କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

MEDICAL STUDENT DIED

ବାଲେଶ୍ୱର ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂ ତଳୁ ଜଣେ ଡାକ୍ତରୀ ଛାତ୍ର (Medical Student)ଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ହିତେଷ୍ଣୁ ଦାସ । ସେ ତୃତୀୟ ବର୍ଷର ଏମବିବିଏସ ଛାତ୍ର । ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା । ଶିଳ୍ପାଞ୍ଚଳ ଥାନା ପୋଲିସ ଶବ ବ୍ୟବଚ୍ଛେଦ (post-mortem)ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ଫକୀରମୋହନ ମେଡିକାଲ କଲେଜ ଛାତ୍ରାବାସର ୩ ନମ୍ବର ରୁମରେ ରହୁଥିଲେ ହିତେଷ୍ଣୁ । ଗତକାଲି ରାତିରେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ । ତେବେ ରାତି ସାଢ଼େ ୩ଟା ବେଳେ କ୍ୟାମ୍ପସର ୩ ଜଣ ଛାତ୍ର ବାଲେଶ୍ୱର ଷ୍ଟେସନ ଆସୁଥିବା ବେଳେ ୫ ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ (academic building)ତଳେ ହିତେଷ୍ଣୁଙ୍କ ମୃତଦେହ ପଡ଼ିଥିଲା । ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ (real secret) କ’ଣ ସେ ନେଇ କାରଣ ଏଯାଏ ସ୍ପଷ୍ଟ ହୋଇନି ।

ହତ୍ୟା ନା ଆତ୍ମହତ୍ୟା, ନା ଅସାବଧାନତା ମୃତ୍ୟୁର କାରଣ ସେ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ (speeded up) କରିଛି । ମୃତ ଛାତ୍ର ହିତେଷ୍ଣୁଙ୍କ ଘର ବାଲେଶ୍ୱର ସଦର ଥାନା ଅଧିନ ଭୀମପୁରା ଗାଁରେ । ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମୁଖ୍ୟ କିରାଣି ଭାବେ ଚାକିରି କରିଥିଲେ । କିଛିମାସ ପୂର୍ବେ ସେ ଅବସର ନେଇଛନ୍ତି ।

Leave a Reply

Your email address will not be published. Required fields are marked *