କେନ୍ଦୁଝରରେ କାସଭି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବିଶ୍ୱ ଶ୍ରମିକ ଦିବସ ଅବସରରେ କେନ୍ଦୁଝର କାସଭି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ରାମଚନ୍ଦ୍ରପୁର,ଉକୁଚାନେଡ଼ା, ତୁଳସୀଚଉଁରା, ହରିଡ଼ାଗୋଠ ଗାଁରୁ ପ୍ରାୟ ୬୦୦ ଜଣ ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଏହି ଅବସରରେ ସମସ୍ତଙ୍କୁ ମାଗଣା ଔଷଧ ଏବଂ ଫଳ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କମ୍ପାନୀ ମ୍ୟାନେଜିଂ ଡାଇରେକ୍ଟର ଇଂ.ଦେବବ୍ରତ ବେହେରାଙ୍କ ପିତା ଚନ୍ଦ୍ରଶେଖର ବେହେରା, ଡାଇରେକ୍ଟର ସୁସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଶୁଭାରମ୍ଭ କରିଥିଲେ । କମ୍ପାନୀ ସିଇଓ ଜେ.କେ.ଦେଉରା, ଡାଇରେକ୍ଟର ଶତ୍ରୁଜିତ ସାହୁ, ବିଭୋର ମହାନ୍ତି ଏବଂ ସୁବ୍ରତ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାସଭି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଜେନେରାଲ୍ ମ୍ୟାନେଜର ଦୀପକ ବିଶ୍ୱାଳ, ପର୍ସନାଲ ମ୍ୟାନେଜର ସଞ୍ଜୟ ଦାସ, ସିନିୟର ମ୍ୟାନେଜର ତାପସ ଦେଉରା, ଜ୍ଞାନରଞ୍ଜନ ପ୍ରଧାନ, ସନ୍ତୋଷୀ ସାହୁ, ନନ୍ଦନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *