ପ୍ରଣବ ପ୍ରକାଶ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା କୋରେଇ ବିଜୁ ଜନତା ଦଳ

ଜୋର ଧରିଲା କୋରେଇ ରାଜନୀତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୋରେଇ ଆସନ ରେ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କଲା ବିଜୁ ଜନତା ଦଳ। କୋରେଇ ବ୍ଲକ ସଠିପୂର ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରତାପ ମହାନ୍ତି, ଜିଲା ମହିଳା ସଭାନେତ୍ରୀ ସବିତା ରାଉତ,କୋରେଇ ବ୍ଲକ ଯୁବ ବିକେଡି ସଭାପତି କାବୁ ମହାନ୍ତି ପ୍ରମୁଖ ଯୋଗ ଦେଇ କୋରେଇ ଅଞ୍ଚଳ ର ସାମଗ୍ରୀକ ବିକାଶ ପାଇଁ ଜଣେ ଦକ୍ଷ ନେତା ଙ୍କ ଆବଶ୍ୟକତା ଅଛି ସେଥିପାଇଁ ଯାଜପୁର ବିଧାୟକ ଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ଯାଜପୁର ବିଧାୟକ ଙ୍କ ନେତୃତ୍ୱରେ ଆଗାମୀ ଦିନରେ କେବଳ ବିକାଶ ସମ୍ଭବ ହୋଇ ପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏଥିସହିତ ବିଜୁ ଜନତା ଦଳ ନାଁ ରେ କେତେକ କୁଚକ୍ରି ଗୋଷ୍ଠୀ ଦଳ ରେ ବିଭ୍ରାଟ କରିବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *