ଡକାୟତି ଉଦ୍ୟମ ଫେଲ ୩ ଗିରଫ ଦୁଇ ଫେରାର

ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁର ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ଟାଉନ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ପାଞ୍ଚ ଛଅ ଜଣ ଯୁବକ ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଖବର ମିଳିଥିଲା ।

ରାଇରଙ୍ଗପୁର ଟାଉନଥାନାର ପୋଲିସ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ କାବୁ କରିନେଇଥିବା ବେଳେ ଆଉ ଦୁଇ ଜଣ ଅନ୍ଧକାର ସୂଯୋଗ ନେଇ ଖସି ପଳାଇଥିଲେ। ଗିରଫ ହୋଇଥିବା ଯୁବକ ମାନଙ୍କ ନିକଟରୁ ଗୋଟିଏ ନକଲି ବନ୍ଧୁକ ସହିତ ମାରଣା ଅସ୍ତ୍ର ଏବଂ ନଗଦ ୪୭୦ ଟଙ୍କା ଜବତ କରିଛି ରାଇରଙ୍ଗପୁର ପୋଲିସ।

ଗିରଫ ତିନି ଜଣ ଯୁବକ ମାନଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ବେଳେ ଆଉ ଦୁଇ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଏବଂ ଅନ୍ୟ ଦୁଇ ଜଣ କୁ ରାଇରଙ୍ଗପୁର ଟାଉନ ପୋଲିସ ଖଜୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *