NDA କରିବ ବାଜିମାତ, ତୃତୀୟ ଥର ପାଇଁ ମୋଦି ହେବେ ପ୍ରଧାନମନ୍ତ୍ରୀ: EXIT POLL

ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ମୋଟ ୭ଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ ।

ଏପ୍ରିଲ ୧୯ ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ, ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ଏହା ସହିତ, EVM ରେ ବନ୍ଦ ହୋଇଯାଇଛି ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ।

EVM ମାଧ୍ୟମରେ ମତଦାନ କରି ଆସନ୍ତା ୫ ବର୍ଷ ପାଇଁ ଦେଶର ଜନତା ନିଜର ପ୍ରତିନିଧି ବା ସରକାରଙ୍କୁ ବାଛି ସାରିଛନ୍ତି କିନ୍ତୁ ବାକି ରହିଛି ଗଣତି ଓ ନିର୍ବାଚନର ଫଳାଫଳ ଘୋଷଣା ଯାହାକି ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ। କିନ୍ତୁ, ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଜାଣିବାକୁ ସମସ୍ତେ ଉତ୍ସୁକ ।

ଏହି ସମୟରେ ବିଭିନ୍ନ ବୈଦ୍ୟୁତିକ ଗଣ ମାଧ୍ୟମ ଦ୍ୱାରା ପ୍ରକାଶିତ ହୋଇଛି EXIT POLL 2024 ଏବଂ ଏହା ଉପରେ କେନ୍ଦ୍ରୀଭୂତ ହୋଇଛି ସମସ୍ତଙ୍କ ନଜର । ତେବେ, ବିଭିନ୍ନ ବୈଦ୍ୟୁତିକ ଗଣ ମାଧ୍ୟମ ଦ୍ୱାରା ପ୍ରକାଶିତ EXIT POLL ଅନୁସାରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

କାହାର EXIT POLL କେତେ ବିଶ୍ୱସନୀୟ ତାହା ସମୟ କହିବ କିନ୍ତୁ ଆସନ୍ତୁ ଜାଣିବା କେଉଁ ଦଳ ପାଇଁ କଣ ରହିଛି ସମ୍ଭାବନା …

Leave a Reply

Your email address will not be published. Required fields are marked *