ଦ କେରଳ ଷ୍ଟୋରୀକୁ ପ୍ରବଳ ରାଜନୈତିକ ବିରୋଧ

ମହିଳାଙ୍କ ଉପରେ ପର୍ଯ୍ୟବସିତ ବିବାଦୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ତେଜୁଛି ରାଜନୀତି। ତେଣୁ ଏହାର ପ୍ରଦର୍ଶନ ଉଚିତ ନୁହେଁ ବୋଲି କହିଛନ୍ତି କେରଳ ସରକାର। କାରଣ ଫିଲ୍ମ ଦେଖିବା ପରେ ମହିଳାଙ୍କ ଭିତରେ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି। କେରଳ ସରକାର ମତରେ ସହମତି ପ୍ରକାଶ କରି ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ଓ କଂଗ୍ରେସ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରୁଛନ୍ତି। ଦ କେରଳ ଷ୍ଟୋରୀକୁ ରାଜନୈତିକ ବିରୋଧ ଭିତରେ କିନ୍ତୁ ସିନେମା ହଲ ମାଲିକ ସଂଗଠନ (ଫ୍ୟୁକ) ଫିଲ୍ମ ପ୍ରଦର୍ଶନ କରିବା ଉପରେ ଦେଇଛନ୍ତି ଜୋର। ସଂଗଠନ ପକ୍ଷରୁ କୁହାଯାଇଛି କି, ଲୋକଙ୍କର ଫିଲ୍ମ ପ୍ରତି ରହିଛି ପ୍ରବଳ ଆଗ୍ରହ। ତେଣୁ କେରଳ ସରକାରଙ୍କ ଏଭଳି ପଦକ୍ଷେପ ଅଗ୍ରହଣୀୟ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗତ ୩୦ ତରିଖରେ ଫେସବୁକ ଜରିଆରେ ସଂଘ ପରିବାର ଦ୍ବାରା ନିର୍ମିତ ଚଳଚ୍ଚିତ୍ର ମିଛ ପ୍ରସାରଣ କରୁଛି। କେରଳ ଏକ ଧାର୍ମିକ ତଥା ଧର୍ମନି‌ରପେକ୍ଷ ରାଜ୍ୟ। ଧାର୍ମିକ ଉଗ୍ରବାଦ ମାଧ୍ୟମରେ କେରଳକୁ ଛୋଟ କରିବାକୁ ରାଜନୈତିକ ଷଡଯନ୍ତ୍ର କରାଯାଉଛି ବୋଲି ପିନାରାଇ କହିଥିଲେ। ସେହିପରି କେରଳର ସଂସ୍କୃତି ଓ ଯୁବ ବ୍ୟାପାର ମନ୍ତ୍ରୀ ସାଜି ଚେରିଆନ ଫେସବୁକରେ କହିଥିଲେ କି,  କରେଳରେ ସାମ୍ପ୍ରଦାୟିକ ସଦଭାବ ରହିଛି। ଚଳଚ୍ଚିତ୍ର ମାଧ୍ୟମରେ ଧର୍ମନିରପେକ୍ଷତାକୁ ନଷ୍ଟ କରିବାକୁ ଅପଚେଷ୍ଟା କରୁଛି ସଂଘ ପରିବାର। ଏପରି ହେଲେ ସମାଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ତେଣୁ ଫିଲ୍ମକୁ ବାରଣ କରିବାର ଆବଶ୍ୟକତା ରହିଛି।

ଫିଲ୍ମ ଦ କେରଳ ଷ୍ଟୋରୀ ରାଜ୍ୟର ହଜାର ହଜାର ପ୍ରବାସୀ ମହିଳାଙ୍କ ଉପରେ ପର୍ଯ୍ୟବେଷିତ। ଏଥିରେ ଦେଖା ଯାଇଛି, କିପରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟ କେରଳର ୩୨ ହଜାରରୁ ଅଧିକ ମହିଳାଙ୍କୁ ପ୍ରଲୋଭିତ କରି ନିଜ ସଂଗଠନରେ ସାମିଲ କରିଛି।

Leave a Reply

Your email address will not be published. Required fields are marked *