ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କଲେ ଶରଦ ପାଓ୍ବାର, ତେବେ ଏନସିପିର ଆଗାମୀ ଅଧ୍ୟକ୍ଷ କିଏ ?

ଏନସିପି ମୁଖ୍ୟ ଶରଦ ପାଓ୍ବାର ଏକ ବଡ ଘୋଷଣା କରିଛନ୍ତି । 82 ବର୍ଷୀୟ ମହାରାଷ୍ଟ୍ର ବାସିନ୍ଦା ଶରଦ ପାଓ୍ବାର ଏନସିପି ଅଧ୍ୟକ୍ଷ ପଦ ଛାଡିବା ପାଇଁ ଘୋଷଣା କରିଛନ୍ତି । ସେ ଏମତି ସମୟରେ ଏହି ଘୋଷଣା କରିଛନ୍ତି ଯେତେବେଳେ ଅଜିତ ପାଓ୍ବାରଙ୍କୁ ନେଇ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିବାର ଖବର ସାମ୍ନାକୁ ଆସୁଛି । ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଏନସିପିର କେତେଜଣ ବିଧାୟକଙ୍କୁ ନେଇ ବିଜେପିରେ ସହିତ ମିଶିଯିବେ ବୋଲି ଚର୍ଚ୍ଚା ଚାଲିଥିଲା ।

ଶରଦ ପାଓ୍ବାର କହିଛନ୍ତି, ଅନେକ ବର୍ଷ ଧରି ରାଜନୀତିରେ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଲା । ଆଉ ଏହି ବୟସରେ ପଦ ପାଖରେ ରଖିବାକୁ ଠିକ ଭାବୁନାହିଁ । ମତେ ଲାଗୁଛି ଯେ, ଆଉ କାହାକୁ ଆଗକୁ ଆସିବା ଦରକାର । ଦଳର ନେତାଙ୍କୁ ସ୍ଥିର କରିବାକୁ ପଡିବ ଯେ, ଆଗାମି ଅଧ୍ୟକ୍ଷ କିଏ ହେବେ । ଶରଦ ପାଓ୍ବାରଙ୍କୁ ଶେଷଥର ପାଇଁ 2022 ମସିହାରେ ଦଲର ଅଧ୍ୟକ୍ଷ ଭାବେ ବଛାଯାଇଥିଲା ।

ଶରଦ ପାଓ୍ବାର କହିଛନ୍ତି, 1999 ମସିହାରେ ଏନସିପି ଗଠନ ପରଠାରୁ ମତେ ଅଧ୍ୟକ୍ଷ ଭବେ ରହିବାର ସୁଯୋଗ ମିଳିଛ । ଆଜିକୁ 24 ବର୍ଷ ହୋଇଗଲା ଦଳର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଦଳର ମଙ୍ଗ ଧରି ରଖିଥିଲି । ସେ କହିଛନ୍ତି, 1960 ମସିହା ମେ 1 ତାରିଖରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଜୀବନ ଯାତ୍ରା ଗତ 63 ବର୍ଷ ଧରି ଜାରି ରହିଛି । ଏହି ସମୟ ଭିତରେ ମୁଁ ମହାରାଷ୍ଟ୍ର ଆଉ ଦେଶର ଭିନ୍ନ ଭିନ୍ନ ଭୂମିକାରେ ସେବା କରିଛି । ସେ କହିଛନ୍ତି, ମୋର ରାଜ୍ୟସଭା କାର୍ଯ୍ୟକାଳ ଆଉ 3 ବର୍ଷ ପାଇଁ ରହିଛି । ଏହା ଭିତରେ ମୁଁ କୌଣସି ପଦରେ ରହିବାକୁ ଚାହୁଁନାହିଁ । କାରଣ ଦେଶର ପ୍ରସଙ୍ଗ ସହିତ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହେଁ ।

ଶରଦ ପାଓ୍ବାର ପଦ ଛାଡିବା ପାଇଁ ଘୋଷଣା କରିବା ସମୟରେ ଲୋକମାନେ ଭାବବିହ୍ବଳ ହୋଇପଡିଥିଲେ । କାର୍ଯ୍ୟକ୍ରମରେ ସାମିଲ ଥିବା ଲୋକମାନେ ତାଙ୍କୁ ପଦ ନଛାଡିବାକୁ କହିବା ସହିତ କାନ୍ଦି ପକାଇଥିଲେ । ସେଠାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ଅନୁରୋଧ କରିଥିଲେ ।

ବିଗତ 6 ଦଶକ ଧରି ମହାରାଷ୍ଟର ଲୋକମାନେ ଯେଉଁ ଭଲପାଇବା ଦେଇଛନ୍ତି ତାକୁ ଭୁଲିପାରିବିନି ବୋଲି ଶରଦ ପାଓ୍ବାର କହିଛନ୍ତି । ଦଳ ଖୁବଶୀଘ୍ର ଏକ କମିଟି ଗଠନ କରି ପାର୍ଟିର ଅଧ୍ୟକ୍ଷ ନିର୍ବାଚିତ କରିବା ପାଇଁ ଶରଦ ପାଓ୍ବାର ଆହ୍ବାନ କରିଛନ୍ତି ।

Leave a Reply

Your email address will not be published. Required fields are marked *