ଫେଲ୍ ମାରିଲା ଫିଲ୍ମ ଷ୍ଟାଇଲ୍ ବ୍ୟାଙ୍କ ଲୁଟ୍

BANK ROBBERY

ବାରଙ୍ଗ ଥାନା ଫକୀରପଡ଼ା ଠାରେ ଥିବା ICICI ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ ଫେଲ୍ ମାରିଛି । ଲୁଟେରାମାନେ ଭୟଭୀତ ହୋଇ ବ୍ୟାଙ୍କରୁ ଚମ୍ପଟ ମାରିଥିଲେ ।
ସୂଚନା ଅନୁଯାୟୀ ଆଜି ସକାଳ ୯ଟା ୫୦ରେ ଫକୀରପଡ଼ା ଠାରେ ଥିବା ICICI ବ୍ୟାଙ୍କ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ସମୟରେ ତିନି ଜଣ ଅଜଣା ଯୁବକ ମୁଣ୍ଡରେ ହେଲମେଟ୍ ପିନ୍ଧି ବ୍ୟାଙ୍କ୍ ଭିତରକୁ ପଶି ଆସିଥିଲେ । ସେମାନଙ୍କ ହାତରେ ଥିବା ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ଟଙ୍କା କେଉଁଠି ଅଛି ପଚାରିଥିଲେ ।

ତେବେ, ଜଣେ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟାଙ୍କର ସତର୍କ ଘଣ୍ଟି ବଜାଇଥିଲେ । ସତର୍କ ଘଣ୍ଟି ବାଜିବା ଉଠିବା କ୍ଷଣି ତିନି ଲୁଟେରା ଭୟଭୀତ ହୋଇ ବ୍ୟାଙ୍କ ଛାଡ଼ି ପଳାଇଥିଲେ । ଘଟଣାର ସମସ୍ତ ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି । ବାରଙ୍ଗ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *