Blog

  • ଦ କେରଳ ଷ୍ଟୋରୀକୁ ପ୍ରବଳ ରାଜନୈତିକ ବିରୋଧ

    ଦ କେରଳ ଷ୍ଟୋରୀକୁ ପ୍ରବଳ ରାଜନୈତିକ ବିରୋଧ

    ମହିଳାଙ୍କ ଉପରେ ପର୍ଯ୍ୟବସିତ ବିବାଦୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ତେଜୁଛି ରାଜନୀତି। ତେଣୁ ଏହାର ପ୍ରଦର୍ଶନ ଉଚିତ ନୁହେଁ ବୋଲି କହିଛନ୍ତି କେରଳ ସରକାର। କାରଣ ଫିଲ୍ମ ଦେଖିବା ପରେ ମହିଳାଙ୍କ ଭିତରେ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି। କେରଳ ସରକାର ମତରେ ସହମତି ପ୍ରକାଶ କରି ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ଓ କଂଗ୍ରେସ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରୁଛନ୍ତି। ଦ କେରଳ ଷ୍ଟୋରୀକୁ ରାଜନୈତିକ ବିରୋଧ ଭିତରେ କିନ୍ତୁ ସିନେମା ହଲ ମାଲିକ ସଂଗଠନ (ଫ୍ୟୁକ) ଫିଲ୍ମ ପ୍ରଦର୍ଶନ କରିବା ଉପରେ ଦେଇଛନ୍ତି ଜୋର। ସଂଗଠନ ପକ୍ଷରୁ କୁହାଯାଇଛି କି, ଲୋକଙ୍କର ଫିଲ୍ମ ପ୍ରତି ରହିଛି ପ୍ରବଳ ଆଗ୍ରହ। ତେଣୁ କେରଳ ସରକାରଙ୍କ ଏଭଳି ପଦକ୍ଷେପ ଅଗ୍ରହଣୀୟ।

    କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗତ ୩୦ ତରିଖରେ ଫେସବୁକ ଜରିଆରେ ସଂଘ ପରିବାର ଦ୍ବାରା ନିର୍ମିତ ଚଳଚ୍ଚିତ୍ର ମିଛ ପ୍ରସାରଣ କରୁଛି। କେରଳ ଏକ ଧାର୍ମିକ ତଥା ଧର୍ମନି‌ରପେକ୍ଷ ରାଜ୍ୟ। ଧାର୍ମିକ ଉଗ୍ରବାଦ ମାଧ୍ୟମରେ କେରଳକୁ ଛୋଟ କରିବାକୁ ରାଜନୈତିକ ଷଡଯନ୍ତ୍ର କରାଯାଉଛି ବୋଲି ପିନାରାଇ କହିଥିଲେ। ସେହିପରି କେରଳର ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସାଜି ଚେରିଆନ ଫେସବୁକରେ କହିଥିଲେ କି,  କରେଳରେ ସାମ୍ପ୍ରଦାୟିକ ସଦଭାବ ରହିଛି। ଚଳଚ୍ଚିତ୍ର ମାଧ୍ୟମରେ ଧର୍ମନିରପେକ୍ଷତାକୁ ନଷ୍ଟ କରିବାକୁ ଅପଚେଷ୍ଟା କରୁଛି ସଂଘ ପରିବାର। ଏପରି ହେଲେ ସମାଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଫିଲ୍ମକୁ ବାରଣ କରିବାର ଆବଶ୍ୟକତା ରହିଛି।

    ଫିଲ୍ମ ଦ କେରଳ ଷ୍ଟୋରୀ ରାଜ୍ୟର ହଜାର ହଜାର ପ୍ରବାସୀ ମହିଳାଙ୍କ ଉପରେ ପର୍ଯ୍ୟବେଷିତ। ଏଥିରେ ଦେଖା ଯାଇଛି, କିପରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟ କେରଳର ୩୨ ହଜାରରୁ ଅଧିକ ମହିଳାଙ୍କୁ ପ୍ରଲୋଭିତ କରି ନିଜ ସଂଗଠନରେ ସାମିଲ କରିଛି।

  • ଦିଲ୍ଲୀ ମଦ ଦୁର୍ନୀତି: ଚାର୍ଜସିଟରେ ରାଘବ ଚଢାଙ୍କ ନାମ

    ଦିଲ୍ଲୀ ମଦ ଦୁର୍ନୀତି: ଚାର୍ଜସିଟରେ ରାଘବ ଚଢାଙ୍କ ନାମ

    ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ  ମଙ୍ଗଳବାର ଇଡି ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆପ୍‌ ସାଂସଦ ରାଘବ ଚଢ଼‌ାଙ୍କ ନାମ ରହିଛି। ତେବେ ଚାର୍ଜ ସିଟର ରାଘବଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥାପନ କରାଯାଇନାହିଁ।   ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଦ ନୀତିକୁ ନେଇ ହେଉଥିବା ବୈଠକରେ ରାଘବ ଥିବା ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ଇଡିକୁ ସୂଚନା ଦେଇଥିଲେ। ଚାର୍ଜ ସିଟରେ ରାଘବଙ୍କ ଭିନ୍ନ ମନୀଷ ସିସୋଦିଆ ଓ ସତ୍ୟୈନ୍ଦ୍ର ଜୈନଙ୍କ ନାମ ଉଲ୍ଳେଖ ରହିଛି।

    ଚାର୍ଜସିଟରେ ଉଲ୍ଲେଖ ରହିଛି କି, ସି ଅରବିନ୍ଦ ତାଙ୍କ ବୟାନରେ କହିଥିଲେ କି, ସିସୋଦିଆଙ୍କ ଘରେ ହୋଇଥିବା ବୈଠକରେ ରାଘବ, ପଞ୍ଜାବ ଅବକାରୀ କମିଶନର, ଅବକାରୀ ଅଧିକାରୀ ଓ ବିଜୟ ନାୟର ଉପସ୍ଥିତ ଥିଲେ।  ବିଜୟ ନାୟର ଜୁମ କଲରେ ଅରୁଣ ପିଲାଇ, ଅଭିଷେକ ବୋଇନାପଲ୍ଲୀ ଓ ବୁଚି ବାବୁଙ୍କୁ ସଂଯୋଗ କରିଥିଲେ। ଦିଲ୍ଲୀର ନୂଆ ଅବକାରୀ ନୀତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମାନସ ସନ୍ତାନ ଥିଲା। ନୀତି ତିଆରି ଓ କାର୍ଯ୍ୟକାରୀ ହେବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ବିଜୟ ନାୟରଙ୍କ ସହ ବହୁବାର ବୈଠକ କରିଥିଲେ। ଦିଲ୍ଲୀର ନୂଆ ମଦ ନୀତିରେ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ସେମାନଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା।  

  • କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

    କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

    ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ-ଜଗମୋହନପୁର ରାସ୍ତା ଗୋବିନ୍ଦ କିଷାନ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ଜଣଙ୍କ ଜୀବନ ଯାଇଛି ।

    କେନ୍ଦୁଝର ଜିଲ୍ଲା ଗୋବିନ୍ଦ କିଷାନ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କତରାପାଲି ଗାଁର ଚିନ୍ମୟ ମହାନ୍ତ । ବାଇକ୍ ପଛରେ ବସିଥିବା ରାକେଶ ମହାକୁଡ଼ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଟ୍ରାକ୍ଟର ସହ ଡ୍ରାଇଭର ଫେରାର୍ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • ଶିଳ୍ପାଞ୍ଚଳ ଏବଂ ଟ୍ରାଫିକ ପୋଲିସ ଷ୍ଟେସନ ପ୍ରସ୍ତାବକୁ ନବୀନଙ୍କ ଗ୍ରୀନ୍ ସିଗ୍ନାଲ୍

    ଶିଳ୍ପାଞ୍ଚଳ ଏବଂ ଟ୍ରାଫିକ ପୋଲିସ ଷ୍ଟେସନ ପ୍ରସ୍ତାବକୁ ନବୀନଙ୍କ ଗ୍ରୀନ୍ ସିଗ୍ନାଲ୍

    ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସମ୍ପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ୨୩ଟି ନୂତନ ପଦବୀ ମଧ୍ୟରୁ ଗୋଟିଏ ଇନ୍ସପେକ୍ଟର,୬ଟି ସବ୍‌ ଇନ୍ସପେକ୍ଟର,୩ଟି ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର,୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି ।

    ସେହିପରି କେନ୍ଦୁଝର ଓ ବଡ଼ବିଲରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ଖୋଲାଯିବ । ୨୪ଟି ନୂତନ ପଦବୀ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇଟି ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୪ଟି ମଧ୍ୟରେ ୨ଟି ଇନ୍ସପେକ୍ଟର,୬ଟି ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି ।

  • ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କଲେ ଶରଦ ପାଓ୍ବାର, ତେବେ ଏନସିପିର ଆଗାମୀ ଅଧ୍ୟକ୍ଷ କିଏ ?

    ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କଲେ ଶରଦ ପାଓ୍ବାର, ତେବେ ଏନସିପିର ଆଗାମୀ ଅଧ୍ୟକ୍ଷ କିଏ ?

    ଏନସିପି ମୁଖ୍ୟ ଶରଦ ପାଓ୍ବାର ଏକ ବଡ ଘୋଷଣା କରିଛନ୍ତି । 82 ବର୍ଷୀୟ ମହାରାଷ୍ଟ୍ର ବାସିନ୍ଦା ଶରଦ ପାଓ୍ବାର ଏନସିପି ଅଧ୍ୟକ୍ଷ ପଦ ଛାଡିବା ପାଇଁ ଘୋଷଣା କରିଛନ୍ତି । ସେ ଏମତି ସମୟରେ ଏହି ଘୋଷଣା କରିଛନ୍ତି ଯେତେବେଳେ ଅଜିତ ପାଓ୍ବାରଙ୍କୁ ନେଇ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିବାର ଖବର ସାମ୍ନାକୁ ଆସୁଛି । ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଏନସିପିର କେତେଜଣ ବିଧାୟକଙ୍କୁ ନେଇ ବିଜେପିରେ ସହିତ ମିଶିଯିବେ ବୋଲି ଚର୍ଚ୍ଚା ଚାଲିଥିଲା ।

    ଶରଦ ପାଓ୍ବାର କହିଛନ୍ତି, ଅନେକ ବର୍ଷ ଧରି ରାଜନୀତିରେ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଲା । ଆଉ ଏହି ବୟସରେ ପଦ ପାଖରେ ରଖିବାକୁ ଠିକ ଭାବୁନାହିଁ । ମତେ ଲାଗୁଛି ଯେ, ଆଉ କାହାକୁ ଆଗକୁ ଆସିବା ଦରକାର । ଦଳର ନେତାଙ୍କୁ ସ୍ଥିର କରିବାକୁ ପଡିବ ଯେ, ଆଗାମି ଅଧ୍ୟକ୍ଷ କିଏ ହେବେ । ଶରଦ ପାଓ୍ବାରଙ୍କୁ ଶେଷଥର ପାଇଁ 2022 ମସିହାରେ ଦଲର ଅଧ୍ୟକ୍ଷ ଭାବେ ବଛାଯାଇଥିଲା ।

    ଶରଦ ପାଓ୍ବାର କହିଛନ୍ତି, 1999 ମସିହାରେ ଏନସିପି ଗଠନ ପରଠାରୁ ମତେ ଅଧ୍ୟକ୍ଷ ଭବେ ରହିବାର ସୁଯୋଗ ମିଳିଛ । ଆଜିକୁ 24 ବର୍ଷ ହୋଇଗଲା ଦଳର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଦଳର ମଙ୍ଗ ଧରି ରଖିଥିଲି । ସେ କହିଛନ୍ତି, 1960 ମସିହା ମେ 1 ତାରିଖରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଜୀବନ ଯାତ୍ରା ଗତ 63 ବର୍ଷ ଧରି ଜାରି ରହିଛି । ଏହି ସମୟ ଭିତରେ ମୁଁ ମହାରାଷ୍ଟ୍ର ଆଉ ଦେଶର ଭିନ୍ନ ଭିନ୍ନ ଭୂମିକାରେ ସେବା କରିଛି । ସେ କହିଛନ୍ତି, ମୋର ରାଜ୍ୟସଭା କାର୍ଯ୍ୟକାଳ ଆଉ 3 ବର୍ଷ ପାଇଁ ରହିଛି । ଏହା ଭିତରେ ମୁଁ କୌଣସି ପଦରେ ରହିବାକୁ ଚାହୁଁନାହିଁ । କାରଣ ଦେଶର ପ୍ରସଙ୍ଗ ସହିତ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହେଁ ।

    ଶରଦ ପାଓ୍ବାର ପଦ ଛାଡିବା ପାଇଁ ଘୋଷଣା କରିବା ସମୟରେ ଲୋକମାନେ ଭାବବିହ୍ବଳ ହୋଇପଡିଥିଲେ । କାର୍ଯ୍ୟକ୍ରମରେ ସାମିଲ ଥିବା ଲୋକମାନେ ତାଙ୍କୁ ପଦ ନଛାଡିବାକୁ କହିବା ସହିତ କାନ୍ଦି ପକାଇଥିଲେ । ସେଠାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ଅନୁରୋଧ କରିଥିଲେ ।

    ବିଗତ 6 ଦଶକ ଧରି ମହାରାଷ୍ଟର ଲୋକମାନେ ଯେଉଁ ଭଲପାଇବା ଦେଇଛନ୍ତି ତାକୁ ଭୁଲିପାରିବିନି ବୋଲି ଶରଦ ପାଓ୍ବାର କହିଛନ୍ତି । ଦଳ ଖୁବଶୀଘ୍ର ଏକ କମିଟି ଗଠନ କରି ପାର୍ଟିର ଅଧ୍ୟକ୍ଷ ନିର୍ବାଚିତ କରିବା ପାଇଁ ଶରଦ ପାଓ୍ବାର ଆହ୍ବାନ କରିଛନ୍ତି ।

  • ମଲାୱି ମତ୍ସ୍ୟଜୀବୀଙ୍କ ଅଜବ ବେପାର…

    ମଲାୱି ମତ୍ସ୍ୟଜୀବୀଙ୍କ ଅଜବ ବେପାର…

    ଦକ୍ଷିଣ ଆଫ୍ରିକାର ମଲାୱି ମତ୍ସ୍ୟ ବ୍ୟବସାୟ ପାଇଁ ଜଣାଶୁଣା।  ଦେଶର ଅଧିକାଂଶ ଲୋକ ଏହି କାର୍ଯ୍ୟରେ ସମ୍ପୃକ୍ତ। କିଛି ସମୁଦ୍ରରୁ ମାଛ ଧରୁଥିବା ବେଳେ କିଛି ମାଛ ବିକି ଗୁଜୁରାଣ ମେଣ୍ଟାଇଥାନ୍ତି। ଏହି ବ୍ୟବସାୟରୁ ଦେଶର ମୋଟ ଜିଡିପିର ୪ ପ୍ରତିଶତ ଆସିଥାଏ। କିନ୍ତୁ ସେଠାରେ ମାଛ ବିକି ପରିବାର ଚଳାଉଥିବା ମହିଳାଙ୍କୁ ଦେବାକୁ ହୋଇଥାଏ ବହୁ ମୂଲ୍ୟ।  ନିଜ ଶରୀର ଦେଇ ସେମାନେ ମାଛ ବିକିଥାନ୍ତି। ହଁ, ମାଛ ଧରାଳୀଙ୍କ ଠାରୁ ମାଛ କିଣିବାକୁ ସେମାନଙ୍କୁ ସେକ୍ସ କରିବାକୁ ହୋଇଥାଏ। ଏମିତି ଖୁଲାସା କରିଛନ୍ତି ମାଛ ପାଇଁ ବହୁବାର ଦେହ ବ୍ୟବସାୟ କରିଥିବା ସେଠାର ଜଣେ ମାଛ ବିକାଳୀ ।

    ୪୪ ବର୍ଷର କାଥରିନ ଜଣେ ବିଧବା ଓ ତିନି ସନ୍ତାନଙ୍କ ଜନନୀ। ସେ କହିଛନ୍ତି, ୨୦୧୮ର କଥା। ଲଗାତର ତିନି ଦିନ ଯାଏଁ ମୁଁ ମଲାୱି ହ୍ରଦ କୂଳକୁ ଯାଉଥିଲି ମାଛ ପାଇଁ। କିନ୍ତୁ ପ୍ରତିଥର ମୋତେ ନିରାଶ ହୋଇ ଫେରିବାକୁ ହେଉଥିଲା। ମାଛ କିଣି ପାରୁ ନ ଥିଲି। କାରଣ  ମୁଁ ମାଛ ବଦଳରେ ଦେହ ଦାନ କରିବାକୁ ମନା କରି ଦେଉଥିଲି। ହେଲେ ଚତୁର୍ଥ ଦିନରେ ଆଉ ପାରିଲିନି ଓ  ରାଜି ହୋଇଯାଇଥିଲି। କାରଣ ପିଲାଙ୍କ ବଞ୍ଚିବା କଷ୍ଟକର ହୋଇପଡିଲା। ମତେ ଦୁଇ ପଇସା ରୋଜଗାର କରିବାର ଥିଲା।  ଆଉ ଅର୍ଥ ରୋଜଗାର ପାଇଁ ମାଛ ବିକିବା ଏକମାତ୍ର ଜରିଆ ଥିଲା। ଏହା ପରେ ବହୁ ବର୍ଷ ଧରି ଅନେକଙ୍କ ଶଯ୍ୟା ସଙ୍ଗିନୀ ମୁଁ ହୋଇଛି ବୋଲି କହିଛନ୍ତି କାଥରିନ।

    ଉତ୍ତର ମଲାୱିସ୍ଥିତ ମଜୁଜୁ  ବିଶ୍ୱବିଦ୍ୟାଳୟରେ ମତ୍ସ୍ୟ ପାଳନ ଓ ଜଳୀୟ ବିଜ୍ଞାନର ଜଣେ ପ୍ରଫେସର ମାଛ ବଦଳରେ ସେକ୍ସ ସମ୍ବନ୍ଧରେ କହିଛନ୍ତି କି, ମଲାୱି ହ୍ରଦ କୂଳରେ ଥିବା ଜିଲ୍ଳାଗୁଡିକରେ ରହୁଥିବା ଲୋକଙ୍କ ଆୟର ପ୍ରମୁଖ ଉତ୍ସ ହେଉଛି ମାଛ ଧରିବା ଓ ବିକିବା। ତେବେ ଯେଉଁଠି ମାଛ କିଣୁଥିବା ବ୍ୟକ୍ତି ମହିଳା ସେଠାରେ ଏପରି ଚଳଣି ଦେଖିବାକୁ ମିଳେ। ଆଉ ନଭେମ୍ବର ଓ ଡିସେମ୍ବରରେ ସେକ୍ସ ବଦଳରେ ମାଛର ପ୍ରଚଳନ ବୃଦ୍ଧି ପାଇଥାଏ। କାରଣ ଏହି ସମୟରେ ମାଛ ଉତ୍ପାଦନ କମିବା ସହ ଲୋକଙ୍କ ଚାହିଦା ରହିଥାଏ।

    ତେବେ ସବୁ ମାଛ ଧରାଳି ଏପରି କରି ଥାନ୍ତି ସେହି ଅଭିଯୋଗକୁ ସେଠାକାର ଜଣେ ମତ୍ସ୍ୟଜୀବୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସେ କେବେ ଏପରି କାରବାର କରି ନାହାନ୍ତି। ତେବେ ଅଧିକାଂଶ ମାଛଧରାଳି ଏପରି କରିଥିବା ସେ ସ୍ୱୀକାର କରିଛନ୍ତି। କାରଣ ମାଛ ବିକୁଥିବା ମହିଳାମାନେ ସାଧାରଣତଃ ଗରିବ ଶ୍ରେଣୀର। ସେମାନଙ୍କ ପାଖରେ ମାଛ କିଣିବାକୁ ପଇସା ନ ଥାଏ। ତେଣୁ ମାଛ ଧରାଳି ସେମାନଙ୍କୁ ଅନେକ ସମୟରେ ଏପରି ଅଫର ଦେଇଥାନ୍ତି। ଅନେକ ସମୟରେ ମହିଳାମାନେ ମଧ୍ୟ ସେମାନଙ୍କ ସହ ଶୋଇବାକୁ ଦିଅନ୍ତି ନିମନ୍ତ୍ରଣ।

    ବର୍ତ୍ତମାନ ଏହି ସ୍ଥିତିରେ ଆସିଲାଣି ପରିବର୍ତ୍ତନ। ସରକାରୀ ସହାୟତା ଦ୍ୱାରା ମହିଳାମାନେ ଆଉ ଏପରି ଅପମାନ ଓ ଲଜ୍ଜାଜନକ କାମ କରୁନାହାନ୍ତି।  

  • ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ, ଧୁମ୍ ମଚାଇଲେ ବର ଓ କନ୍ୟା

    ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ, ଧୁମ୍ ମଚାଇଲେ ବର ଓ କନ୍ୟା

    ଗୌହାଟିରେ ଚର୍ଚ୍ଚିତ ବିବାହ ସମ୍ପନ୍ନ ହୋଇଛି । ଓଡ଼ିଶାର ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାପାଳ ଶେଷରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ମେ’୧ ତାରିଖରେ ଗୌହାଟିରେ ଏକ ଭବ୍ୟ ଆୟୋଜନରେ, ସମସ୍ତଙ୍କ ଉପସ୍ଥିତିରେ ସରିଛି ମ୍ୟାରେଜ୍ । ସବୁଠାରୁ ବଡ଼ କଥା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ବିବାହ ପୂର୍ବରୁ ଧୁମ୍ ନାଚିଥିଲେ ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ହୋଇଛି ।

    ଗତ ଫେବ୍ରୁଆରୀରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ବିବାହ ସମ୍ପନ୍ନ ହୋଇଛି । ଗତକାଲି ରାତି ପ୍ରାୟ ୮ଟାରେ ଚଞ୍ଚଳ ରଣା ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ । ବରଯାତ୍ରୀରେ ନିଜେ ଚଞ୍ଚଳ ରଣା ନାଚିଥିଲେ । ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ କନ୍ୟା ପକ୍ଷ । ମିଠା ଖୁଆଇ ଚଞ୍ଚଲଙ୍କୁ କନ୍ୟା ପକ୍ଷ ପାଛୋଟି ନେଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ ଦୁଲହନ ବେଶରେ ସଜେଇ ହୋଇଥିଲେ । ବାହାଘରକୁ ନେଇ ଅନନ୍ୟା ବେଶ୍ ଖୁସି ଥିବାବେଳେ ନବ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

    ଉଭୟ IASଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍.ଅଖତରଙ୍କୁ ବିବାହ କରିଥିଲେ ହେଲେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୨୦୧୮ ବ୍ୟାଚ ଆଇଏଏସ ଅଫିସର ହେଉଛନ୍ତି ଅନନ୍ୟା । ପୂର୍ବରୁ ସେ କଟକ ମ୍ୟୁନିସିପାଲିଟିର କମିଶନର ଥିଲେ । ସେପଟେ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଅନୁଗୁଳ ବାସିନ୍ଦା । ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ। ମତଭେଦ କାରଣରୁ ଉଭୟଙ୍କର ନିକଟରେ ଛାଡପତ୍ର ହୋଇଥିଲା। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ବଲାଙ୍ଗିର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଶ୍ୱେତ ବିପ୍ଳବ ପାଇଁ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା ।

  • କମ ଯନ୍ତ୍ରଣାଦାୟୀ ମୃତ୍ୟୁ ଉପାୟ ବାହାର କରିବାକୁ କମିଟିର ଆବଶ୍ୟକତା ରହିଛି:କେନ୍ଦ୍ର

    କମ ଯନ୍ତ୍ରଣାଦାୟୀ ମୃତ୍ୟୁ ଉପାୟ ବାହାର କରିବାକୁ କମିଟିର ଆବଶ୍ୟକତା ରହିଛି:କେନ୍ଦ୍ର

    ଯନ୍ତ୍ରଣାବିହୀନ ବା କମ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ଆଜି ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ପକ୍ଷରୁ ବିଶେଷଜ୍ଞ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର କହିଛି କି, ମୃତ୍ୟୁଦଣ୍ଡ କ୍ଷେତ୍ରରେ କମ ଯନ୍ତ୍ରଣାଦାୟକ ଉପାୟ ଖୋଜିବାକୁ ଏକ୍ସପର୍ଟ କମିଟି ଗଠନ ଉପରେ ବିଚାର କରାଯାଉଛି। ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ ହେବ। କେନ୍ଦ୍ର ପକ୍ଷରୁ ଆଟର୍ନି ଜେନେରାଲ ଭେଙ୍କଟରମନୀ କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି।ଏଜି କହିଛନ୍ତି, ସାମ୍ପ୍ରତିକ ଆଇନ ପଦ୍ଧତିରେ ଫାଶୀ ଦଣ୍ଡରେ ଦଣ୍ଡିତ କଏଦୀଙ୍କୁ ଫାଶୀଠାରୁ କମ ଯନ୍ତ୍ରଣାଦୟକ ଦଣ୍ଡ କିଛି ଅଛିକି, ତା ଉପରେ କମିଟି କାର୍ଯ୍ୟ କରିବ।

    ମାମଲାର ପୂର୍ବ ଶୁଣାଣି କାଳରେ ସୁପ୍ରିମ କୋର୍ଟ କେନ୍ଦ୍ରକୁ ଫାଶୀଠାରୁ କମ ଯନ୍ତ୍ରଣାଦାୟକ ଉପାୟ ଖୋଜି ବାହାର କରିବାକୁ ଏକ କମିଟିର ଆବଶ୍ୟକତା ଥିବା କହିଥିଲେ। ଏଥିସହ, ଅନ୍ୟ ଦେଶରେ ଦିଆଯାଉଥିବା ବିଭିନ୍ନ ପ୍ରଣାଳୀକୁ ଅନୁଧ୍ୟାନ କରିବା ଉପରେ ଗୁରୁତ୍ବଆରୋପ କରିଥିଲେ। ପୂର୍ବ ଶୁଣାଣିରେ କୋର୍ଟ ପଚାରିଥିଲେ କି ଫାଶୀ ଦେଲେ କେତେ କଷ୍ଟ ହୁଏ ତାର ତଥ୍ୟ ଦିଆଯାଉ। ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଫାଶି ଉପରେ କଣ ଦୃଷ୍ଟିଭଙ୍ଗି ରହିଛି? ଦେଶ ତଥା ବିଦେଶରେ ମୃତ୍ୟୁଦଣ୍ଡର ନେଇ କଣ ସବୁ ବିକଳ୍ପ ଅଛି? ଏସବୁର ଡାଟା ମାଗିଥିଲେ କୋର୍ଟ।

    ସିଜେଇ ଚନ୍ଦ୍ରଚୂଡ କହିଥିଲେ କି, ଏହା ଏକ ବିଚାରର ବିଷୟ। ତେଣୁ ଏହା ଉପରେ କିଛି ବୈଜ୍ଞାନିକ ତଥ୍ୟ ପ୍ରମାଣର ଆବଶ୍ୟକତା ରହିଛି। ମୃତ୍ୟୁକୁ ନେଇ ଦେଶ ଓ ବିଦେଶରେ ଥିବା ବିଭିନ୍ନ ଉପାୟରେ ହେଉଥିବା ଯନ୍ତ୍ରଣା ଉପରେ ଅଧ୍ୟୟନ କରିବାକୁ ହେବ। ତେଣୁ କମିଟିରେ କେଉଁମାନେ ସାମିଲ ହେବେ ତାକୁ ନେଇ କେନ୍ଦ୍ରର ପରାମର୍ଶ ଲୋଡିଥିଲେ କୋର୍ଟ।