ବିଜେପି ଅଫିସରେ ମହାଭାରତ: ତେଜିଲା ନିକୁ ସାହୁ ବନାମ ସ୍ମୃତିରେଖା ପହି ଟିକେଟ ଫାଇଟ

ଟିକେଟ୍ ପାଇଁ ରାତି ସାରା ଉଜାଗର । ତାତିଲେ ହିମାଂଶୁ ଶେଖର ବା ନିକୁ ସାହୁଙ୍କ ସମର୍ଥକ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ଯର ତିନି ପ୍ରମୁଖ ରାଜନୈତୀକ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ । ତେବେ ବର୍ତ୍ତମାନ ସୁଦ୍ଦା ବିଜେପି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଏହା ମଧ୍ୟରେ, ଦଳ ଧର୍ମଶାଳା ବିଧାନସଭା ଆସନ ପାଇଁ ସ୍ମୃତିରେଖା ପହିଙ୍କ ଉପରେ ଭରଷା କରିଛି ବିଜେପି; ମାତ୍ର ସ୍ମୃତିରେଖାଙ୍କ ନାମ ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହିମାଂଶୁଙ୍କ ସମର୍ଥକ ।

ସ୍ମୃତିରଖା, ଯେ କି ୨୦୧୯ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଶୋଚନୀୟ ପରାଜୟ ବରଣ କରିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅପିଲ ୨୦୧୧ରେ ବିଜପିରେ ଯୋଗଦାନ କରିଥିଲେ । ହିମାଂଶୁଙ୍କ ସମର୍ଥକଙ୍କ କହିବା କଥା, ‘ଯାଜପୁରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସ୍ମୃତିରେଖାଙ୍କର ମାତ୍ର ୧୦ ଜଣ ସମର୍ଥକ ଯୋଗ ଦେଇଥିବାବେଳେ ହିମାଂଶୁଙ୍କର ୨୫ ହଜାର ସମର୍ଥକ ଯୋଗ ଦେଇଥିଲେ । କିନ୍ତୁ, ଜନପ୍ରିୟତାକୁ ଅଣଦେଖା କରି ସ୍ମୃତିରେଖାଙ୍କୁ ବିଜେପି ଟିକେଟ ଦେବା ଅନ୍ୟାୟ କଥା ବୋଲି କହିଛନ୍ତି ହିମାଂଶୁଙ୍କ ସମର୍ଥକ ।

ସବୁବେଳେ ଲୋକଙ୍କ ସହ ରହି ଆସିଥିବା ହିମାଂଶୁ ଶେଖର ସାହୁଙ୍କ ଟିକେଟ୍ କାହିଁକି କଟିଲା ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି । ହିମାଂଶଙ୍କର ୧୦ ହଜାର ସମର୍ଥକ ବିଜେପି ପାର୍ଟି ଅଫିସରେ ପସି ରାଜ୍ଯ ବିଜେପି ସଭାପତି ମନମହନ ସାମଲଙ୍କୁ ଘେରିଥିବାର ମଧ୍ଯ ଦେଖିବାକୁ ମିଳିଥିଲା । ଏବଂ ସେମାନଙ୍କର କହିବା କଥା ଇସା ନେଇ ସ୍ମୃତିରେଖା ପହିଙ୍କୁ ଧର୍ମଶାଳା ଟିକେଟ ବିକ୍ରି କରିଛି ବିଜେପି । ସୁଣନ୍ତୁ କଣ କହୁଛନ୍ତି ହିମାଂଶୁ ଶେଖର ସାହୁଙ୍କ ସମର୍ଥକ

Leave a Reply

Your email address will not be published. Required fields are marked *