କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଭାରତୀୟ ଜନତା ପାର୍ଟୀର ବିଜୟ ଦିବସ ପାଳିତ l କଂଧମାଳ ଲୋକସଭା କ୍ଷେତ୍ରରେ ବିଜେପିର ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣଗ୍ରାହୀଙ୍କ ଙ୍କ ବିପୁଳ ବିଜୟ ଭାରତରେ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ବିଶେଷକରି ପଞ୍ଚସ୍ତରୀ ବର୍ଷ ପରେ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରୁଥିବାରୁ ବାଲିଗୁଡ଼ାରେ ବିଜେପି କର୍ମୀ ବିଜୟ ଦିବସ ପାଳନ କରିଛି l ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କର୍ମୀମାନେ ବାଲିଗୁଡ଼ା ସହର ସାରା ଆନନ୍ଦ ଉଲ୍ଲାସ ର ସହିତ ବୁଲି ମିଠା ବାଣ୍ଟିବା ସହିତ ବାଣ ଫୁଟାଇ ଥିଲେ । ସେହିପରି ଜି ଉଦୟଗିରି ଠାରେ ବିଜେପି ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ ବିଜେପି ର କର୍ମୀ,ନେତା,କାଉନସିଲର ଆଦି ସମସ୍ତ ବାଣ ଫୁଟାଇ,ମିଠା ବାଣ୍ଟି ବିଭିନ୍ନ ନାରା ଦେଇଥିଲେ।ଫୁଲବାଣୀ ଠାରେ ବିଜୟୀ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ,ଫୁଲବାଣୀ ବିଜେପି ବିଧାୟକ ଉମା ଶଙ୍କର ମଲ୍ଲିକ ଆଦି ବିରାଟ ଶୋଭାଯାତ୍ରା ରେ ସାରା ଫୁଲବାଣୀ ସହର ବୁଲିଥିଲେ। ସେହି ପରି ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୟୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ ବିଜୟୀ ଉଛବ ପାଳନ କରିଥିଲେ।

କଂଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣଗ୍ରାହୀ ବିଜୟୀ ହୋଇଥିବା ବେଳେ,ଫୁଲବାଣୀ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଉମା ଶଙ୍କର ମଲ୍ଲିକ,ଜି ଉଦୟଗିରି ରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ,ବାଲିଗୁଡ଼ା ରୁ ବିଜେଡି ପାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *