କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ

ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ-ଜଗମୋହନପୁର ରାସ୍ତା ଗୋବିନ୍ଦ କିଷାନ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ଜଣଙ୍କ ଜୀବନ ଯାଇଛି ।

କେନ୍ଦୁଝର ଜିଲ୍ଲା ଗୋବିନ୍ଦ କିଷାନ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କତରାପାଲି ଗାଁର ଚିନ୍ମୟ ମହାନ୍ତ । ବାଇକ୍ ପଛରେ ବସିଥିବା ରାକେଶ ମହାକୁଡ଼ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଟ୍ରାକ୍ଟର ସହ ଡ୍ରାଇଭର ଫେରାର୍ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *