ଆଜିଠୁ ଓଡ଼ିଆ ନବବର୍ଷ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଆଜି ମହା ବିଷୁବ ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ଆଜିର ଦିନକୁ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୁଏ । ପ୍ରତିବର୍ଷ ଏପ୍ରିଲ ୧୪ରେ ଏହି ପର୍ବ ଆସିଥାଏ । ଏହା ହେଉଛି ଚଳିତବର୍ଷର ପ୍ରଥମ ସଂକ୍ରାନ୍ତି। ବର୍ଷର ପ୍ରଥମ ସଂକ୍ରାନ୍ତି ଏବଂ ପ୍ରଥମ ଦିନଟିକୁ ଅତି ଧୁମଧାମରେ ପାଳନ କରାଯାଏ । କ୍ଷୀର,ଦହି,ଗୁଡ଼,କଦଳୀ ଓ ନଡ଼ିଆକୁ ମିଶାଇ ପଣା ପ୍ରସ୍ତୁତ କରାଯାଏ । ଏହାକୁ ପ୍ରଥମେ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ । ଆଜିର ଦିନରେ ବେଲ ପଣା ମଧ୍ୟ ପ୍ରସ୍ତୁତ କରାଯାଏ ।

ଆଜି ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେଉଛି । ଶାସ୍ତ୍ର ଅନୁଯାୟୀ ମହାଦେବଙ୍କ ଏକାଦଶ ଅବତାର ହେଉଛନ୍ତି ହନୁମାନ । ଭକ୍ତଙ୍କ ସବୁ ସଙ୍କଟକୁ ସେ ଦୂର କରିଥାନ୍ତି । ସେପଟେ, ଓଡ଼ିଆ ନବବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ସେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡ଼ିଶା ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *