କମ୍ ବ୍ୟାକ୍ କରିବ KKR !

IPL: KKR VS RCB

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । କୋଲକାତା ନାଇଟ୍ ରାଇଡର୍ସର ସାମ୍ନା କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯିବ ।

କୋଲକାତା ନାଇଟ୍ ରାଇଡର୍ସ ତାର ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଛି । ଆଜି ଦଳ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ନିତିଶ ରାଣାଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବ । ବିସ୍ଫୋରକ ରସେଲ, ଗୁରବାଜ, ରିଙ୍କୁ ସିଂ, ନାରିନ୍, ସାଉଦିଙ୍କ ପରି ଖେଳାଳିଙ୍କୁ ନେଇ ଲଢ଼ିବ କେକେଆର୍ ।

ସେପଟେ, ବିଜୟରୁ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଖେଳିଥିବା ଏକମାତ୍ର ମ୍ୟାଚରେ ମୁମ୍ବାଇକୁ ହରାଇଛି ଆରସିବି । ତେଣୁ ଖେଳାଳିଙ୍କ ମନୋବଳ ବଢ଼ିଛି । କୋହଲି, ଅଧିନାକୟ ଡୁପ୍ଲେସିସ୍ ଫୁଲ୍ ଫର୍ମରେ ଅଛନ୍ତି । ବିସ୍ଫୋରକ ମ୍ୟାକ୍ସୱେଲ ମଧ୍ୟ ବଡ଼ ଇନିଂସ ଅପେକ୍ଷାରେ । ତେଣୁ ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ନେଇ ଆଶା କରାଯାଉଛି ।
ଗତକାଲି IPLରେ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ରାଜସ୍ଥାନ ରୟାଲ୍ସକୁ ୫ ରନରେ ପରାସ୍ତ କରିଥିଲା ପଞ୍ଜାବ କିଙ୍ଗସ ।

Leave a Reply

Your email address will not be published. Required fields are marked *