କୁକୁରର ବିଶ୍ୱସ୍ତତାର ତୁଳନା ନାହିଁ

କୁହାଯାଏ କୁକୁର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ଏହି ଉକ୍ତିକୁ ପୁଣି ଥରେ ଉଦଜିବିତ କରିଛି କୁକୁର କୁପର। ନିଜର ନୂଆ ଘରେ ସମସ୍ତଙ୍କୁ ଚକମା ଦେଇ ପୁରୁଣା ମାଲିକଙ୍କ ପାଖକୁ ଧାଇଁ ଯାଇଛି ଓ ସହିଛି ବହୁ ଯାତନା। ୨୭ ଦିନ ଧରି ନିରବଚ୍ଛିନ୍ନ ଭାବେ ୬୪ କିମି ରାସ୍ତା ଦୌଡି ଦୌଡି ଶେଷରେ ନିଜ ପୁରୁଣା ମାଲିକଙ୍କ ପାଖରେ ପହଞ୍ଚି ଚମକାଇ ଦେଇଛି ସମସ୍ତଙ୍କୁ। ଏହି ଖବର ଏବେ ସବୁ ଗଣମାଧ୍ୟମର ଶିରୋନାମା ପାଲଟିଛି।

ରିପୋର୍ଟ ଅନୁଯାୟୀ, ଗୋଲ୍ଡେନ ରିଟ୍ରାଇଭର ବ୍ରିଡ୍‌ର କୁକୁର କୁପର। କୁପରକୁ ଉତ୍ତର ଆୟର୍ଲ୍ୟାଣ୍ଡର ଟୟାରୋନ କାଉଣ୍ଟିକୁ ତାର ନୂଆ ମାଲିକ ଆଣିଥିଲେ। କିନ୍ତୁ ସେଠାରେ ପହଞ୍ଚିବାର ମାତ୍ର କିଛି ସମୟରେ ସେ ସେଠାରୁ ଖସି ଯାଇଥିଲା। ଏପ୍ରିଲ ୧ ତାରିଖରୁ ସେ ନିଖୋଜ ଥିବା ବେଳେ ୨୭ ଦିନ ପରେ ତା ବିଷୟରେ ଖବର ମିଳିଥିଲା ଓ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। କାରଣ ଏତେ ଦିନ ଧରି ପତ୍ତା ନଥିବା କୁପର ୬୪ କିମି ଅତିକ୍ରମ କରି ପହଞ୍ଚି ଯାଇଥିଲା ତା ପୁରୁଣା ମାଲିକଙ୍କ ଘରେ।

କୁପର ମିଳିବା ପରେ ତାକୁ ଖୋଜୁଥିବା ନିଖୋଜ ପୋଷା ପଶୁପକ୍ଷୀଙ୍କ ଚାରିଟି ‘ଲଷ୍ଟ ପାୱସ ନି’ ପକ୍ଷରୁ କୁହାଯାଇଛି ଯେ ସଂସ୍ଥା ପକ୍ଷରୁ କୁପରକୁ ଖୋଜିବା କାମ ଆରମ୍ଭ ହୋଇଥିଲା, କିନ୍ତୁ କୌଣସି ଖବର ନ ଥିଲା। ହଠାତ୍ ଏପ୍ରିଲ ୨୨ରେ କୁପର ପଡ଼ିଆ ଓ ଲୋକଙ୍କ ଘର ପାଖରେ ବୁଲୁଥିବାର ଖବର ମିଳିଥିଲା। ପାଞ୍ଚ ଦିନ ପରେ ପୁଣି ଖବର ମିଳିଲା କି, କୁପର ତା ପୁରୁଣା ମାଲିକଙ୍କ ଘର ଆଡ଼େ ଯାଉଛି। ବିଶେଷ କରି ରାତି ବେଳା ସେ ତା’ର ଯାତ୍ରା ଜୋରଦାର କରୁଥିଲା। କାରଣ ଦିନରେ ଟ୍ରାଫିକ ଅଧିକ ଥାଏ।

ତେବେ ବିନା ଖାଦ୍ୟ, ବିଶ୍ରାମରେ ଏତେ ବାଟ ଆସିବା ପୁଣି ପୁରୁଣା ମାଲିକଙ୍କ ନିକଟରେ ପହଞ୍ଚିଛି। ତେବେ ସେ ଅସୁସ୍ଥ ହୋଇପଡିଛି। ତେବେ ଧୀରେ ଧୀରେ ସେ ସୁସ୍ଥ ହେଉଥିବା ତାର ମାଲିକ ସୂଚନା ଦିଆଯାଇଛି। ତା’କୁ ଖୋଜିବାରେ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *