Category: ରାଜ୍ୟ ଖବର

  • ସରପଞ୍ଚଙ୍କ ଘର ସମ୍ମୁଖରେ ଗରା,ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

    ସରପଞ୍ଚଙ୍କ ଘର ସମ୍ମୁଖରେ ଗରା,ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

    ଜଳକଷ୍ଟକୁ ନେଇ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡ଼ା ବ୍ଲକ ପଳସା ପଞ୍ଚାୟତରେ ଗ୍ରାମବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ। ବିଗତ କିଛି ଦିନରୁ ଏହି ପଞ୍ଚାୟତ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ଗୟଳମରା ସାହିର ଲୋକେ ପିଇବା ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ବେଳେ କୌଣସି ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଗ୍ରାମର ଲୋକମାନେ ଗରା,ହାଣ୍ଡି ଧରି ପଳସା ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ସମ୍ମୁଖରେ ଧାରଣାରେ ବସି ଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ପରିସ୍ଥିତି ସତ୍ବେ ସେହି ଗାଁରେ ଚାଲୁଥିବା ଓ.ଏମ୍. ସି ସରକାରୀ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ତିଳେହେଁ ଚିନ୍ତା କରୁନଥିବା ଏକ ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ତେବେ ବର୍ତ୍ତମାନ ନୂତନ ସରକାର ଗଠନର ସ୍ପଷ୍ଟ ହେଉଥିବା ବେଳେ ସରକାର ଗଠନ ହେଲାପରେ ଖଣି ଅଞ୍ଚଳ ରେ ରହୁଥିବା ଜନ ସାଧାରଣ ଙ୍କୁ ନୂତନ ସରକାର ଭଲ ଦୃଷ୍ଟି ଦେବେ ନା ଖଣି କମ୍ପାନୀ ମାନଙ୍କ ପ୍ରତି ଗଡାଣିଆ ହେବେ ତାହା ଦେଖିବାକୁ ବାକି ରହିଲା

  • କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଭାରତୀୟ ଜନତା ପାର୍ଟୀର ବିଜୟ ଦିବସ ପାଳିତ l କଂଧମାଳ ଲୋକସଭା କ୍ଷେତ୍ରରେ ବିଜେପିର ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣଗ୍ରାହୀଙ୍କ ଙ୍କ ବିପୁଳ ବିଜୟ ଭାରତରେ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ବିଶେଷକରି ପଞ୍ଚସ୍ତରୀ ବର୍ଷ ପରେ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରୁଥିବାରୁ ବାଲିଗୁଡ଼ାରେ ବିଜେପି କର୍ମୀ ବିଜୟ ଦିବସ ପାଳନ କରିଛି l ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କର୍ମୀମାନେ ବାଲିଗୁଡ଼ା ସହର ସାରା ଆନନ୍ଦ ଉଲ୍ଲାସ ର ସହିତ ବୁଲି ମିଠା ବାଣ୍ଟିବା ସହିତ ବାଣ ଫୁଟାଇ ଥିଲେ । ସେହିପରି ଜି ଉଦୟଗିରି ଠାରେ ବିଜେପି ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ ବିଜେପି ର କର୍ମୀ,ନେତା,କାଉନସିଲର ଆଦି ସମସ୍ତ ବାଣ ଫୁଟାଇ,ମିଠା ବାଣ୍ଟି ବିଭିନ୍ନ ନାରା ଦେଇଥିଲେ।ଫୁଲବାଣୀ ଠାରେ ବିଜୟୀ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ,ଫୁଲବାଣୀ ବିଜେପି ବିଧାୟକ ଉମା ଶଙ୍କର ମଲ୍ଲିକ ଆଦି ବିରାଟ ଶୋଭାଯାତ୍ରା ରେ ସାରା ଫୁଲବାଣୀ ସହର ବୁଲିଥିଲେ। ସେହି ପରି ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୟୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ ବିଜୟୀ ଉଛବ ପାଳନ କରିଥିଲେ।

    କଂଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣଗ୍ରାହୀ ବିଜୟୀ ହୋଇଥିବା ବେଳେ,ଫୁଲବାଣୀ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଉମା ଶଙ୍କର ମଲ୍ଲିକ,ଜି ଉଦୟଗିରି ରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ,ବାଲିଗୁଡ଼ା ରୁ ବିଜେଡି ପାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି।

  • ବିଧାନସଭା ଭାଙ୍ଗିଲେ ରାଜ୍ୟପାଳ

    ବିଧାନସଭା ଭାଙ୍ଗିଲେ ରାଜ୍ୟପାଳ

    ରାତି ପାହିଲେ ଭୋଟ ଗଣତି। ଏହା ପୂର୍ରୁ ସୋମବାର ଦିନ ରାଜ୍ୟପାଳ ରଘୁବର ଦାସ ଭଙ୍ଗକଲେ ୧୬ତମ ବିଧାନସଭା। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ରାଜ୍ୟ ବିଧାନସଭା ଭାଙ୍ଗିବାକୁ ରାଜ୍ୟ କ୍ୟାବିନେଟ କରିଥିଲା ସୁପାରିଶ।

    ସୋମବାର ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଶେଷ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବ। ନୂତନ ସରକାର ଗଠନ ହେବା ପର୍ୟ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ।

  • ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

    ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

    ଗଜପତି ସୀମାନ୍ତ ତପ୍ତପାଣି ଘାଟି ନିକଟ ଶାନ୍ତି ନଗର ଖାଲକୁ ଖସିଲା ଟ୍ରକ । ଘଟଣାରେ ଡ୍ରାଇଭର ମୃତ l ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ନିକଟ ଶାନ୍ତି ନଗରରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।ବ୍ରାହ୍ମଣିଗାଁ ଠାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଖାଲ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଙ୍କ ସନ୍ଧାନ ମିଳୁନ ଥିବା ଜଣା ପଡିଛି l ମୃତ ଡ୍ରାଇଭର ଜଣଙ୍କ ହେଲେ ସୁରେଶ କୁମାର ଗୁରୁ । ନୟାଗଡ଼ ଜିଲ୍ଲା ସରପଡା ଅଂଚଳର ବୋଲି ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସେଲିବ୍ରିଟି

    ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସେଲିବ୍ରିଟି

    ପାରାଦୀପବାସୀ ଗଣତନ୍ତ୍ରର ମହାନ ପର୍ବରେ ବାଛୁଛନ୍ତି ନିଜ ନେତା । ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ମତଦାନ । କେତେକ ସ୍ଥାନରେ ପ୍ରଥମରୁ ଇଭିଏମରେ ସାମାନ୍ଯ ତୃଟି ଦେଖାଦେଇ ଥିବା ବେଳେ, ଏହାକୁ ଠିକ୍ କରି ପୁନଶ୍ଚ ମତଦାନ ସୁରୁଖୁରୁରେ ଚାଲିଛି । ପାରାଦୀପରେ ୪୫ଟି ବୁଥ ମଧ୍ୟରୁ ୪୪ଟି ବୁଥ୍ ସଖୀ ବୁଥ ହୋଇଥିବା ବେଳେ ଏହା ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଛି । ସେହିପରି ଗୋଟିଏ ବୁଥ ଭିନ୍ନକ୍ଷମ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଛି । ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିବା ବେଳେ ମତଦାତା ଭୋଟ ଦେଇ ଉତ୍ସାହିତ ଥିବା କହିଛନ୍ତି ।

    ଆଜି ହେଉଛି ଶେଷ ପର୍ଯ୍ୟାୟ ମତଦାନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ନିଜ ଗାଁ ସାନଗାଁରେ ପହଁଚି ଭୋଟ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ନିର୍ବାଚନର ଏହି ପବିତ୍ର ପର୍ବରେ ସମସ୍ତେ ସାମିଲି ହୋଇ ମତଦାନ କରିବା ପାଇଁ ନିବେଦନ କରିଛନ୍ତି ।

  • ବିଜେପି ଅଫିସରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

    ବିଜେପି ଅଫିସରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

    ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ କାଁ ଭାଁ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ମହିଷାସୁର ପଞ୍ଚାୟତ ୧୪୦ ନମ୍ୱର୍ ବୁଥ ପାଖରେ ଥିବା ବିଜେପି ପାର୍ଟି ଅଫିସରେ ହୋଇଛି ହିଂସା । ବିଜେଡିର କିଛି ଯୁବକ ଆସି ବିଜେପି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିବା ସହ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ, ବିଜେପି କର୍ମୀଙ୍କ ଅଭିଯୋଗ ମୁତାବକ, ଗତକାଲି ତାଙ୍କ ଅଫିସରେ ପଶି ବିଜେପି କର୍ମୀ ବ୍ୟାନର ଚିରାଚିରି କରିଥିବା ବେଳେ, ଆଜି ଜଣେ ଛୋଟ ପିଲା ଆସି ସେଠାରେ ଗଣ୍ଡୋଗୋଳ କରିବାକୁ ଉଦ୍ୟମ କରୁଥିଲା । ଏ ସମ୍ପର୍କରେ, ବିଜେପି କର୍ମୀ ପୋଲିସକୁ ଜଣାଇବାରୁ, ପୋଲିସ ସେ ପିଲାକୁ ସେଠାରୁ ଘଉଡାଇ ଦେଇଥିଲେ । ଏହାପରେ ବିଜେଡିର କିଛି ଯୁବକ ଆସି ବିଜେପି ଅଫିସରେ ଚେୟାର ଭଙ୍ଗାରୁଜା କରିଥିଲେ ।

    ବିଜେଡିର ଅଧିକ ବାହୁବଳ ଥିବାରୁ ସେ ଏପରି ହିଂସା କରୁଥିବା ଅଭିଯୋଗ ହୋଇଛି । ତେବେ, ଆସନ୍ତା ଜୁନ୍ ୪ ତାରିଖରେ ଜଣାପଡିବ କାହାର ଟଙ୍କା ବଳ ଅଧିକ, ଆଉ କାହାର ଲୋକବଳ ଅଧିକ ।

  • ବହି ବାହାନା,ବିରୋଧୀ ନିଶାନା

    ବହି ବାହାନା,ବିରୋଧୀ ନିଶାନା

    ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକ ପ୍ରେମକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ କରିଦେଇଛନ୍ତି ବିରୋଧୀ । ବୁକ୍ ଷ୍ଟୋରକୁ ଗଲେ ନିଜେ ମୁଖ୍ଯମନ୍ତ୍ରୀ। ସେଠାରୁ ଦୁଇଟି ବହି କିଣିବା ସହ ବିଲ ନିଜେ ପଇଠ କଲେ। ଗତ ରାତିରେ ମୁଖ୍ଯମନ୍ତ୍ରୀ ଓ ଭି କେ ପାଣ୍ଡିଆନ ମାଷ୍ଟର କ୍ଯାଣ୍ଟିନ ଛକକୁ ଯାଇ ସେଠାରେ ଥିବା ମଡର୍ଣ୍ଣ ବୁକ୍ ଡିପୋ ଭିତରେ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଦୋକାନୀ ଓ ଦୋକାନର ସବୁ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବା ବେଳେ ମୁଖ୍ଯମନ୍ତ୍ରୀ ସିଧା ବୁକ୍ ସେଲଫ୍ ଆଡକୁ ଆଗେଇ ଯାଇଥିଲେ। ଦୁଇଟି ବହି ଉଠାଇଥିଲେ ଓ ତାର ବିଲ ନିଜେ ୫୦୦ ଟଙ୍କିଆ ନୋଟରେ ଦେଇଥିଲେ। ମୁଖ୍ଯମନ୍ତ୍ରୀଙ୍କ ଏହି ବହି କିଣିବା ସମୟରେ ରାଜ୍ୟର ବହୁ ଟିଭି ଚ୍ୟାନେଲ ମଧ୍ୟ ସେଠାରେ ଉପସ୍ଥିତ ରହି ଖବର ସଂଗ୍ରହ କରିଥିଲେ। ମୁଖ୍ଯମନ୍ତ୍ରୀ କିଣିଥିବା ଗୋଟିଏ ବହି ‘ସିକ୍ରେଟ୍ସ ଅଫ ସିମିଳିପାଳ’ ଏକ ଭଲ ବହି ବୋଲି କହିଛନ୍ତି ନବୀନ। ଏଥିସହ ନିର୍ବାଚନ ପ୍ରଚାର ପରେ ସାମାନ୍ୟ ବିରାମ ପାଇଁ ବହି କିଣିଥିବା କହିଛନ୍ତି ନବୀନ।

    ସେପଟେ ମୁଖ୍ଯମନ୍ତ୍ରୀ ନିଜେ ଆସି ଦୋକାନରୁ ବହି କିଣିଥିବାକୁ ନେଇ ବେଶ ଖୁସି ଥିବା ସହ ଗର୍ବ ଅନୁଭବ କରିଛନ୍ତି ଦୋକାନର ମାଲିକ।

    ମୁଖ୍ଯମନ୍ତ୍ରୀ କିଣିଥିବା ‘ସିକ୍ରେଟ୍ସ ଅଫ ସିମିଳିପାଳ’ କୁ ନେଇ ଏବେ ଚର୍ଚ୍ଚା। ଏହି ବହିଟି ୨୦୨୧ରେ ବହିର ରଚୟିତା ଦେବବ୍ରତ ସ୍ବାଇଁ ନିଜେ ନବୀନଙ୍କୁ ଭେଟି ଦେଇଥିଲେ। ଏହା ପରେ ପୁଣି ମୁଖ୍ଯମନ୍ତ୍ରୀ ସେହି ବହି କିଣିବା ଓ ଆଇ ଲାଇକ୍ ଦିସ ‘ସିକ୍ରେଟ୍ସ ଅଫ ସିମିଳିପାଳ’ କହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏମିତି ନିଜେ ଦୋକାନକୁ ଯିବା ଓ ବହି କିଣିବା ପଛରେ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ନେତାଙ୍କ ଦ୍ବାରା ବାରମ୍ବାର ତାଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠାଯିବାକୁ ପ୍ରତିହତ କରିବାକୁ ଏପରି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି, ନବୀନଙ୍କର ଆଉ ଏକ ଛୋଟ ଭିଡିଓ ମଧ୍ୟ ବିଜେଡି ପକ୍ଷରୁ ଛଡା ଯାଇଛି। ଯେଉଁଥିରେ ସେ ଲୁଙ୍ଗି ଓ ଧଳା ଗଞ୍ଜି ପିନ୍ଧି ଏକ ଓଡିଆ ଚ୍ୟାନେଲ୍ ରେ ତାଙ୍କ ବହି କିଣିବାର ଖବର ଦେଖୁଛନ୍ତି । ଏହି ଭିଡିଓକୁ ନେଇ କୁହାଯାଉଛି କି ଦୁଇ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ANI କୁ ସାକ୍ଷାତକାର ଦେଇ ନବୀନଙ୍କ ଟିଭିରେ ଓଡିଆ ଚ୍ୟାନେଲ ନ ଥିବା କଥା କହିଥିଲେ। ତେବେ, କିଛି ଦିନ ହେବ ମୁଖ୍ଯମନ୍ତ୍ରୀ ପ୍ରେସ ବିଜ୍ଞପ୍ତି ଜାରି କରି ନିଜ ସ୍ବାସ୍ଥ୍ୟ ବିଷୟରେ ସ୍ପଷ୍ଟିକରଣ ଦେବା, ହସ୍ପିଟାଲ ଯିବା ଏବଂ ବହି କିଣିବା ପରି ଦୃଶ୍ୟକୁ ଦେଖି ବିଶେଷଜ୍ଞ କହୁଛନ୍ତି, ଯାହା ୨୪ ବର୍ଷରେ କେବେ ଦେଖିବାକୁ ମିଳି ନ ଥିଲା, ୨୦୨୪ ନିର୍ବାଚନ ଯୋଗୁ ତାହା ସମ୍ଭବ ହୋଇଛି । ତେବେ, ସେ ଯାହା ହେଉନା କାହିଁକି, ମୁଖ୍ଯମନ୍ତ୍ରୀଙ୍କ ବହି କିଣାକୁ ନେଇ ବିଭିନ୍ନ ବର୍ଗ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଉଛି।

  • ପୂର୍ବତଟ ରେଳ ଲୋକ ପାଇଲଟ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ଧର୍ମଘଟ

    ପୂର୍ବତଟ ରେଳ ଲୋକ ପାଇଲଟ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ଧର୍ମଘଟ

    ତାଳଚେର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନର ରେଳ ଲୋକ ପାଇଲଟ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଧର୍ମଘଟ କରିଛନ୍ତି, ଗତ ୨୩ ତାରିଖ ଠାରୁ ଏ ଧର୍ମ ଘଟ ଜାରି ରହିଥିବା ବେଳେ ସେମାନଙ୍କ ଲୋକୋ ପାଇଲଟ ମାନଙ୍କ ଦାବି ହେଉଛି ତାଙ୍କୁ କିଲୋମିଟର ପିଛା ପାରିଶ୍ରମିକ ମିଳୁନି, ରେଷ୍ଟ ରୁମର ବ୍ୟବସ୍ଥା ନାହିଁ ଏଥି ସହିତ ସେମାନଙ୍କୁ ତାଙ୍କର ଦୈନିକ ଡ୍ୟୁଟି ସମୟର ସମୟକୁ କାଟି ଦିଆ ଯାଉଛି, ସାଧାରଣତଃ ଟ୍ରେନ୍ ଇଞ୍ଜିନ ଗୁଡିକରେ ଏ.ସି. ରହୁ ନଥିବା କାରଣରୁ ଗରମ୍ ସମୟରେ ଟ୍ରେନ୍ ଚଳେଇବା ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ପାଲଟିଛି, ତେଣୁ ଏହିସବୁ ସମସ୍ୟାକୁ ରେଳର୍କୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇ ଆସୁଥିଲେ ମଧ୍ଯ ଏହି ସବୁ ଦାବି ଗୁଡ଼ିକୁ ସମାଧାନ କରିବାରେ ରେଲଭିଭାଗ ଦୃଷ୍ଟି ଦେଉ ନଥିବା ରେଳ କର୍ମଚାରୀ ମାନେ ଅଭଯୋଗ ଆଣିଛନ୍ତି।

    ତେବେ ଯେପର୍ଯ୍ୟନ୍ତ ତାଙ୍କର ଏସବୁ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଧର୍ମଘଟ ଜାରୀରହିବ ବୋଲି ରେଳ ଲୋକ ପାଇଲଟ କର୍ମଚାରୀ ଚେତାବନୀ ଦେଇଛନ୍ତି

  • ଚାଲିଛି ଶେଷ ପର୍ଯ୍ୟାୟ ମତାଦାନ, ବୁଥରେ ପହଁଚି ଭାଗ୍ୟ ପରୀକ୍ଷା କରୁଛନ୍ତି ନେତା

    ଚାଲିଛି ଶେଷ ପର୍ଯ୍ୟାୟ ମତାଦାନ, ବୁଥରେ ପହଁଚି ଭାଗ୍ୟ ପରୀକ୍ଷା କରୁଛନ୍ତି ନେତା

    ଆଜି ହେଉଛି ଶେଷ ପର୍ଯ୍ୟାୟ ମତ ଦାନ ଦିବସ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାଥୀ ଦୁର୍ଗା ପ୍ରସନ ନାୟକ ବୁଥ ନମ୍ବର ୨୨୭ ବୁଧେ ସ୍ୱରୀ ନୋଡାଲ ଉପ୍ରା ବିଦ୍ୟାଳୟ ଶ୍ରୀ ଚନ୍ଦନ ପୁରରେ ପହଁଚି ଲାଇନରେ ଠିଆ ହୋଇ ମତଦାନ କରିଛନ୍ତି, ନିର୍ବାଚନର ଏହି ପବିତ୍ର ପର୍ବ ରେ ସମସ୍ତେ ସାମିଲି ହୋଇ ମହାକାଳପଡ଼ା ର ବିକାଶ ଓ ରାଷ୍ଟର ବିକାଶ ପାଇଁ ମତଦାନ କରିବା ପାଇଁ ନିବେଦନ କରିଛନ୍ତି,

    ସେହିଭଳି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଅତନୁ ସବ୍ଯସାଚ୍ଚୀ ନାୟକ ଆଜି ସକାଳୁ ସକାଳୁ ନିଜ ଗାଁରେ ଭୋଟ ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ସାନ ଅଢଙ୍ଗା ଗାଁର ୨୩୦ ନମ୍ବର ବୁଥ୍ ରେ ସେ ମତଦାନ କରିଛନ୍ତି । ଭୋଟ ଦାନ କେନ୍ଦ୍ର ରେ ଶ୍ରୀ ନାୟକ ଧାଡିରେ ଯାଇ ଭୋଟ ହୋଇଛନ୍ତି । ସମସ୍ତଙ୍କର ମତଦାନ ଅଧିକାର ରହିଛି । ସଚେତନ ନାଗରିକ ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା କରି ସମସ୍ତେ ଆସି ନିଜ ନିଜର ମତ ଦେବାକୁ ସେ ଆହ୍ବାନ କରିଛନ୍ତି ।

    ତେବେ ଚତୁର୍ଥ ପର୍ଯ୍ଯୟ ସହ ଆଜି ସରୁଛି ଭୋଟ ଅପେକ୍ଷା ଜୁନ୍ ୪ କୁ କିଏ ମାରିବ ବାଜି କିଏ ପିନ୍ଧିବ ବିଜୟ ମୁକୁଟ

  • କଣ୍ଢେଇ ନୃତ୍ୟକୁ ବିଶ୍ବସ୍ତରରେ ପରିଚିତ କରାଇଥିବା ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ଦେହାନ୍ତ

    କଣ୍ଢେଇ ନୃତ୍ୟକୁ ବିଶ୍ବସ୍ତରରେ ପରିଚିତ କରାଇଥିବା ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ଦେହାନ୍ତ

    ବିଶିଷ୍ଟ କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତ । ଆଜି ଭୋର ସମୟରେ ତାଙ୍କ ପୈତୃକ ଘରେ ୮୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ପଦ୍ମଶ୍ରୀ କୁଅଁର। କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା।ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ବର୍ଗ। କିନ୍ତୁ କିଛି ଦିନ ପରେ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ତାଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ ମରଶରୀରରୁ ବେଢି ବସି ଶେଷ ବିଦାୟ ଦେଇଛନ୍ତି। କାନ୍ଦ ବୋବୋଳିରେ ଘର ଫାଟି ପଡିଛି। ପଦ୍ମଶ୍ରୀ କୁଅଁରଙ୍କ ବିୟୋଗରେ ରାଷ୍ଟ୍ରପତି ଟ୍ବିଟ୍ ଯୋଗେ ଦୁଃଖ ପ୍ରକାଶ କରିଛନ୍ତି।

    ପଦ୍ମଶ୍ରୀ କୁଅଁର ତାଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ବାରା କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚୟ ପ୍ରଦାନ କରିଛନ୍ତି। ୨୦୨୩ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଥିଲେ। ଏଠାରେ କହି ରଖୁଛୁ କି, ଗତ କିଛିଦିନ ତଳେ ସ୍ବର୍ଗତ କୁଅଁର ନିଜର ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ।