ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

ଗଜପତି ସୀମାନ୍ତ ତପ୍ତପାଣି ଘାଟି ନିକଟ ଶାନ୍ତି ନଗର ଖାଲକୁ ଖସିଲା ଟ୍ରକ । ଘଟଣାରେ ଡ୍ରାଇଭର ମୃତ l ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ନିକଟ ଶାନ୍ତି ନଗରରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।ବ୍ରାହ୍ମଣିଗାଁ ଠାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଖାଲ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଙ୍କ ସନ୍ଧାନ ମିଳୁନ ଥିବା ଜଣା ପଡିଛି l ମୃତ ଡ୍ରାଇଭର ଜଣଙ୍କ ହେଲେ ସୁରେଶ କୁମାର ଗୁରୁ । ନୟାଗଡ଼ ଜିଲ୍ଲା ସରପଡା ଅଂଚଳର ବୋଲି ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *