ଆଉ ନାହାନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଆଉ ନାହାନ୍ତି ଶାନ୍ତିଲତା ବାରିକ । ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

ମୃତ୍ୟୁ ନେଇ ତାଙ୍କ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହୋଉଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି। ତାଙ୍କ ବିୟୋଗ ଖବର ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

ଓଡ଼ିଆ ଭକ୍ତି ସଙ୍ଗୀତର ସେ ଭିନ୍ନ ଏକ ସ୍ରୋତସ୍ବିନୀ ଯିଏ ବହି ଯାଇଛନ୍ତି ହୃଦୟରୁ ହୃଦୟ ଉପକୂଳକୁ । ଚାରି ଦଶନ୍ଧିରୁ ଭକ୍ତି ସମୟ ଧରି ସଙ୍ଗୀତ ପରମ୍ପରାର ସେହି ସ୍ରୋତ ତା’ କଳ-କଲ୍ଲୋଳ ରାଗିଣୀରେ ଓଡ଼ିଆ ଜଳ-ଜୀବନକୁ ମୁଖରିତ କରି ଆସିଛି ଓ ତା’ର ଉଦାର ଉପହାରରେ ସଙ୍ଗୀତ ନାତନ ସବୁଳ-ଶ୍ୟାମଳ ଶ୍ରୀମଣ୍ଡିତ ହୋଇଛି ।

ବାଗ୍‌ଦେବୀଙ୍କ କନ୍ୟା ଭାବେ ନିରସ ସଙ୍ଗୀତ ସାଧନାରେ ସତତ ନିମଗ୍ନା ଶାନ୍ତିଲତା ‘ସଂଗୀତ’କୁ ଜୀବନର ଅଭିନ୍ନ ଅଂଶ ଭାବେ ଗ୍ରହଣ କରି ବିଜୁ ଆରାଧନା ଓ ଇଶ୍ବର-ଅର୍ଜନାର ନୈବେଦ୍ୟ ଭାବେ ଅର୍ପଣ କରି ଆସିଛନ୍ତି । ପାରମ୍ପରିକ ଓଡ଼ିଶା, ଚମ୍ପୁ, ଛାନ୍ଦ, ଚଉପଦୀ, ଚଉତିସାଠାରୁ ‘ଭଜନ”, ଜଣାଣ ଆଦି ବିବିଧ ଗାୟନରେ ନିଜ ଅମ୍ଳାନ ପ୍ରତିକାର ସ୍ୱାକ୍ଷରକୁ ସ୍ପଷ୍ଟ କରି ସେ ସାଇତିଛନ୍ତି ।

Leave a Reply

Your email address will not be published. Required fields are marked *