ଘଷିପୁରାରେ ବଢୁଛି କ୍ରାଇମ…’ଅଭିଯୁକ୍ତମାନଙ୍କୁ ଗିରଫ କର’

କେନ୍ଦୁଝର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦ(BalighatDispute)ରୁ ହତ୍ୟା ଶିକାର ହୋଇଥିବା ମଲ୍ଲି ଜେନାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯାଉ । ଏଥିସହ ମାଷ୍ଟରମାଇଣ୍ଡ(mastermind)କୁ ତଦନ୍ତ ପରିସରଭୁକ୍ତ କରିବାକୁ ଜୋରଦାର ଦାବି ହୋଇଛି ।

ଗତ ମାର୍ଚ୍ଚ ୨୨ ତାରିଖରେ ଘଷିପୁରା ନିର୍ବାଚନମଣ୍ଡଳୀ ଶାଳଦେଇ ଗାଁରେ ବେଆଇନ୍ ବାଲିଘାଟକୁ ଜୋରଦାର ବିରୋଧ (strong protest)ହୋଇଥିଲା । ଶତାଧିକ ମହିଳା ବାଲିଘାଟକୁ ବିରୋଧ କରିଥିବା ବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ବାଲି ମାଫିଆ, ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଏବଂ କିଛି ଯୁବକ ଏଥିରେ ସାମିଲ ଥିଲେ । ତେବେ ଘଟଣାରେ ମଲ୍ଲି ଜେନାଙ୍କ ଡାହାଣ ଗୋଡ଼କୁ ହାଣି ଦେଇଥିଲେ ଦୁର୍ବୃତ୍ତ । କଟକରେ ୬ ଦିନ ରହିବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଜୁଲାଇ ୧୪, ୨୦୨୨ରେ ସୁନନ୍ଦା ସେଠୀ ନାମକ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ନିର୍ବାଚନମଣ୍ଡଳୀରେ ଅପରାଧ (crime)ବଢୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଏସପିଙ୍କୁ ଦାବିପତ୍ର (demand letter)ଦିଆଯାଇଛି ।

Leave a Reply

Your email address will not be published. Required fields are marked *