ମାଛଗାଁ ନିକଟସ୍ଥ ଦେବୀ ନଦୀରେ ୩ ଛାତ୍ର ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୨ ଛାତ୍ର ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅସାବଧାନତା ଯୋଗୁଁ ସେମାନେ ନଦୀରେ ବୁଡ଼ିଗଲେ ।
Category: ରାଜ୍ୟ ଖବର
-
୨୯ ଯାଏ ପଶ୍ଚିମା ଝଡ଼ ପ୍ରଭାବ.. ଆଜି ପାଇଁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବ (effects of West Cyclone)ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା(rain) ହେବା ଆଶଙ୍କା ରହିଛି । ଆଜି ୧୩ ଜିଲ୍ଲାରେ ଘଡ଼ଘଡ଼ି(Thunderstorm) ସହ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Regional Meteorological Center)ଏ ନେଇ ପୂର୍ବାନୁମାନ କରିଛି ।
ଆଜି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବା ନେଇ ସୂଚନା ମିଳିଛି । ସେଥିପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ(yellow warning) ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ପୁରୀ,ବାଲେଶ୍ୱର,ଗଞ୍ଜାମ,ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ । ଗତକାଲି ମଧ୍ୟାହ୍ନ ସମୟରେ ଟାଣ ଖରା ହେବା ସହ ଗୁଳୁଗୁଳି ଅନୁଭୂତ ହୋଇଥିଲ। ତେବେ ଅପରାହ୍ଣରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବିଭିନ୍ନ ଜିଲ୍ଲାରେ ବିଜୁଳି(lightning),ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଆସନ୍ତା ଦିନ ଗୁଡ଼ିକରେ ତାପମାତ୍ରାରେ(temperature) ସାମାନ୍ୟ ହ୍ରାସ(slight drop) ଘଟିବା ସହ ବର୍ଷା ଆଶଙ୍କା ରହିଛି ।
-
କେମିତି ମଲେ ରୁଚିସ୍ମିତା ?…ଖୋଳତାଡ଼ କରୁଛି ପୋଲିସ
ଆଲବମ ଅଭିନେତ୍ରୀ (Album actress)ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ(hanging body) ଉଦ୍ଧାର ହୋଇଛି । ବଲାଙ୍ଗିର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଙ୍କ ଘରୁ ଶବ ମିଳିଛି । ଏଭଳି ଘଟଣାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି (created confusion)କରିଛି ।
ଏକ କୋଠରୀରେ ରୁଚିସ୍ମିତାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ମାମୁଘର ଲୋକେ ପୋଲିସକୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ପହଞ୍ଚି ଶବକୁ ଜବତ (seized)କରିବା ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ପଠାଯାଇଥିଲା । ଅଭିନେତ୍ରୀ ରୁଚିସ୍ମିତା ଆତ୍ମହତ୍ୟା (suicide)କରିଥିବା ଅନୁମାନ କରାଯାଉଛି । ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିବା ବେଳେ ଖୋଳତାଡ଼ କରୁଛି ପୋଲିସ। ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିଥିବା ବେଳେ ଜଣେ ଭକ୍ତି ସଂଗୀତ(devotional singer) କଣ୍ଠଶିଳ୍ପୀ ଭାବେ ବେଶ୍ ଜଣାଶୁଣା ଥିଲେ । ଷ୍ଟେଜ୍ ସୋ’ରେ ମଧ୍ୟ କରୁଥିଲେ ରୁଚିସ୍ମିତା।
-
ଗଞ୍ଜାମକୁ ନବୀନଙ୍କ ଉପହାର..ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୨୦୦୦ କୋଟି,ମିଶନ ଶକ୍ତି ମା’ଙ୍କ ପାଇଁ ୬୧୪ କୋଟି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର,ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ (launched various projects)କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକ(land leases)ଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଛତ୍ରପୁରରେ ୩୫୦୦ ପଟ୍ଟା,ହିଞ୍ଜିଳିରେ ୪୫୦୦ ପଟ୍ଟା ଓ କବିସୂର୍ଯ୍ୟନଗରରେ ୧୧ ହଜାରରୁ ଅଧିକ ପଟ୍ଟା ପ୍ରଦାନ ହିତାଧିକାରୀ(beneficiaries)ଙ୍କୁ ଦିଆଯାଇଛି । ଏହି ଅବସରରେ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା (leading district)ବୋଲି ମତ ରଖିଥିଲେ । ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା(cooperation) କରିଥିଲେ ନବୀନ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା(medical facilities), 5Tରେ ସ୍କୁଲ୍ ରୂପାନ୍ତରୀକରଣରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ମଧ୍ୟ ମତ(opinion) ରଖିଥିଲେ ନବୀନ । ମିଶନ ଶକ୍ତି ମା’ମାନଙ୍କୁ ଉଚ୍ଚ ପ୍ରଶଂସା( praise)କରିବା ସହ ୬୧୪ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
-
ଆସନ୍ତା ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ…ପୁଞ୍ଜି ନିବେଶକଙ୍କୁ ଭେଟିବେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ତାରିଖରେ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ (high-level delegation)ସହ ଜାପାନ ଗସ୍ତ କରିବାର କାର୍ଯ୍ୟକ୍ରମ(scheduled to visit)ରହିଛି । ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀ(investor conference)ରେ ସେ ଯୋଗ ଦେବା ସହ ଓସାକା ମଧ୍ୟ ଗସ୍ତ କରିବେ ।
ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇ ୯ ତାରିଖରେ ଫେରିବେ (return)। ବ୍ୟକ୍ତିଗତ ସଚିବ (Private Secretary)ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା,ଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ,ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲକ୍ରିଷ୍ଣା ମଧ୍ୟ ନବୀନଙ୍କ ସହ ଗସ୍ତ କରିବେ ।
ଜାପାନର ପ୍ରମୁଖ ଶିଳ୍ପପତିମାନ(industrialists)ଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ (invest) ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସେ ଆହ୍ୱାନ କରିବେ । ୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ ପ୍ରମୁଖ ଭୂମିକା(major role) ଗ୍ରହଣ କରିଥିଲା । -
ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ…ବିଭିନ୍ନ କାର୍ଯ୍ୟକ୍ରମର କରିବେ ଶିଳାନ୍ୟାସ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ (visited)କରିଛନ୍ତି । ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହେଲିକପ୍ଟରରେ ସେ ଗଞ୍ଜାମ ଜିଲ୍ଲା ଅଭିମୁଖେ ବାହାରିଛନ୍ତି । କବିସୂର୍ଯ୍ୟନଗରରେ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ଏହି ଅବସରରେ ସେ ଜନସଭାକୁ(public meeting) ସମ୍ବୋଧିତ(address) କରିବେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର (various developmental works)ଶିଳାନ୍ୟାସ (foundation stone)କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଚେକ୍ ପ୍ରଦାନ କରିବେ । ଏଥିସହ ହିତାଧିକାରୀ(beneficiaries)ଙ୍କୁ GKP ପଟ୍ଟା ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ହିଞ୍ଜିଳିକାଟୁ ଗସ୍ତ କରି ସେଠାରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ । ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ SHGକୁ ଚେକ୍ ପ୍ରଦାନ(issue checks) ଏବଂ ହିତାଧିକାରୀଙ୍କୁ GKP ପଟ୍ଟା ପ୍ରଦାନ କରିବେ ସିଏମ୍ । ଅନ୍ୟପଟେ ଛତ୍ରପୁର ଅନ ହାଇସ୍କୁଲ ନିକଟରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। କାର୍ଯ୍ୟକ୍ରମ ଶେଷ କରି (completing)ଅପରାହ୍ଣ ୪ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।
-
ରାଜଧାନୀରେ ଏନକାଉଣ୍ଟର..ଅପରାଧୀ ଆହତ
ରାଜଧାନୀ ଭୁବନେଶ୍ୱରରେ ଏନ୍କାଉଣ୍ଟର(Encounter) । କୁଖ୍ୟାତ ଅପରାଧୀ (notorious criminal) ଜିତେନ୍ଦ୍ର ପଲାଇ ଓରଫ ଜିତୁକୁ ପୋଲିସ ଏନ୍କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଅପରାଧୀକୁ ଏନ୍କାଉଣ୍ଟର କରାଯାଇଛି। ଅପରାଧୀ ଜିତୁ ଦେହରେ ଗୁଳି ବାଜିଛି । ଆହତ (injuries)ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି(admit) କରାଯାଇଛି।
ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟରେ କୁଖ୍ୟାତ ଅପରାଧୀ ଜିତୁ ଏକ କାର୍ରେ ଆସୁଥିଲା । ଖବର ପାଇ (receiving the news)ଖାରବେଳନଗର ଥାନା ଆଇଆଇସି ଓ ତାଙ୍କ ଟିମ୍ ପିଛା (chased) କରିଥିଲେ। ସେହି ସମୟରେ ଅପରାଧୀ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ (In response)ପୋଲିସ ଜିତୁକୁ ଏନ୍କାଉଣ୍ଟର କରିଥିଲା।
-
ଜଘନ୍ୟ ହତ୍ୟା…ଘରେ ପଶି ମାରିଦେଲା..
ଦେବଗଡ଼ ଜିଲ୍ଲା ଦେବହରିହରପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ(Heinous murder) ।
ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗାଁର ଯୋଗୀନ୍ଦ୍ର ନାୟକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ତାଙ୍କ ଘର ଭିତରେ ପଶି ହତ୍ୟା କରିଛି । ମୃତକଙ୍କ ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ(covered in blood) ହୋଇଛି । ଆଜି ଜଣେ ସମ୍ପର୍କୀୟ ଭଉଣୀ ରିଆମାଳ ଥାନା ପ୍ରଶାସନକୁ ଜଣାଇବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ(investigation)ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ୍ ସହ ପୋଲିସ ଏହି ହତ୍ୟାକାଣ୍ଡର କାରଣ (reason) ଖୋଜୁଛି । -
ଗୋଡ଼ାଉଥିଲା ବୁଲା କୁକୁର…ଉଦ୍ଧାର କଲେ ଲୋକେ
ତବଲୋଇ ଦେଓଗାଁ ସଂରକ୍ଷିତ ଜଙ୍ଗଲରୁ ବାଟବଣା ହୋଇଥିବା ଏକ ହରିଣ ଛୁଆ(deer cub)କୁ ଉଦ୍ଧାର (rescue) କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ କିଛି ବୁଲା କୁକୁର ହରିଣ ଛୁଆକୁ ଗୋଡ଼ାଉଥିଲେ । ଧମା ଗଏନ୍ପୁରା ବକ୍ସି ଢାବା ନିକଟରେ କର୍ମଚାରୀମାନେ ତାକୁ ଉଦ୍ଧାର କରି ଧମା ବନ ବିଭାଗକୁ ଖବର ଦେଇଥିଲେ ।
ବନ ବିଭାଗ କର୍ମଚାରୀମାନେ ହରିଣ ଛୁଆକୁ ନେଇ ପରୀକ୍ଷା ନିରୀକ୍ଷା (conducted a test)କରିଥିଲେ। ହରିଣର କୌଣସି ସ୍ଥାନରେ କ୍ଷତବିକ୍ଷତ (injure)ହୋଇନାହିଁ । ଏହା ଏକ ଦେଢ଼ ବର୍ଷର ଅଣ୍ଡିରା ହରିଣ ଛୁଆ । ସେ ସୁସ୍ଥ ଥିବାରୁ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ (instructions of)ତାକୁ ପୁଣି ସେହି ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଧମା ରେଞ୍ଜର ସୂଚନା ଦେଇଛନ୍ତି।