ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସେଲିବ୍ରିଟି

ପାରାଦୀପବାସୀ ଗଣତନ୍ତ୍ରର ମହାନ ପର୍ବରେ ବାଛୁଛନ୍ତି ନିଜ ନେତା । ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମତଦାନ । କେତେକ ସ୍ଥାନରେ ପ୍ରଥମରୁ ଇଭିଏମରେ ସାମାନ୍ଯ ତୃଟି ଦେଖାଦେଇ ଥିବା ବେଳେ, ଏହାକୁ ଠିକ୍ କରି ପୁନଶ୍ଚ ମତଦାନ ସୁରୁଖୁରୁରେ ଚାଲିଛି । ପାରାଦୀପରେ ୪୫ଟି ବୁଥ ମଧ୍ୟରୁ ୪୪ଟି ବୁଥ୍ ସଖୀ ବୁଥ ହୋଇଥିବା ବେଳେ ଏହା ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଛି । ସେହିପରି ଗୋଟିଏ ବୁଥ ଭିନ୍ନକ୍ଷମ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଛି । ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିବା ବେଳେ ମତଦାତା ଭୋଟ ଦେଇ ଉତ୍ସାହିତ ଥିବା କହିଛନ୍ତି ।

ଆଜି ହେଉଛି ଶେଷ ପର୍ଯ୍ୟାୟ ମତଦାନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ନିଜ ଗାଁ ସାନଗାଁରେ ପହଁଚି ଭୋଟ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ନିର୍ବାଚନର ଏହି ପବିତ୍ର ପର୍ବରେ ସମସ୍ତେ ସାମିଲି ହୋଇ ମତଦାନ କରିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *