ବଚସାରୁ ଏସିଡ ମାଡ, 5 ଆହତ

ଜଗତସିଂହ ପୁର ଜିଲ୍ଲାରେ ଏସି଼ଡ ମାଡ। ତେବେ ସାଧାରଣତଃ ପ୍ରେମ ବ୍ୟାପାରରେ ଏସିଡ ମାଡ ହେଉଥିବା ବେଳେ ଏଠାରେ କିନ୍ତୁ ଦୁଇ ପଡୋଶୀଙ୍କ ବିବାଦରୁ ଏପରି ହୋଇଥିବା ସୂଚନା ରହିଛି। ଏଥିରେ 5 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛନ୍ତି। ଘଟଣାଟି ତିର୍ତ୍ତୋଲ ଥାନା ଅରଡ ଗ୍ରାମରେ ଗତକାଲି ରାତିରେ ଘଟିଛି।

ସୂଚନା ମୁତାବକ, ଗ୍ରାମର ବିପିନ ପଣ୍ଡା ଓ ତାଙ୍କ ପଡୋଶୀ ଭିତରେ ବହୁ ଦିନରୁ ବିଭିନ୍ନ କାରଣକୁ ନେଇ ଝଗଡା ହୋଇଆସୁଥିଲା। ଗତକାଲି ରାତିରେ ମଧ୍ୟ ଉଭୟ ପରିବାର ଭିତରେ ପୁଣି ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ପରିବାରର ଦୁଇ ଜଣ ବିପିନଙ୍କ ଘରେ ପସି ଏସିଡ ମାଡ କରିଥିଲେ। ଏହି ଆକ୍ରମଣରେ ବିପିନ, ତାଙ୍କ ପତ୍ନୀ ଓ ଝିଅ ଆହତ ହୋଇଥିବା ବେଳେ ଦୁଇ ଆକ୍ରମଣକରୀ ମଧ୍ୟ ଆହତ ହୋଇଛନ୍ତି।

ଏହି ଘଟଣା ପରେ ସମସ୍ତଙ୍କୁ ପ୍ରଥମେ ମଣିଜଙ୍ଗା ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଆକ୍ରମଣରେ ବିପିନ ଓ ତାଙ୍କ ପତ୍ନୀଙ୍କ ସ୍ଥିତି ଗୁରୁତର ଥିବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଝିଅକୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ଉଭୟ ପକ୍ଷରି ଥାନାରେ ଅଭିଯୋଗ ହୋଇଛି, ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

Leave a Reply

Your email address will not be published. Required fields are marked *