ଖୋଲିଲା ଭେଇକିଲ୍ ସ୍କ୍ରାପିଂ ୟୁନିଟ୍

ଓଡ଼ିଶାରେ ଖୋଲିଲା ପ୍ରଥମ ଭେଇକିଲ୍ ସ୍କ୍ରାପିଂ ୟୁନିଟ୍ Empreo Premium (ଏମ୍ପ୍ରିଓ ପ୍ରିମିୟମ) । ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଠାରେ ଖୋଲିଛି ପ୍ରଥମ ସ୍କ୍ରାପିଂ ୟୁନିଟ୍ । ଗାଡ଼ି ବ୍ୟବହାରରେ ୧୫ ବର୍ଷରୁ ଅଧିକ ସମୟ ହୋଇଥିଲେ ଗାଡ଼ିକୁ ବିଡିଂ ପରେ ସ୍କ୍ରାପିଂ ୟୁନିଟକୁ ପଠାଯିବ । ଏସବୁ ଗାଡ଼ିର ପ୍ରଥମେ ବିଡିଂ କରାଯିବ । କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟର ବିଡିଂ ପୋର୍ଟାଲରେ ଅନଲାଇନରେ ପଞ୍ଜିକୃତ ହେବ । ଦେଶରେ ଏଯାଏ ୧୧ଟି ୟୁନିଟ୍ ଖୋଲାଯାଇଥିବା ବେଳେ ସେଥିରୁ ୭ଟି କାର୍ଯ୍ୟକ୍ଷମ ହୋଇଛି । ଏବେ ଓଡ଼ିଶାରେ ଖୋଲିଛି ପ୍ରଥମ ଭେଇକିଲ୍ ସ୍କ୍ରାପିଂ ୟୁନିଟ୍ ।

ସେପଟେ, Empreo Premium (ଏମ୍ପ୍ରିଓ ପ୍ରିମିୟମ) MD ଅବିନାଶ ସାମଲ କହିଛନ୍ତି ଯେ ପିତାପଲ୍ଲୀ ଠାରେ ଖୋଲାଯାଇଥିବା ସ୍କ୍ରାପିଂ ୟୁନିଟରେ କ୍ୟାପାସିଟି ଦୈନିକ ୪୦ରୁ ୫୦ ଗାଡ଼ି ରହିବ । ଦରକାର ପଡ଼ିଲେ ଆସନ୍ତା ଦିନରେ ଗାଡ଼ି ସଂଖ୍ୟା ବଢ଼ାଯାଇପାରେ । ସ୍କ୍ରାପିଂ କରିବା ଦ୍ୱାରା ବେଶୀ ଫାଇଦା ପାଇବେ ଗାଡ଼ି ଚାଳକ । ଅନ୍ୟପକ୍ଷେ ପୁରୁଣା ଏବଂ ଭଙ୍ଗା ଗାଡ଼ି ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ ବୋଲି MD କହିଛନ୍ତି ।

ଏଭଳି ଏକ ନୂଆ ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ । ଦୈନନ୍ଦିନ ପୁରୁଣା ଗାଡ଼ି ପାଇଁ ବାୟୁ ଅଧିକ ପ୍ରଦୂଷିତ ହେଉଥିଲା ଯାହାକୁ କେତେକାଂଶରେ ହ୍ରାସ କରାଯାଇପାରିବ । ଏଥିସହ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

One thought on “ଖୋଲିଲା ଭେଇକିଲ୍ ସ୍କ୍ରାପିଂ ୟୁନିଟ୍

  1. Those who have a vehicle for more than 15 years will be greatly benefited by the opening of this unit as they will get fair prices for the vehicles.

Leave a Reply

Your email address will not be published. Required fields are marked *