Blog

  • ୫୨୦ ଜାତୀୟ ରାଜପଥ ପାଲଟିଛି ଡେଥ୍ ଜୋନ୍

    ୫୨୦ ଜାତୀୟ ରାଜପଥ ପାଲଟିଛି ଡେଥ୍ ଜୋନ୍

    ଡେଥ୍ ଯୋନ ପାଲଟିଛି ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ ନମ୍ବର ଜାତୀୟ ରାଜପଥ। ରିମୁଳି ଠାରୁ ନାରଦ ପୁର ମଧ୍ୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଏକ ନୀତି ଦିନିଆ ଘଟଣା ରେ ପରିଣତ ହୋଇସାରିଥିବା ବେଳେ ଗତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି।ଗତ ରାତି ପ୍ରାୟ ୯ଟା ବେଳକୁ ଅମଳାନିଗୋଡା

    ଗ୍ରାମ ର ପୁରଞୟ ମହାନ୍ତଙ୍କ ମୃତ୍ୟୁ ଘଟିଛି।ପୁରଞୟ ଯୋଡ଼ା ରୁ ଡ୍ୟୁଟି ସାରି ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ନାରଦ ପୁର ତଡୁଆବାହାଳ ମଧ୍ୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ହେଁ ରାସ୍ତା ରେ ତାଙ୍କ ମୃତ୍ୟୁ ଘଟିଛି।

    ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଟିକୁ ଜବତ୍ କରିବା ସହ ମୃତ ଦେହ କୁ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

  • ମା’ଙ୍କ ଦର୍ଶନ ସାରି ପାଟପୁର ପଞ୍ଚାୟତ ଜନତାଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ

    ମା’ଙ୍କ ଦର୍ଶନ ସାରି ପାଟପୁର ପଞ୍ଚାୟତ ଜନତାଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ

    ଟିକେଟ ପାଇବା ପରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥୀ ସମ୍ପଦ ସ୍ୱାଇଁ ମା ଶାରଳାଙ୍କ ଦର୍ଶନ ସାରି ବହୁ ଜନତାଙ୍କୁ ଭେଟିଛନ୍ତି. ବହୁ ବିଳମ୍ବ ହେଲେ ମଧ୍ୟ ପାଟପୁର ପଂଚାୟତର ତେନ୍ତୁଳିଆ କରତୁଠା ଛକରେ ଜନତାଙ୍କୁ ଭେଟିଛନ୍ତି. ବହୁ ସଂଖ୍ୟାରେ ଜନତା ଜୟ ଶ୍ରୀ ରାମ ନାରା ସହ ବାଣ ଫୁଟାଇ, ଫୁଲ ତୋଡ଼ା ସହ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ ।ବିଧାୟକ ଜନତାଙ୍କୁ ମା ଙ୍କ ପ୍ରସାଦ ସହିତ ମିଷ୍ଟାନ ବଣ୍ଟନ କରିଥିଲେ ।ସର୍ବଶେଷରେ ବିଧାୟକ ଜନତା ଙ୍କ ପାଖରେ ଆଗରୁ ଥିଲେ, ଏବେ ଅଛନ୍ତି ଓ ଆଗକୁ ରହି ଜନ କଲ୍ୟାଣ ନିମନ୍ତେ ସବୁପ୍ରକାର ସହଯୋଗର ହାତବଢ଼େଇବେ ବୋଲି ପରି ପ୍ରକାଶ କରିଛନ୍ତି.

  • ପ୍ରଣବ ପ୍ରକାଶ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା କୋରେଇ ବିଜୁ ଜନତା ଦଳ

    ପ୍ରଣବ ପ୍ରକାଶ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା କୋରେଇ ବିଜୁ ଜନତା ଦଳ

    ଜୋର ଧରିଲା କୋରେଇ ରାଜନୀତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୋରେଇ ଆସନ ରେ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା ବିଜୁ ଜନତା ଦଳ। କୋରେଇ ବ୍ଲକ ସଠିପୂର ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରତାପ ମହାନ୍ତି, ଜିଲା ମହିଳା ସଭାନେତ୍ରୀ ସବିତା ରାଉତ,କୋରେଇ ବ୍ଲକ ଯୁବ ବିକେଡି ସଭାପତି କାବୁ ମହାନ୍ତି ପ୍ରମୁଖ ଯୋଗ ଦେଇ କୋରେଇ ଅଞ୍ଚଳ ର ସାମଗ୍ରୀକ ବିକାଶ ପାଇଁ ଜଣେ ଦକ୍ଷ ନେତା ଙ୍କ ଆବଶ୍ୟକତା ଅଛି ସେଥିପାଇଁ ଯାଜପୁର ବିଧାୟକ ଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ଯାଜପୁର ବିଧାୟକ ଙ୍କ ନେତୃତ୍ୱରେ ଆଗାମୀ ଦିନରେ କେବଳ ବିକାଶ ସମ୍ଭବ ହୋଇ ପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

    ଏଥିସହିତ ବିଜୁ ଜନତା ଦଳ ନାଁ ରେ କେତେକ କୁଚକ୍ରି ଗୋଷ୍ଠୀ ଦଳ ରେ ବିଭ୍ରାଟ କରିବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

  • ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ କର୍ମୀ ସମାବେଶ

    ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ କର୍ମୀ ସମାବେଶ

    ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ରାଜନୀତି ମାହୋଲ ସରଗରମ ହୋଇପଡିଛି । ଗତକାଲି ବଡ଼ଚଣା ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ ବିଜେଡି ଏକ କର୍ମୀ ସମାବେଶ ଡାକିଥିଲେ । ଏହି ସମାବେଶରେ ସବୁ ଗୁଜବ ମିଛ ବୋଲି ପ୍ରମାଣିତ ହୋଇଛି । କାରଣ ଦଳର ନେତୃତ୍ବ ଓ କର୍ମି ମାନେ ସବୁ ଭୁଲି ହଜାର ହଜାର ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବଡ଼ଚଣା ଟିମ ସଭାପତି ଆଦିତ୍ୟ ଶତପଥିଙ୍କ ନେତୃତ୍ବରେ ଛାତ୍ର ଓ ଯୁବକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ହଠାତ ସ୍ଥିର କରିଥିବା ବେଳେ ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ ପ୍ରତି ପଞ୍ଚାୟତରୁ ଲୋକଙ୍କ ସୁଅ ଛୁଟିଥିଲା । ଉତ୍କଳ ଦିବସ ଉପଲକ୍ଷେ ପ୍ରଥମେ ବିଧାୟକ ଅମର ଶତପଥୀ ସାଧାରଣ ଲୋକଙ୍କୁ କିଛି ବାର୍ତ୍ତା ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅଞ୍ଚଳର ବିକାଶର ଗାଡି ଆଗେଇ ନେଉଥିବା କହିଛନ୍ତି ଅମର ।

    ଏହି କର୍ମି ସମାବେଶରେ ହଜାର ହଜାର ଜନସାଧାରଣଙ୍କ ଯୋଗଦାନ ଦେଖି ବଡ଼ଚଣାର ଜନମତ ଏବେ ବି ବିଧାୟକ ଏବଂ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ରଖିଥିବା ବାରିହୋଇପଡୁଛି । ଉକ୍ତ କାର୍ଯ୍ୟକ୍ରମରେ ସବୁଠାରୁ ବେଶୀ ମହିଳା ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକ ସଭାପତି ଅରବିନ୍ଦ ସାମଲ, ଟିମ ବଡ଼ଚଣା ସଭାପତି ଆଦିତ୍ୟ ଶତପଥି, ପଂଚାୟତ ସମିତି ଅଧକ୍ଷା ମିନତୀ ସେନାପତି ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କୁ ସହଯୋଗ କରିଥିଲେ ।

  • ଡକାୟତି ଉଦ୍ୟମ ଫେଲ ୩ ଗିରଫ ଦୁଇ ଫେରାର

    ଡକାୟତି ଉଦ୍ୟମ ଫେଲ ୩ ଗିରଫ ଦୁଇ ଫେରାର

    ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁର ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ଟାଉନ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ପାଞ୍ଚ ଛଅ ଜଣ ଯୁବକ ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଖବର ମିଳିଥିଲା ।

    ରାଇରଙ୍ଗପୁର ଟାଉନଥାନାର ପୋଲିସ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ କାବୁ କରିନେଇଥିବା ବେଳେ ଆଉ ଦୁଇ ଜଣ ଅନ୍ଧକାର ସୂଯୋଗ ନେଇ ଖସି ପଳାଇଥିଲେ। ଗିରଫ ହୋଇଥିବା ଯୁବକ ମାନଙ୍କ ନିକଟରୁ ଗୋଟିଏ ନକଲି ବନ୍ଧୁକ ସହିତ ମାରଣା ଅସ୍ତ୍ର ଏବଂ ନଗଦ ୪୭୦ ଟଙ୍କା ଜବତ କରିଛି ରାଇରଙ୍ଗପୁର ପୋଲିସ।

    ଗିରଫ ତିନି ଜଣ ଯୁବକ ମାନଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ବେଳେ ଆଉ ଦୁଇ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଏବଂ ଅନ୍ୟ ଦୁଇ ଜଣ କୁ ରାଇରଙ୍ଗପୁର ଟାଉନ ପୋଲିସ ଖଜୁଥିବା ସୂଚନା ମିଳିଛି।

  • ସାମାନ୍ୟ ବର୍ଷାରେ ଲୋକଙ୍କୁ ୧୫ କିଲୋମିଟର ବୁଲିବାକୁ ପଡେ

    ସାମାନ୍ୟ ବର୍ଷାରେ ଲୋକଙ୍କୁ ୧୫ କିଲୋମିଟର ବୁଲିବାକୁ ପଡେ

    କେନ୍ଦୁଝର ଚମ୍ପୁଆରେ ଗାଁ କୁ ରହିଛି ୩ଟି ରାସ୍ତା। ଗୋଟିଏ ରାସ୍ତା NH କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ମଧ୍ୟ ଦେଇ ବ୍ଲକ କାର୍ଯ୍ୟାଳୟ କୁ ଯିବା ଆସିବା ପାଇଁ ଅଧିକ ୧୫ କିଲୋମିଟର ବୁଲିବାକୁ ପଡେ । ତାହା ପୁଣି ଅନ୍ୟ ପଞ୍ଚାୟତ ର ଅଞ୍ଚଳ ମଧ୍ୟ ଦେଇ। ଅନ୍ୟ ଦୁଇ ରାସ୍ତା ମଧ୍ୟରୁ ଗୋଟିଏ ସିଧାସଳଖ ପଞ୍ଚାୟତ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା ବେଳେ ଅନ୍ୟଟି ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରେ।

    ତେବେ ଏହି ଦୁଇ ରାସ୍ତା ର ଦୟନୀୟତା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ରାସ୍ତା ସାରା ବିରାଟ ବିରାଟ ଖାଲ ଯାତାୟାତ ରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ସାମାନ୍ୟ ବର୍ଷାରେ ଏହି ରାସ୍ତା ରେ ଗାଡ଼ିରେ ଯିବା ଦୂରର କଥା ପାଦରେ ଯିବାଆସିବା ଅସମ୍ଭବ ହୋଇପଡେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ସରାଶପଶି ଗ୍ରାମ ର ଏହି ଦୁର୍ଦ୍ଦଶା ଏବେ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ କୁ ପୁଞ୍ଜିଭୂତ କରିବାରେ ଲାଗିଛି। ଗାଁରୁ ପଞ୍ଚାୟତ କୁ ସଂଯୋଗ କରୁଥିବା ଯୋଡ଼ାପୋଖରୀ ମଧ୍ୟ ଦେଇ ଜଙ୍ଗଲିଆ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ବେଳେ ଗାଁ ରୁ ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା କୋଦଗାଡିଆ ମଧ୍ୟ ଦେଇ ଯାଇଥିବା ମାଟି ରାସ୍ତା ର ଅବସ୍ଥା ନ କହିବା ଭଲ।

    ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଏହି ଦୁଇ ରାସ୍ତା ସ୍ବାଧୀନତା ପର ଠାରୁ ମାଟି ମୁଠେ ପଡି ନଥିବାରୁ ଖରା ଦିନେ ଗ୍ରାମବାସୀ ଯେନତେନ ପ୍ରକାରେ ଯିବାଆସିବା କରୁଥିବା ବେଳେ ବର୍ଷା ହେଲେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି।

  • ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

    ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

    ଭୁବନେଶ୍ବର ଲୋକସଭା ନିର୍ବାଚନରୁ ବାଦ ପଡିବା ପରେ ବିଜେଡି ଉପରେ କ୍ଷୁବ୍ଧ ପଶ୍ଚିମ ଓଡିଶାର ଯୁବନେତ୍ରୀ ଶ୍ରୀମୟୀ ଏବେ ପଦ୍ମ ମୁହାଁ ହେଉଥିବା ନେଇ ଚର୍ଚ୍ଚା। ସେ ଖୁବ ଶୀଘ୍ର ଶଙ୍ଖ ଛାଡି ପଦ୍ମ ଧରିବାକୁ ଯାଉଥିବା ବିଶେଷ ସୂତ୍ରରୁ ମିଳୁଛି ସୂଚନା। ଏହି ଚର୍ଚ୍ଚା ପରେ ଏବେ ପଦ୍ମ ଦଳରେ ହଲଚଲ। ଶ୍ରୀମୟୀଙ୍କ ପଦ୍ମ ପୋଖରୀରେ ଏଣ୍ଟ୍ରୀ ଦଳର ସମୀକରଣ ବଦଳାଇଦେବ ବୋଲି ସୃଷ୍ଟି କଲାଣି ଚାପା ଗୁଞ୍ଜରଣ। ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନର ୩ ବିଧାନସଭା ଆସନକୁ ବିଜେଡି ଗତ ନିର୍ବାଚନରେ ନିଜ ଅକ୍ତିଆରକୁ ନେବା ସତ୍ତ୍ବେ କିନ୍ତୁ ଲୋକସଭା ଆସନ ଛଡାଇ ନେଲେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା। ଯାହା ଦଳ ପାଇଁ ଅସହ୍ୟ ହୋଇଯାଇଥିଲା। ୨୦୧୯ରୁ ବିଜେଡି ଶ୍ରୀମୟୀଙ୍କୁ ପରବର୍ତ୍ତୀ ସାଂସଦ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଇ ଆସୁଥିଲା।

    ଗତବର୍ଷ ଶେଷାର୍ଦ୍ଧରେ ସୁପ୍ରିମୋଙ୍କ ଘୋଷଣା ପୂର୍ବରୁ ଏକାମ୍ର ବିଧାୟକଙ୍କଠାରୁ ଆରମ୍ଭ କରି ବହୁ ନେତା ଶ୍ରୀମୟୀଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ କହିବୁଲିଲେ। ଏହା ପରଠାରୁ ଶ୍ରୀମୟୀ ମଧ୍ୟ ଖରା ତରାରେ ଭୁବନେଶ୍ବରର ଗଳି କନ୍ଦି ବୁଲି ଫୁଲ ଦମରେ ଜନାଦୃତ ହେବାକୁ ଚେଷ୍ଟା ଚଳାଇଥିଲେ। ହେଲେ ଶେଷ ସମୟରେ ଦଳ ତାଙ୍କୁ ସାଇଡ କରି କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଠିଆ କରାଇ ଦେଲା। ଯାହା ଶ୍ରାମୟୀଙ୍କ ସବୁ ସ୍ବପ୍ନକୁ ଛାରଖାର କରି ଦେଲା। ତେଣୁ କ୍ଷୁବ୍ଧ ଶ୍ରୀମୟୀ ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳୁଛି। ଏହି ଭିତିରି ଖବରକୁ ନେଇ ଆରମ୍ଭ ହୋଇଗଲାଣି ବହୁ ଆଶଙ୍କା। ଯଦି ଶ୍ରୀମୟୀ ବିଜେପିରେ ସାମିଲ ହୁଅନ୍ତୁ ଏହା ବିଜେପି ଶିବିରରେ ସୃଷ୍ଟି କରିବ ଅସ୍ଥିରତା । କାରଣ ଶ୍ରୀମୟୀ ଦୀର୍ଘ ୫ ବର୍ଷ ଧରି ଅପରାଜିତାଙ୍କୁ ଶାଣିତ ଆକ୍ରମଣ କରିଆସୁଥିଲେ।

    ଉଭୟଙ୍କ ମଧ୍ୟରେ ତିକ୍ତତା ରାଜନୈତିକ ସ୍ତରରୁ ଖସି ବ୍ୟକ୍ତିଗତ ସ୍ତରକୁ ଚାଲିଆସିଛି। ଅବଶ୍ୟ ବିଜେପି ଅପରାଜିତାଙ୍କୁ ମୈଦାନକୁ ଓହ୍ଲାଇ ସାରିଛି, ହେଲେ ଉଭୟ ନେତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପାଇଁ କେହି କାହାରିକୁ ସହ୍ୟ କରିପାରିବେ ନାହିଁ ବୋଲି କୁହାଯାଉଛି। ସେପଟେ, ବିଜେପି ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଶ୍ରୀମୟୀ କୌଣସି ଆସନରୁ ଟିକେଟ ହାତେଇବେ ବୋଲି କୁହାଯାଉଥିବା ବେଳେ କେଉଁ ଆସନ ଦେବ ବିଜେପି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ବିଜେପିରୁ ପ୍ରିୟଦର୍ଶୀ ମିଶ୍ରଙ୍କ ଉତ୍ତର ଭୁବନେଶ୍ବର ଟିକେଟ ନିଶ୍ଚିତ ହୋଇ ସାରିଛି।

    ମଧ୍ୟମ ବା ଏକାମ୍ରରୁ ଯଦି କୌଣସି ଟିକେଟ ଦିଆଯାଏ ତେବେ ସେଠାରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଜଗନ୍ନାଥ ପ୍ରଧାନ ଓ ବାବୁ ସିଂହ ଯିବେ କୁଆଡେ? କଣ ସେମାନେ ଶ୍ରୀମୟୀଙ୍କୁ ଗ୍ରହଣ କରିପାରିବେ ? ଏମିତି ହେବନି ତ, ଶ୍ରୀମୟୀଙ୍କ ଏଣ୍ଟ୍ରୀ ପରେ ଅନେକ ପୁରୁଖା ବିଜେପି ନେତା ଅନ୍ୟଦଳ ମନା ହୋଇଯିବେନି ତ ? କି ଆଗାମୀ ନିର୍ବାଚନରେ ଦଳ ପାଇଁ ଅନ୍ତର୍ଘାତୀ ସାଜିବେ ନାହିଁ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

  • ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

    ଆଉ ନାହାନ୍ତି ଶାନ୍ତିଲତା ବାରିକ । ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

    ମୃତ୍ୟୁ ନେଇ ତାଙ୍କ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହୋଉଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି। ତାଙ୍କ ବିୟୋଗ ଖବର ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

    ଓଡ଼ିଆ ଭକ୍ତି ସଙ୍ଗୀତର ସେ ଭିନ୍ନ ଏକ ସ୍ରୋତସ୍ବିନୀ ଯିଏ ବହି ଯାଇଛନ୍ତି ହୃଦୟରୁ ହୃଦୟ ଉପକୂଳକୁ । ଚାରି ଦଶନ୍ଧିରୁ ଭକ୍ତି ସମୟ ଧରି ସଙ୍ଗୀତ ପରମ୍ପରାର ସେହି ସ୍ରୋତ ତା’ କଳ-କଲ୍ଲୋଳ ରାଗିଣୀରେ ଓଡ଼ିଆ ଜଳ-ଜୀବନକୁ ମୁଖରିତ କରି ଆସିଛି ଓ ତା’ର ଉଦାର ଉପହାରରେ ସଙ୍ଗୀତ ନାତନ ସବୁଳ-ଶ୍ୟାମଳ ଶ୍ରୀମଣ୍ଡିତ ହୋଇଛି ।

    ବାଗ୍‌ଦେବୀଙ୍କ କନ୍ୟା ଭାବେ ନିରସ ସଙ୍ଗୀତ ସାଧନାରେ ସତତ ନିମଗ୍ନା ଶାନ୍ତିଲତା ‘ସଂଗୀତ’କୁ ଜୀବନର ଅଭିନ୍ନ ଅଂଶ ଭାବେ ଗ୍ରହଣ କରି ବିଜୁ ଆରାଧନା ଓ ଇଶ୍ବର-ଅର୍ଜନାର ନୈବେଦ୍ୟ ଭାବେ ଅର୍ପଣ କରି ଆସିଛନ୍ତି । ପାରମ୍ପରିକ ଓଡ଼ିଶା, ଚମ୍ପୁ, ଛାନ୍ଦ, ଚଉପଦୀ, ଚଉତିସାଠାରୁ ‘ଭଜନ”, ଜଣାଣ ଆଦି ବିବିଧ ଗାୟନରେ ନିଜ ଅମ୍ଳାନ ପ୍ରତିକାର ସ୍ୱାକ୍ଷରକୁ ସ୍ପଷ୍ଟ କରି ସେ ସାଇତିଛନ୍ତି ।

  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

    ଘସିପୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାହାଡପୁର ପରିସରରେ ବିଦ୍ୟାଳୟର ଶିକ୍ଷକ ଗଣେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚରଣ ବାରିକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ନାଏକ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I

    ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସଭାପତି ଉମାକାନ୍ତ ଯେନା ,ସମ୍ମାନିତ ଅତିଥି ଭାବରେ ମା ବାରମାସୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ମଦନପୁର ସିଆରସିସି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ମଦନପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସମ୍ପାଦକ ରଞ୍ଜିତ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରିହର ମିଶ୍ର ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

    ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସଂଜ୍ଞା ସାଗରିକା ଚକ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମାନପତ୍ର ପଠନ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ଶରତ ସାହୁ, ବିଦ୍ୟାଧର ସାହୁ, ଲଳିତ ବଲ୍ଲଭ ସାହୁ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

  • ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    କନ୍ଧମାଳ ଜିଲ୍ଲାର ରାଇକିଆ ପୋଲିସ ଦେଶୀ ବନ୍ଧୁକ ତିଆରି କାର ଖାନା ଏବଂ ତିଆରି କରୁଥିବା ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ା ଗ୍ରାମ ର ମୁନିବର ମଲିକ I ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବିଭିନ୍ନ ପ୍ରକାର ବନ୍ଧୁକ ପ୍ରସ୍ତୁତ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି ।

    ବହୁ ଦିନ ଧରି ଏହି ସ୍ଥାନରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଅଭିଯୋଗ ହୋଇଥିଲା। ରାଇକିଆ ପୋଲିସଏ ନେଇ ରାଇକିଆ ଥାନାରେ ରେ କେଶ ଅତର୍କିତ ଭାବେ ଚଢାଉ କରି ଏହି ସଫଳ ପାଇ ପାରିଛି। ରାଇକିଆ ଥାନାରେ କେଶ ନମ୍ୱର 41/23 ରେ ଏକ ମାମଲା ରୁଜୁ ହୋଇଛି I ଏ ନେଇ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି I
    କନ୍ଧମାଳ ରୁ ଅରୁଣ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ୍