (lightning and thunder)ସହ ପ୍ରବଳ ବର୍ଷା ହୋଇଛି । ଆଜି ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Regional Meteorological Center)ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଧୀରେ ଧୀରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷା ଛାଡ଼ି ପାଗ ଶୁଖିଲା ରହିବ ।

    ଗତକାଲି ଅପରାହ୍ଣ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨ରୁ ୩ ଘଣ୍ଟା ଯାଏ ବର୍ଷିଥିଲା । ଜଗତ୍‌ସିଂହପୁରରେ ସର୍ବାଧିକ ୩୩.୨ ମିମି, ନୟାଗଡ଼ରେ ୧୩ ମିମି,ଢେଙ୍କାନାଳରେ ୨୮.୬ମିମି, ଚାନ୍ଦବାଲିରେ ୧୦ ମିମି ଲେଖାଏଁ ବର୍ଷା ହୋଇଛି । କିଛି ସ୍ଥାନରେ ରାତି ସାଢ଼େ ୧୦ଟା ଯାଏ ବର୍ଷା ହୋଇଥିଲା ।

  • ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’…ବନ୍ଦେ ଉତ୍କଳ ଜନନୀ

    ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’…ବନ୍ଦେ ଉତ୍କଳ ଜନନୀ

    UTKAL DIVAS

    ଆଜି ଏପ୍ରିଲ ୧ ଉତ୍କଳ ଦିବସ । ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା । ଏହି ମାନ୍ୟତା ପାଇବାର ୮୭ ବର୍ଷ ପୂର୍ଣ୍ଣ ହୋଇଛି । ଆଜିର ଉତ୍କଳ ଦିବସ(Utkala Divas)କୁ ଆନନ୍ଦ ଉଲ୍ଲାସର ପାଳନ କରାଯାଉଛି ।

    ୧୯୩୬ ମସିହା ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ କିଛି ଅଂଶ ମିଶି ରହିଥିବା ବେଳେ ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧୀନରେ ଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ମହାପୁରୁଷଙ୍କ ଉଦ୍ୟମ ଯୋଗୁଁ ଶେଷର ରାଜ୍ୟର ସବୁ ଅଂଶ ଏକ ହୋଇଥିଲା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ବନିଥିଲା । ସେହିଦିନକୁ ମନେ ରଖିବା, ରାଜ୍ୟର ଇତିହାସ, ଗଠନ ସମ୍ପର୍କରେ ତଥ୍ୟ ହାସଲ କରିବା, ତଥା ସେହି ଦିନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଆମେ ଉତ୍କଳ ଦିବସ ପାଳନ କରୁଛେ ।

    ଉତ୍କଳ ଦିବସକୁ ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି । ରାଜଧାନୀର ପ୍ରମୁଖ ସରକାରୀ ଅଫିସ, ବିଧାନସଭା,ଲୋକସେବା ଭବନ, କମିସନରେଟ୍ ପୋଲିସ ମୁଖ୍ୟାଳୟ ବିଭିନ୍ନ ଆଲୋକମାଳାରେ ସଜ୍ଜିତ ହୋଇଛି । ଆଜିର ଉତ୍କଳ ଦିବସ ଅବସରରେ Suchanatv24x7 ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

  • ଉଦଘାଟନୀ ମ୍ୟାଚ୍ ଜିତିଲା ଗୁଜରାଟ’…ଆଜି ଡବଲ ମୁକାବିଲା

    ଉଦଘାଟନୀ ମ୍ୟାଚ୍ ଜିତିଲା ଗୁଜରାଟ’…ଆଜି ଡବଲ ମୁକାବିଲା

    IPL 2023

    ଫଟାଫଟ୍ କ୍ରିକେଟ୍ IPL ଆରମ୍ଭ ହୋଇଯାଇଛି । ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ ସହ ବିଜୟ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ହରାଇ ଗୁଜରାଟ ଉଦଘାଟନୀ ମ୍ୟାଚ୍ ଜିତିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା । ଶତକରୁ ବଞ୍ଚିତ ଋତୁରାଜ ଗାଏକୱାଡ ସର୍ବାଧିକ ୯୨ ରନ୍ କରିଥିଲେ । ଜବାବରେ ଗୁଜରାଟ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଗୁଜରାଟ ଗିଲ୍ ସର୍ବାଧିକ ୬୩ ରନ୍ କରିଥିଲେ ।

    ସେପଟେ, ଆଜି IPLରେ ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩ଟା ୩୦ରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ ।

  • ଝାରସୁଗୁଡ଼ା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା…ଦୀପାଳି’ଙ୍କ ନାଁରେ ମୋହର

    ଝାରସୁଗୁଡ଼ା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା…ଦୀପାଳି’ଙ୍କ ନାଁରେ ମୋହର

    BJD CANDIDATE

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥିନୀ । ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି । ମେ’୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ହେବେ । ଏପ୍ରିଲ ୧୩ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ନାମାଙ୍କନପତ୍ର ଦାଖଲ ଶେଷଦିନ । ମେ’୧୩ରେ ଭୋଟ୍ ଗଣତି ହେବ । ମେ’୧୫ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

