Blog

  • ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଏହି ପରିବା?

    ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଏହି ପରିବା?

    ଗରମ ସହ ମାର୍କେଟକୁ ଆସିଛି କାକୁଡି। ଦେହକୁ ଥଣ୍ଡା ରଖିବାକୁ ହେଉ କି ପେଟ ସମସ୍ୟା ଦୂର, ସବୁ କରିବାରେ କାକୁଡିର ରହିଛି ଔଷଧୀୟ ଗୁଣ। ଖାଲି ଏତିକି ନୁହେଁ, ଓଜନ କମାଇବାରେ ମଧ୍ୟ କାକୁଡି ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହା ଆଣ୍ଟି ଡାଇବେଟିକ ଓ ଆଣ୍ଟି ଅକ୍ସିଡେଣ୍ଟସରେ ଭରା। ଏଥିସହ, ଭିଟାମିନ ସି, ଭିଟାମିନ କେ ଓ ଅନ୍ୟ ପୋଷକ ତତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବା ସହ ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଲିପିଡ ଲୋଅରିଂ ଗୁଣ ମିଳିଥାଏ।  ତେବେ କେଉଁ ପ୍ରକାରର ତଥା କିପରି ଓଜନ ହ୍ରାସ ହେବ ସେ ବିଷୟରେ ଆସନ୍ତୁ ଜାଣିବା।

    ଓଜନ କମ କରିବାକୁ କିପରି ଖାଇବା କାକୁଡି…

    କାକୁଡି ଏକ ସ୍ୱଳ୍ପ କ୍ୟାଲେରୀର ଖାଦ୍ୟ, ଯେଉଁଥିରେ ରହିଛି ଜିରୋ ଫ୍ୟାଟ। ଏଥିପାଇଁ, କାକୁଡିକୁ ଲେସ ଡାଏଟ ଭାବେ ଗ୍ରହଣ କରିପାରନ୍ତି।

    କୋଷ୍ଠ କାଠିନ୍ୟ ପରି ପେଟ ରୋଗ ମଧ୍ୟ ଦୂର କରିଥାଏ କାକୁଡି। କାକୁଡି ଫାଇଭରରେ ଭରପୁର ହୋଇଥାଏ ଓ ଏଥିରେ ୱାଟର କଣ୍ଟେଣ୍ଟ ଅଧିକ ଥିବାରୁ ଏହା କୋଷ୍ଠ କାଠିନ୍ୟରୁ ମୁକ୍ତି ଦେଇଥାଏ।

    ମେଦବହୁଳତା ବୃଦ୍ଧିରେ ସୁଗାରର ବଡ ହାତ ରହିଛି। ସୁଗାର ପରି କୌଣସି ଖାଦ୍ୟ ଖାଇବାରୁ ମେଦ  ବୃଦ୍ଧିର ବିପଦ ରହିଥାଏ। ହେଲେ କାକୁଡିରେ ଯେଉଁ ସୁଗାର ରହିଥାଏ, ତାହା ଶୂନ୍ୟ ସଦୃଶ, ଯାହା ବେଶ ଭଲ ୱେଟ ଲସ ଖାଦ୍ୟ ଭାବେ କାର୍ଯ୍ୟ କରିଥାଏ।

    ଶରୀରକୁ ସୁଦ୍ଧ କରିବାରେ କାକୁଡି ଭଲ କାମ କରିଥାଏ। କାକୁଡି ଖାଇବା ଦ୍ୱାରା ଶରୀରର ବର୍ଜ୍ୟ ନିଷ୍କାସନ କରିବାରେ ସହାୟ ହୋଇଥାଏ। ବର୍ଜ୍ୟ ନିଷ୍କାସନ ପରେ ଓଜନ କମ କରିବାରେ ସହାୟକ ହୋଇଥାଏ। ଏଥିସହ, ପେଟ ଫୁଲାଇବା  ସମସ୍ୟା ମଧ୍ୟ ଦୂର ହୋଇଥାଏ।

    କିପରି କାକୁଡି ଖାଇଲେ ମିଳିବ ଲାଭ

     ଓଜନ କମ କରିବାକୁ ଖାଦ୍ୟ ସହ ସାଲାଡ ଖାଇବା ଜରୁରୀ। ରୁଟି ତରକାରୀ ସହ ମଧ୍ୟ ସାଲାଡ ପେଟ ପୂରେଇବାରେ ସକ୍ଷମ ହୋଇଥାଏ।   

  • ଦର୍ଶନ ପାଇଁ ମହାଦେବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

    ଦର୍ଶନ ପାଇଁ ମହାଦେବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

    କଟକ ସାଲେପୁରର ଗଙ୍ଗେଶ୍ୱର ମହାଦେବ ପୀଠରେ ଝାମୁ ଯାତ୍ରା ଓ ପାଟୁଆ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ଭକ୍ତ, ମାନସିକଧାରୀ ମହାଦେବଙ୍କ ଉଦ୍ଦେଶ୍ୟରେ ଝାମୁ ଜାଳିଛନ୍ତି । ଏଥିସହ ଟୋପର ଲାଗି କରିଛନ୍ତି । ଓଷା ରଖିଥିବା ଭକ୍ତମାନେ ଭୋଗ ସହ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ମହାବିଷୁବ ସଂକ୍ରାନ୍ତି ପୂର୍ବଦିନ ଠାରୁ ଆରମ୍ଭ ଏହି ଯାତ୍ରା ୩ ଦିନ ଯାଏ ଚାଲବ । ମାନସିକଧାରୀ ଭକ୍ତ ବେତ ପାଟୁଆ,ଖଣ୍ଡା ପାଟୁଆ,କଣ୍ଟା ପାଟୁଆ,ଚରକି ପାଟୁଆ ହୋଇଥାନ୍ତି । ପାଟୁଆମାନଙ୍କୁ ମଧ୍ୟ ସାଧାରଣ ଭକ୍ତ ଦର୍ଶନ କରିଥାନ୍ତି । ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • ଶୁଆକୁ କହିଲା କଥା…ଆଉ ତାପରେ…

    ଶୁଆକୁ କହିଲା କଥା…ଆଉ ତାପରେ…

    ଶୁଆକୁ କଥା ଶିଖାଇବା ପଡ଼ିଲା ମହଙ୍ଗା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ଅମାନିଆ ଚିନ୍ମୟ । ୟୁଟ୍ୟୁବ୍ ଚ୍ୟାନେଲରେ ଭ୍ୟୁୟରସିପ୍ ବଢ଼ାଇବା ଲକ୍ଷ୍ୟରେ ଶୁଆକୁ କଥା ଶିଖାଉଥିଲେ । ହେଲେ ଶେଷରେ ତାଙ୍କୁ ଗିରଫ ହେବାକୁ ପଡ଼ିଛି ।

    କେନ୍ଦୁଝର ବଂଶପାଳ ବ୍ଳକ୍ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ‘ଚିନ୍ମୟ ଭାଇ’ନାଁରେ ସେ ଖୋଲିଛନ୍ତି ଏକ ୟୁଟ୍ୟୁବ୍ ଚ୍ୟାନେଲ । ଏଥିରେ ସେ ଅଧିକ ଲୋକପ୍ରିୟ ହୋଇଛନ୍ତି । ତେଣୁ ଏହାର ଲୋକପ୍ରିୟତା ଆହୁରି ଅଧିକ କରିବା ପାଇଁ ଉଦ୍ୟମ କରିଥିଲେ ଚିନ୍ମୟ ବାବୁ । ଆଲେକଜାଣ୍ଡ୍ରିଆନ୍ ପାର୍କିଟ୍ ପ୍ରଜାତିର ଏକ ଶୁଆକୁ ସେ କଥା କହିବା ଶିଖାଉଥିଲେ । ଶୁଆ କାମୁଡ଼ିବ ନାହିଁ । ଏଭଳି କହି ଚ୍ୟାନେଲରେ ଡେମୋ ଦେଖାଉଥିଲେ ।

    ଏସବୁ ଭିଡିଓ ଦର୍ଶକଙ୍କ ନିକଟରେ ପହଞ୍ଚିଥିଲେ । ଚିନ୍ମୟଙ୍କ ଏଭଳି କାର୍ଯ୍ୟକୁ କିନ୍ତୁ ପଶୁପ୍ରେମୀ ନାପସନ୍ଦ କରିଥିଲେ । ଏଭଳି କାର୍ଯ୍ୟ ପଶୁପକ୍ଷୀ ବିରୋଧୀ ବୋଲି ଅଭିଯୋଗ କରି ବନବିଭାଗକୁ ଖବର ଦେଇଥିଲେ । ଭୁବନେଶ୍ଵର ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ ଆଣିବା ପରେ PCCFଙ୍କ ନିର୍ଦ୍ଦେଶରେ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ରେଞ୍ଜ ଅଫିସର ମାନସ କୁମାର ମୁର୍ମୁ, ଚିନ୍ମୟଙ୍କୁ ଗିରଫ କରିଛନ୍ତି ।

  • ଆଇଟି ପରେ ଇଡି ନଜରରେ ବିବିସି

    ଆଇଟି ପରେ ଇଡି ନଜରରେ ବିବିସି

    ବିବିସି ଇଣ୍ଡିଆର ସମସ୍ୟା ସରୁନି। ଆୟକର ବିଭାଗର ଚଢାଉ ପରେ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ଏବେ ବିବିସି ଉପରେ।  ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଏଫଇଏମଏ) ଉଲ୍ଲଙ୍ଘନକୁ ନେଇ ଇଡି ବିବିସି ବିରୋଧରେ ଏକ ମାମଲା ରୁଜୁ କରି ପଚରାଉଚରା ଚଳାଇଛି।

    ବିଦେଶୀ ମୁଦ୍ରା ହେରଫେରକୁ ନେଇ ବିବିସି ଉପରେ ଯାଞ୍ଚ ହେଉଥିବା  ଇଡି ସୂତ୍ରରୁ ସୂଚନା ଦିଆଯାଇଛି। ଚଳିତ ଫେବୃଆରୀରେ ଆଇଟିର ଯାଞ୍ଚ ପରେ ବିବିସି ଦ୍ୱାରା ହୋଇଥିବା ଆଇନ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଜଣା ପଡିଥିଲା। ଆଇଟି ଜାଣିବାକୁ ପାଇଥିଲା କି, ବିଦେଶୀ ମୁଦ୍ରା ସଂଗ୍ରହ, ଲାଭ ଡାଇଭର୍ଟ ଓ ବେଆଇନ ଅନୁପାଳନର ଅଭିଯୋଗକୁ ନେଇ ଦିଲ୍ଲୀ ଓ ମୁମ୍ବାଇରେ ବିବିସି କାର୍ଯ୍ୟାଳୟଗୁଡିକରେ ଚଢାଉ କରାଯାଇଥିଲା। ଯାଞ୍ଚ ସମୟରେ ବିବିସିର ବରିଷ୍ଠ କର୍ମଚାରୀଙ୍କୁ ଜେରା କରିବାକୁ ଦିନ ରାତି ଲଗାଇ ଦେଇଥିଲା ଆଇଟି। ସେତେବେଳେ ବିବିସି ପକ୍ଷରୁ ଏହାକୁ ଆଇଟିର ନିୟମିତ ସର୍ଭେ ବୋଲି କୁହାଯାଇଥିଲା।

    ତେବେ, 2002ରେ ଗୁଜରାଟରେ ହୋଇଥିବା ଦଙ୍ଗା ଘଟଣା ଉପରେ ବିବିସି ଦୁଇଟି ସିରିଜରେ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଉ ତାଙ୍କ ପ୍ରୋତ୍ସାହନାରେ ଦଙ୍ଗା ହୋଇଥିବା ବିବିସି ଭିଡିଓରେ ଦର୍ଶାଯାଇଥିଲା।    

  • ପୋଲିସ ଏନକାଉଣ୍ଟରରେ ଅତିକର ପୁଅ ନିହତ

    ପୋଲିସ ଏନକାଉଣ୍ଟରରେ ଅତିକର ପୁଅ ନିହତ

    ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ବନ୍ଦୀ ଅତିକ ଅଦମଦର ପୁଅ ଅସଦ ଓ ତାର ସହଯୋଗୀ ଗୁଲାମ ପୋଲିସ ଏନକାଉଣ୍ଟରରେ ନିହତ। ଉଭୟ ଉମେଶ ପାଳ ହତ୍ୟା ଘଟଣାରେ ମୋଷ୍ଟ ୱାଣ୍ଟେଡ ଥିବା ବେଳେ ଗୁରୁବାର ଝାନ୍ସିରେ ଉଭୟଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ରହିଛି।  

    ଆଜି ପୂର୍ବତନ ସାଂସଦ ଅତିକ ଅହମଦ ଓ ତାର ଭାଇକୁ ବ୍ୟାପକ ସୁରକ୍ଷା ମଧ୍ୟରେ ପ୍ରୟାଗ ରାଜ କୋର୍ଟରେ ଉପସ୍ଥିତ କରାଯାଇଛି। 2005ରେ ବିଏସପିର ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିବା ବେଳେ ଅତିକ ବିରୋଧରେ ରହିଛି ମାମଲା। ସେପଟେ ଏହି ଘଟଣାର ସାକ୍ଷୀ ଉମେଶ ପାଲଙ୍କୁ ଚଳିତ ଫେବୃଆରୀ ମାସରେ ପ୍ରୟାଗ ରାଜରେ ହତ୍ୟା କରାଯାଇଥିଲା। ଅତିକ ବର୍ତ୍ତମାନ ଜେଲରେ ଥିବା ବେଳେ ତାଙ୍କ ନିର୍ଦ୍ଦେଶରେ ପୁଅ ହତ୍ୟାକରିଥିବା ସନ୍ଦେହ କରିଥିଲା ପୁଲିସ।

    ପୂର୍ବରୁ ପୋଲିସ ଉମେଶ ପାଲ ହତ୍ୟା ଘଟଣାରେ ଅନ୍ୟ ଦୁଇ ଜଣଙ୍କୁ ଏନକାଉଣ୍ଟର କରିଥିଲା।

  • ଝାରସୁଗୁଡ଼ା ପାଇଁ ବିଜ୍ଞପ୍ତି

    ଝାରସୁଗୁଡ଼ା ପାଇଁ ବିଜ୍ଞପ୍ତି

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଆସନ୍ତା ୨୦ ତାରିଖ ଯାଏ ନାମାଙ୍କନ ଦାଖଲ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି । ମେ’୧୦ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ । ମେ’୧୩ ତାରିଖରେ ଭୋଟ୍ ଗଣତି କରାଯିବ ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ଦୀପାଳି ଦାସ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କ ପ୍ରାର୍ଥୀ କରାଯାଇଛି । ସେହିପରି ତରୁଣ ପାଣ୍ଡେଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ଆସନ ହାତେଇବା ପାଇଁ ସବୁ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କଲେଣି ।

  • ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ

    ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ

    ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ଼ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ସହରରେ ଏବେ ଉତ୍ତେଜନା ଲାଗି ରହିଛି । ଏଥିପାଇଁ ଆଜି ସକାଳ ୧୦ଟାରୁ ସହରରେ ୪୮ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ନମ୍ବର ୩୬୦ରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଫେସବୁକ,ଟ୍ୱିଟର ପରି ସୋସିଆଲ ମିଡିଆ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।

    ଏହି ଘଟଣାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ୨୫ରୁ ଅଧିକ ଲୋକଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏଥିସହ ସହରରେ ଶାନ୍ତି ବଜାୟ ରଖିବା ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଇତିମଧ୍ୟରେ ୪୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କିଛି ପେଟ୍ରୋଲ ବୋମା ଜବତ ମଧ୍ୟ ହୋଇଛି । ଆଜି ସନ୍ଧ୍ୟା ୫ଟା ବେଳେ ପୋଲିସ ପକ୍ଷରୁ ଜିଲ୍ଲା ସ୍କୁଲ ଛକରୁ ଗେଙ୍ଗୁଟିପାଲ୍ଲୀ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

  • ଶିକ୍ଷା ସହ ଅଧିକ ନିଯୁକ୍ତି ସୃଷ୍ଟି ହେବ : ମନ୍ତ୍ରୀ

    ଶିକ୍ଷା ସହ ଅଧିକ ନିଯୁକ୍ତି ସୃଷ୍ଟି ହେବ : ମନ୍ତ୍ରୀ

    ଆଗାମୀ ଦିନରେ ରାଜ୍ୟରେ ଶିକ୍ଷା ସହିତ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଶିକ୍ଷା ସହିତ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇବେ । କଟକ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଛାତ୍ରଛାତ୍ରୀମାନେ କିଭଳି ନିଯୁକ୍ତି ପାଇପାରିବେ ସେ ଦିଗରେ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ 10 କୋଟି 40 ଲକ୍ଷ ଟଙ୍କାରେ ନିର୍ମାଣଧୀନ ୨ଟି ବିଲ୍ଡିଂ କାର୍ଯ୍ୟ ବୁଲି ଦେଖିବା ସହିତ ନୂତନ ଏକାଡେମି ହଲ୍, 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦଘାଟନ କରିଥିଲେ । ବିଧାୟକ ପ୍ରଶାନ୍ତ ବେହେରା ଓ ଅନ୍ୟ ଅତିଥିମାନେ ଯୋଗଦେଇ ମହାବିଦ୍ୟାଳୟ ନିର୍ମାଣ ସମୟର ସ୍ମୃତି ମନେ ପକାଇଥିଲେ ।

  • ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

    ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

    ରାଜଧାନୀ ଭୁବନେଶ୍ୱର ତାର 75 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1948 ଏପ୍ରିଲ 13 ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହରୁ ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଓ ସ୍ଥାପତ୍ୟକାର ଓଟ୍ଟୋ କୋଇନ୍ସବର୍ଗର ସେହି ବର୍ଷ 40ହଜାର ଜନବସତିକୁ ଲକ୍ଷ୍ୟରେ ରଖି ସହରର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେବେଠାରୁ ଭୁବନାଶ୍ୱର ସ୍ଥାପତ୍ୟ ଓ ଆଧୁନିକତାର ମଡେଲ ହୋଇରହି ଆସିଛି।

    ତିନି ଦିନିଆ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯକ୍ରମକୁ  ବାଚସ୍ପତି ବିକ୍ରମ ଆରୁଖ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ, ଆଧିକାରୀ ଉପସ୍ଥିତ ଥିଲେ। ରାଜଧାନୀର ହୀରକ ଜୟନ୍ତୀ ପାଳନ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ତିନି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବ ପାଇଁ ରାଜଧାନୀସ୍ଥିତ ଲୋକସଭା ଭବନ, ବିଧାନସଭା, କମିଶନରେଟ ପୋଲିସ, ତୋଷାଳି ପ୍ଲାଜା, ଏକାମ୍ର କାନନ ପରି ସହରର ପରିଚୟ ବହନ କରିଥିବା କୋଠାକୁ ଆଲୋକମାଳାରେ ସଜ୍ଜା ଯାଇଛି।

    2000 ବର୍ଷ ପୁରୁଣା ଭୁବନେଶ୍ୱରକୁ 40,ହଜାର ଜନବସତି ଲକ୍ଷ୍ୟକୁ ନେଇ ରାଜଧାନୀର ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 12 ଲକ୍ଷ ଟପିଗଲାଣି। ଓଟ୍ଟୋ କୋଇନ୍ସବର୍ଗର 12 ସ୍କୋୟାର କିମି ପରିସିମା ଉପରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେତେବେଳେ ସହରର ଜନସଂଖ୍ୟା 15 ହଜାର ରହିଥିଲା। ପ୍ଲାନିଂ ପାଇଁ ସେହି ସମୟରେ ଖର୍ଚ୍ଚ ଆକଳନ ହୋଇଥିଲା 2.89 କୋଟି।