ପୋଲିସ ଏନକାଉଣ୍ଟରରେ ଅତିକର ପୁଅ ନିହତ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ବନ୍ଦୀ ଅତିକ ଅଦମଦର ପୁଅ ଅସଦ ଓ ତାର ସହଯୋଗୀ ଗୁଲାମ ପୋଲିସ ଏନକାଉଣ୍ଟରରେ ନିହତ। ଉଭୟ ଉମେଶ ପାଳ ହତ୍ୟା ଘଟଣାରେ ମୋଷ୍ଟ ୱାଣ୍ଟେଡ ଥିବା ବେଳେ ଗୁରୁବାର ଝାନ୍ସିରେ ଉଭୟଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ରହିଛି।  

ଆଜି ପୂର୍ବତନ ସାଂସଦ ଅତିକ ଅହମଦ ଓ ତାର ଭାଇକୁ ବ୍ୟାପକ ସୁରକ୍ଷା ମଧ୍ୟରେ ପ୍ରୟାଗ ରାଜ କୋର୍ଟରେ ଉପସ୍ଥିତ କରାଯାଇଛି। 2005ରେ ବିଏସପିର ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିବା ବେଳେ ଅତିକ ବିରୋଧରେ ରହିଛି ମାମଲା। ସେପଟେ ଏହି ଘଟଣାର ସାକ୍ଷୀ ଉମେଶ ପାଲଙ୍କୁ ଚଳିତ ଫେବୃଆରୀ ମାସରେ ପ୍ରୟାଗ ରାଜରେ ହତ୍ୟା କରାଯାଇଥିଲା। ଅତିକ ବର୍ତ୍ତମାନ ଜେଲରେ ଥିବା ବେଳେ ତାଙ୍କ ନିର୍ଦ୍ଦେଶରେ ପୁଅ ହତ୍ୟାକରିଥିବା ସନ୍ଦେହ କରିଥିଲା ପୁଲିସ।

ପୂର୍ବରୁ ପୋଲିସ ଉମେଶ ପାଲ ହତ୍ୟା ଘଟଣାରେ ଅନ୍ୟ ଦୁଇ ଜଣଙ୍କୁ ଏନକାଉଣ୍ଟର କରିଥିଲା।

Leave a Reply

Your email address will not be published. Required fields are marked *