  • ଘଷିପୁରାରେ ବଢୁଛି କ୍ରାଇମ…’ଅଭିଯୁକ୍ତମାନଙ୍କୁ ଗିରଫ କର’

    ଘଷିପୁରାରେ ବଢୁଛି କ୍ରାଇମ…’ଅଭିଯୁକ୍ତମାନଙ୍କୁ ଗିରଫ କର’

    କେନ୍ଦୁଝର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦ(BalighatDispute)ରୁ ହତ୍ୟା ଶିକାର ହୋଇଥିବା ମଲ୍ଲି ଜେନାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯାଉ । ଏଥିସହ ମାଷ୍ଟରମାଇଣ୍ଡ(mastermind)କୁ ତଦନ୍ତ ପରିସରଭୁକ୍ତ କରିବାକୁ ଜୋରଦାର ଦାବି ହୋଇଛି ।

    ଗତ ମାର୍ଚ୍ଚ ୨୨ ତାରିଖରେ ଘଷିପୁରା ନିର୍ବାଚନମଣ୍ଡଳୀ ଶାଳଦେଇ ଗାଁରେ ବେଆଇନ୍ ବାଲିଘାଟକୁ ଜୋରଦାର ବିରୋଧ (strong protest)ହୋଇଥିଲା । ଶତାଧିକ ମହିଳା ବାଲିଘାଟକୁ ବିରୋଧ କରିଥିବା ବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ବାଲି ମାଫିଆ, ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଏବଂ କିଛି ଯୁବକ ଏଥିରେ ସାମିଲ ଥିଲେ । ତେବେ ଘଟଣାରେ ମଲ୍ଲି ଜେନାଙ୍କ ଡାହାଣ ଗୋଡ଼କୁ ହାଣି ଦେଇଥିଲେ ଦୁର୍ବୃତ୍ତ । କଟକରେ ୬ ଦିନ ରହିବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଜୁଲାଇ ୧୪, ୨୦୨୨ରେ ସୁନନ୍ଦା ସେଠୀ ନାମକ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ନିର୍ବାଚନମଣ୍ଡଳୀରେ ଅପରାଧ (crime)ବଢୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଏସପିଙ୍କୁ ଦାବିପତ୍ର (demand letter)ଦିଆଯାଇଛି ।

  • କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

    କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

    MEDICAL STUDENT DIED

    ବାଲେଶ୍ୱର ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂ ତଳୁ ଜଣେ ଡାକ୍ତରୀ ଛାତ୍ର (Medical Student)ଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ହିତେଷ୍ଣୁ ଦାସ । ସେ ତୃତୀୟ ବର୍ଷର ଏମବିବିଏସ ଛାତ୍ର । ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା । ଶିଳ୍ପାଞ୍ଚଳ ଥାନା ପୋଲିସ ଶବ ବ୍ୟବଚ୍ଛେଦ (post-mortem)ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

    ଫକୀରମୋହନ ମେଡିକାଲ କଲେଜ ଛାତ୍ରାବାସର ୩ ନମ୍ବର ରୁମରେ ରହୁଥିଲେ ହିତେଷ୍ଣୁ । ଗତକାଲି ରାତିରେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ । ତେବେ ରାତି ସାଢ଼େ ୩ଟା ବେଳେ କ୍ୟାମ୍ପସର ୩ ଜଣ ଛାତ୍ର ବାଲେଶ୍ୱର ଷ୍ଟେସନ ଆସୁଥିବା ବେଳେ ୫ ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ (academic building)ତଳେ ହିତେଷ୍ଣୁଙ୍କ ମୃତଦେହ ପଡ଼ିଥିଲା । ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ (real secret) କ’ଣ ସେ ନେଇ କାରଣ ଏଯାଏ ସ୍ପଷ୍ଟ ହୋଇନି ।

    ହତ୍ୟା ନା ଆତ୍ମହତ୍ୟା, ନା ଅସାବଧାନତା ମୃତ୍ୟୁର କାରଣ ସେ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ (speeded up) କରିଛି । ମୃତ ଛାତ୍ର ହିତେଷ୍ଣୁଙ୍କ ଘର ବାଲେଶ୍ୱର ସଦର ଥାନା ଅଧିନ ଭୀମପୁରା ଗାଁରେ । ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମୁଖ୍ୟ କିରାଣି ଭାବେ ଚାକିରି କରିଥିଲେ । କିଛିମାସ ପୂର୍ବେ ସେ ଅବସର ନେଇଛନ୍ତି ।

  • Efl And you may Scottish Nightclubs Absolve to Retain Gambling Sponsors After Regulators Governing

    In-gamble bets may be placed when the cue golf ball is actually hit for the first time. Odds vary because the matches moves on, based on body type gains, millennium vacations and you may misses. People who bet from the right time can sometimes reap the newest advantages. Common in the-enjoy snooker locations are match champ, physique champion and you may high crack. Of course, an informed snooker playing web sites try completely functional to the mobile. (more…)