ଲୋକଙ୍କୁ ମତୁଆଲା କରୁଛି ଆର୍ଯ୍ୟ ଖାନଙ୍କ ସ୍ୱର

ନିକଟରେ ଏକ ଅନ୍ତର୍ଜାତୀୟ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି କିଂଗ ଖାନଙ୍କ ଲାଡଲି ସୁହାନା ଖାନ।  ଏହା ପରେ ସେ ମିଡିଆ ସାମ୍ନାକୁ ଆସି ଏନେଇ ଦେଇଛନ୍ତି ପ୍ରତିକ୍ରିୟା। ଲାଡଲିଙ୍କ ସ୍ୱର ତ ଶୁଣିଲେ, ହେଲେ ପୁଅ ଆର୍ଯ୍ୟନଙ୍କ ସ୍ୱର ଶୁଣିଛନ୍ତି କି? ଆର୍ଯ୍ୟନଙ୍କ ସ୍ୱର ବହୁ ପୂର୍ବରୁ ପରଦାରେ ଶୁଣା ଯାଇଛି। ଏହା ଥିଲା ଏକ ବାଘର ସ୍ୱର। ଆନିମେଟେଡ ଫିଲ୍ମ ଲାୟନ କିଙ୍ଗରେ ଆର୍ଯ୍ୟନଙ୍କ ସ୍ୱର ଶୁଣିବାକୁ ମୁଳିଥିଲା, ଯେଉଁ ଫିଲ୍ମ ସିନେମା ଘରେ ତେହଲକା ମଚେଇଥିଲା।

ଅବଶ୍ୟ ଲାୟନ କିଙ୍ଗରେ ବାପା ଓ ପୁଅ ଉଭୟ ଦେଇଥିଲେ ସ୍ୱର। ହେଲେ ବର୍ତ୍ତମାନ ଯଦି ଆର୍ଯ୍ୟନଙ୍କ ସ୍ୱର ଶୁଣିବେ ତେବେ ଆବାକ୍ ରହିଯିବେ। ସ୍ୱର କିଙ୍ଗ ଖାନଙ୍କର ନାଁ ଆର୍ଯ୍ୟନଙ୍କର ତାହା ଠଉରାଇବା ମୁସ୍କିଲ। ପୁଅ ଆର୍ଯ୍ୟନର ସ୍ୱର ପୁରା ବାପା ସାହରୁଖଙ୍କ ପରି। ସାହରୁଖ ଯେଉଁଥିରେ ଜଙ୍ଗଲର ନ୍ୟାୟପ୍ରିୟ ରାଜା ମୁଫାସାକୁ ସ୍ୱର ଦେଇଥିବା ବେଳେ ପୁଅ ଆର୍ଯ୍ୟନ ଫିଲ୍ମରେ ମୁଖ୍ୟ ଚରିତ୍ର ଓ ମୁଫାସାର ପୁଅ ସିମ୍ବାକୁ ଦେଇଥିଲେ ସ୍ୱର । ହେଲେ ଦୁଇ ଜଣଙ୍କ ସ୍ୱର ଏମିତି ଥିଲା କି, ଗୌରୀ ମଧ୍ୟ ଦ୍ୱନ୍ଦ୍ୱରେ ପଡିଥିଲେ।

ସୋସିଆଲ ମିଡିଆରେ ଆର୍ଯ୍ୟଙ୍କ ସ୍ୱର ଥ୍ରୋବ୍ୟାକ୍ ଭିଡିଓ ଜୋରଦାର ଭାଇରାଲ ହୋଇଥିଲା। ବାପା ପୁଅଙ୍କ ସ୍ୱରକୁ ଲୋକଙ୍କୁ ପସନ୍ଦ ଆସୁଛି। ଆର୍ଯ୍ୟନଙ୍କ ସ୍ୱର ଶୁଣି ଆପଣଙ୍କୁ ଏମିତି ଲାଗିବ, ଯେମିତି ସାହରୁଖଙ୍କ ସ୍ୱର ଶୁଣୁଛନ୍ତି। ଲାୟନ କିଙ୍ଗର ସଫଳତା ପରେ ଲୋକଙ୍କ ମଧ୍ୟରେ ସବୁଠାରୁ ଅଧିକ କ୍ରେଜ୍ ଆର୍ଯନଙ୍କ ସ୍ୱର ପ୍ରତି ଥିଲା। ଏହି ସ୍ୱର ଶୁଣିବା ପରେ ଲୋକଙ୍କର ପ୍ରତିକ୍ରିୟା ଥିଲା କି, ସ୍ୱରରେ ଏମିତି କନଫିଡେନ୍ସ ଅଛି ତ ପରଦାକୁ ଯେତେବେଳେ ଆସିବେ ଧମାଲ କରିବେ ନିଶ୍ଚିତ।

Your email address will not be published. Required fields are marked *