୫୨୦ ଜାତୀୟ ରାଜପଥ ପାଲଟିଛି ଡେଥ୍ ଜୋନ୍

ଡେଥ୍ ଯୋନ ପାଲଟିଛି ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ ନମ୍ବର ଜାତୀୟ ରାଜପଥ। ରିମୁଳି ଠାରୁ ନାରଦ ପୁର ମଧ୍ୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଏକ ନୀତି ଦିନିଆ ଘଟଣା ରେ ପରିଣତ ହୋଇସାରିଥିବା ବେଳେ ଗତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି।ଗତ ରାତି ପ୍ରାୟ ୯ଟା ବେଳକୁ ଅମଳାନିଗୋଡା

ଗ୍ରାମ ର ପୁରଞୟ ମହାନ୍ତଙ୍କ ମୃତ୍ୟୁ ଘଟିଛି।ପୁରଞୟ ଯୋଡ଼ା ରୁ ଡ୍ୟୁଟି ସାରି ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ନାରଦ ପୁର ତଡୁଆବାହାଳ ମଧ୍ୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ହେଁ ରାସ୍ତା ରେ ତାଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଟିକୁ ଜବତ୍ କରିବା ସହ ମୃତ ଦେହ କୁ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *