ଦିଲ୍ଲୀ ମଦ ଦୁର୍ନୀତି: ଚାର୍ଜସିଟରେ ରାଘବ ଚଢାଙ୍କ ନାମ

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ  ମଙ୍ଗଳବାର ଇଡି ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆପ୍‌ ସାଂସଦ ରାଘବ ଚଢ଼‌ାଙ୍କ ନାମ ରହିଛି। ତେବେ ଚାର୍ଜ ସିଟର ରାଘବଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥାପନ କରାଯାଇନାହିଁ।   ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଦ ନୀତିକୁ ନେଇ ହେଉଥିବା ବୈଠକରେ ରାଘବ ଥିବା ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ଇଡିକୁ ସୂଚନା ଦେଇଥିଲେ। ଚାର୍ଜ ସିଟରେ ରାଘବଙ୍କ ଭିନ୍ନ ମନୀଷ ସିସୋଦିଆ ଓ ସତ୍ୟୈନ୍ଦ୍ର ଜୈନଙ୍କ ନାମ ଉଲ୍ଳେଖ ରହିଛି।

ଚାର୍ଜସିଟରେ ଉଲ୍ଲେଖ ରହିଛି କି, ସି ଅରବିନ୍ଦ ତାଙ୍କ ବୟାନରେ କହିଥିଲେ କି, ସିସୋଦିଆଙ୍କ ଘରେ ହୋଇଥିବା ବୈଠକରେ ରାଘବ, ପଞ୍ଜାବ ଅବକାରୀ କମିଶନର, ଅବକାରୀ ଅଧିକାରୀ ଓ ବିଜୟ ନାୟର ଉପସ୍ଥିତ ଥିଲେ।  ବିଜୟ ନାୟର ଜୁମ କଲରେ ଅରୁଣ ପିଲାଇ, ଅଭିଷେକ ବୋଇନାପଲ୍ଲୀ ଓ ବୁଚି ବାବୁଙ୍କୁ ସଂଯୋଗ କରିଥିଲେ। ଦିଲ୍ଲୀର ନୂଆ ଅବକାରୀ ନୀତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମାନସ ସନ୍ତାନ ଥିଲା। ନୀତି ତିଆରି ଓ କାର୍ଯ୍ୟକାରୀ ହେବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ବିଜୟ ନାୟରଙ୍କ ସହ ବହୁବାର ବୈଠକ କରିଥିଲେ। ଦିଲ୍ଲୀର ନୂଆ ମଦ ନୀତିରେ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ସେମାନଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା।  

Leave a Reply

Your email address will not be published. Required fields are marked *