ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ, ଧୁମ୍ ମଚାଇଲେ ବର ଓ କନ୍ୟା

ଗୌହାଟିରେ ଚର୍ଚ୍ଚିତ ବିବାହ ସମ୍ପନ୍ନ ହୋଇଛି । ଓଡ଼ିଶାର ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାପାଳ ଶେଷରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ମେ’୧ ତାରିଖରେ ଗୌହାଟିରେ ଏକ ଭବ୍ୟ ଆୟୋଜନରେ, ସମସ୍ତଙ୍କ ଉପସ୍ଥିତିରେ ସରିଛି ମ୍ୟାରେଜ୍ । ସବୁଠାରୁ ବଡ଼ କଥା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ବିବାହ ପୂର୍ବରୁ ଧୁମ୍ ନାଚିଥିଲେ ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ହୋଇଛି ।

ଗତ ଫେବ୍ରୁଆରୀରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ବିବାହ ସମ୍ପନ୍ନ ହୋଇଛି । ଗତକାଲି ରାତି ପ୍ରାୟ ୮ଟାରେ ଚଞ୍ଚଳ ରଣା ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ । ବରଯାତ୍ରୀରେ ନିଜେ ଚଞ୍ଚଳ ରଣା ନାଚିଥିଲେ । ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ କନ୍ୟା ପକ୍ଷ । ମିଠା ଖୁଆଇ ଚଞ୍ଚଲଙ୍କୁ କନ୍ୟା ପକ୍ଷ ପାଛୋଟି ନେଇଥିଲେ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ ଦୁଲହନ ବେଶରେ ସଜେଇ ହୋଇଥିଲେ । ବାହାଘରକୁ ନେଇ ଅନନ୍ୟା ବେଶ୍ ଖୁସି ଥିବାବେଳେ ନବ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଉଭୟ IASଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍.ଅଖତରଙ୍କୁ ବିବାହ କରିଥିଲେ ହେଲେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୨୦୧୮ ବ୍ୟାଚ ଆଇଏଏସ ଅଫିସର ହେଉଛନ୍ତି ଅନନ୍ୟା । ପୂର୍ବରୁ ସେ କଟକ ମ୍ୟୁନିସିପାଲିଟିର କମିଶନର ଥିଲେ । ସେପଟେ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଅନୁଗୁଳ ବାସିନ୍ଦା । ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ। ମତଭେଦ କାରଣରୁ ଉଭୟଙ୍କର ନିକଟରେ ଛାଡପତ୍ର ହୋଇଥିଲା। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ବଲାଙ୍ଗିର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଶ୍ୱେତ ବିପ୍ଳବ ପାଇଁ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା ।

Leave a Reply

Your email address will not be published. Required fields are marked *