ବିଜେପି ଅଫିସରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ କାଁ ଭାଁ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ମହିଷାସୁର ପଞ୍ଚାୟତ ୧୪୦ ନମ୍ୱର୍ ବୁଥ ପାଖରେ ଥିବା ବିଜେପି ପାର୍ଟି ଅଫିସରେ ହୋଇଛି ହିଂସା । ବିଜେଡିର କିଛି ଯୁବକ ଆସି ବିଜେପି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିବା ସହ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ, ବିଜେପି କର୍ମୀଙ୍କ ଅଭିଯୋଗ ମୁତାବକ, ଗତକାଲି ତାଙ୍କ ଅଫିସରେ ପଶି ବିଜେପି କର୍ମୀ ବ୍ୟାନର ଚିରାଚିରି କରିଥିବା ବେଳେ, ଆଜି ଜଣେ ଛୋଟ ପିଲା ଆସି ସେଠାରେ ଗଣ୍ଡୋଗୋଳ କରିବାକୁ ଉଦ୍ୟମ କରୁଥିଲା । ଏ ସମ୍ପର୍କରେ, ବିଜେପି କର୍ମୀ ପୋଲିସକୁ ଜଣାଇବାରୁ, ପୋଲିସ ସେ ପିଲାକୁ ସେଠାରୁ ଘଉଡାଇ ଦେଇଥିଲେ । ଏହାପରେ ବିଜେଡିର କିଛି ଯୁବକ ଆସି ବିଜେପି ଅଫିସରେ ଚେୟାର ଭଙ୍ଗାରୁଜା କରିଥିଲେ ।

ବିଜେଡିର ଅଧିକ ବାହୁବଳ ଥିବାରୁ ସେ ଏପରି ହିଂସା କରୁଥିବା ଅଭିଯୋଗ ହୋଇଛି । ତେବେ, ଆସନ୍ତା ଜୁନ୍ ୪ ତାରିଖରେ ଜଣାପଡିବ କାହାର ଟଙ୍କା ବଳ ଅଧିକ, ଆଉ କାହାର ଲୋକବଳ ଅଧିକ ।

Leave a Reply

Your email address will not be published. Required fields are marked *