ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଆକ୍ରମଣ ଘଟଣାରେ ଆଉ ୫ ଗିରଫ

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ, ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା।

ଗତକାଲି, ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ପୂର୍ବରୁ ଏହି ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ପ୍ରତିନିଧି ଦଳ । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରିବା ପାଇଁ ଦାବି କରିଥିଲା ଦଳ । ଏହାପରେ, ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଥିଲା ।

ଏଠାରେ ଉଲ୍ଲେଖ କରାଯାଇ ପରେ କି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମେ’ ୩୦ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କ ସହ ଅନ୍ୟ ୨୦ଜଣଙ୍କ ଉପରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଆକ୍ରମଣ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରିଛି ପୁଲିସ। ପୂର୍ବରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦ରୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *