ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ କର୍ମୀ ସମାବେଶ

ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ରାଜନୀତି ମାହୋଲ ସରଗରମ ହୋଇପଡିଛି । ଗତକାଲି ବଡ଼ଚଣା ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ ବିଜେଡି ଏକ କର୍ମୀ ସମାବେଶ ଡାକିଥିଲେ । ଏହି ସମାବେଶରେ ସବୁ ଗୁଜବ ମିଛ ବୋଲି ପ୍ରମାଣିତ ହୋଇଛି । କାରଣ ଦଳର ନେତୃତ୍ବ ଓ କର୍ମି ମାନେ ସବୁ ଭୁଲି ହଜାର ହଜାର ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବଡ଼ଚଣା ଟିମ ସଭାପତି ଆଦିତ୍ୟ ଶତପଥିଙ୍କ ନେତୃତ୍ବରେ ଛାତ୍ର ଓ ଯୁବକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ହଠାତ ସ୍ଥିର କରିଥିବା ବେଳେ ବିଧାୟକ ଅମର ଶତପଥିଙ୍କ ନେତୃତ୍ବରେ ପ୍ରତି ପଞ୍ଚାୟତରୁ ଲୋକଙ୍କ ସୁଅ ଛୁଟିଥିଲା । ଉତ୍କଳ ଦିବସ ଉପଲକ୍ଷେ ପ୍ରଥମେ ବିଧାୟକ ଅମର ଶତପଥୀ ସାଧାରଣ ଲୋକଙ୍କୁ କିଛି ବାର୍ତ୍ତା ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅଞ୍ଚଳର ବିକାଶର ଗାଡି ଆଗେଇ ନେଉଥିବା କହିଛନ୍ତି ଅମର ।

ଏହି କର୍ମି ସମାବେଶରେ ହଜାର ହଜାର ଜନସାଧାରଣଙ୍କ ଯୋଗଦାନ ଦେଖି ବଡ଼ଚଣାର ଜନମତ ଏବେ ବି ବିଧାୟକ ଏବଂ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ରଖିଥିବା ବାରିହୋଇପଡୁଛି । ଉକ୍ତ କାର୍ଯ୍ୟକ୍ରମରେ ସବୁଠାରୁ ବେଶୀ ମହିଳା ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକ ସଭାପତି ଅରବିନ୍ଦ ସାମଲ, ଟିମ ବଡ଼ଚଣା ସଭାପତି ଆଦିତ୍ୟ ଶତପଥି, ପଂଚାୟତ ସମିତି ଅଧକ୍ଷା ମିନତୀ ସେନାପତି ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *