ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ନେଇ ବୈଠକ

ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ଏବେଠାରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସେଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉପନିର୍ବାଚନ ପାଇଁ ନିର୍ବାଚନମଣ୍ଡଳରେ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି । ଏହାକୁ ଠିକଭାବେ ପାଳନ କରିବା, ଅଯଥା କୌଣସି ସ୍ଥାନରେ ଭିଡ଼ ନଜମାଇବା, ଟ୍ରାଫିକ୍ ସୁପରିଚାଳନା, ଅବକାରୀ ଓ ପୋଲିସ ମିଳିତ ଭାବେ ରେଡ୍ କରିବା, ନିର୍ବାଚନ ପାଇଁ ଅର୍ଥ କାରବାରରେ ରୋକ୍ ଲଗାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି CEO । ଏଥିସହ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀଙ୍କ ସମେତ ପୋଲିସ ମୁଖ୍ୟାଳୟ IG ଯତୀନ୍ଦ୍ରନାଥ କୋଏଲ, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ କୁମାର, ଆୟକର ବିବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଅବକାରୀ ବିଭାଗ ଅତିରିକ୍ତ ଅବକାରୀ କମିଶନର ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *