ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

କୋରାପୁଟ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିଡ଼ିକା ରାଜନଙ୍କ ଅନଧିକାର ପ୍ରବେଶ ଯୋଜନାକୁ ଜୋରଦାର ବିରୋଧ ହୋଇଛି । ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ଥିଲା । ତେବେ ସେ ଆସିବା ପୂର୍ବରୁ ହିଁ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

ଅଧିକାଂଶ ସମୟରେ ଆନ୍ଧ୍ର ଅଧିକାରୀ, ନେତା କୋଟିଆରେ ପ୍ରବେଶ କରୁଛନ୍ତି । ସେମାନେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ପୂର୍ବରୁ ସେମାନଙ୍କ ଗସ୍ତକୁ ଅନେକଥର ବିରୋଧ କରାଯାଇଛି । ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡ଼କର ବ୍ରିଜ୍‌ ନିକଟ ରାସ୍ତାରେ ମାଟି ପକାଯାଇଛି । ପୂର୍ବରୁ ଆନ୍ଧ୍ରର କିଛି କର୍ମଚାରୀ ଘର ଘର ବୁଲି ନାମ ଫଳକ ଲଗାଇଥିଲେ । ଏହାକୁ ରାଜ୍ୟ ପୋଲିସ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ବିରୋଧ କରିଥିଲା । ଏବେ ସ୍ଥିତି ଉପରେ ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ ।…

Leave a Reply

Your email address will not be published. Required fields are marked *