ମନ୍ତ୍ରୀଙ୍କ ବହିଷ୍କାର ସହ ଗିରଫ ଦାବି

ଶାସକ ବିଜେଡିକୁ କଡ଼ା ସମାଲୋଚନା କରିଛି ବିଜେପି । ବିଜେଡିର ଜଣେ ନେତ୍ରୀ ଯେ ଦଳ ପାଇଁ ଦୀର୍ଘ ୨୦ ବର୍ଷ କାମ କରି ଆସିଥିଲେ ସେ ଆଣିଛନ୍ତି ଯୌନ କେଳେଙ୍କାରୀ ଅଭିଯୋଗ । ରାଜ୍ୟ ଶ୍ରମମନ୍ତ୍ରୀଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ପୀଡ଼ିତା । ଯୌନ କେଳେଙ୍କାରୀ ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ଏଥିପାଇଁ ପୀଡ଼ିତାଙ୍କୁ ଦିନ ୧୦ଟାରୁ ରାତି ୧୨ଟା ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା । ମାମଲା ରୁଜୁ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି । ଦୁଃଖର ବିଷୟ ପୋଲିସ ଏଯାଏ ମନ୍ତ୍ରୀଙ୍କୁ ପଚରାଉଚୁରା କରିନାହିଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଆକ୍ସନ ନିଅନ୍ତୁ ଏବଂ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ । ଖୁବଶୀଘ୍ର ପୋଲିସ ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରିବାକୁ ପ୍ରେସମିଟରେ ଦାବି କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

Leave a Reply

Your email address will not be published. Required fields are marked *