ରାଜ୍ୟବାସୀଙ୍କୁ କଲବଲ କରୁଛି ‘ତାତି’

ରାଜ୍ୟବାସୀଙ୍କୁ ଅଡୁଆ କଲାଣି ଖରା । ୩ ଦିନ ହେଲା ତାତି ଲୋକଙ୍କୁ କଲବଲ କଲାଣି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ହେଲେ ଏବେ ତାତି ଚିନ୍ତା । ଘରୁ ବାହାରିବା କଷ୍ଟକର ହେଲାଣି । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା । ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ଥିଲା ୩୩ ଡିଗ୍ରୀ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱରରେ ସର୍ବାଧିକ ୩୩ ଡିଗ୍ରୀ, ପୁରୀରେ ୩୨.୨, ରାଜଧାନୀ ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ୩୧, ଚାନ୍ଦବାଲି ୩୦.୮, କେନ୍ଦୁଝର ୩୦.୪, ପାରାଦୀପ ୨୯.୮, ସମ୍ବଲପୁର ୨୯.୨, ଗୋପାଳପୁର ୨୮.୬ ଓ ହୀରାକୁଦରେ ୨୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଗାମୀ ଦୁଇ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି ଯେଉଁଥିପାଇଁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି । କିଛି ଜିଲ୍ଲାରେ ହିଟୱେଭ୍ ଆଲର୍ଟ ବି ଜାରି କରାଯାଇଛି । ୧୬ ତାରିଖ ପରେ ବର୍ଷା ହେବା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *