Category: ରାଜ୍ୟ ଖବର

  • ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

    ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

    କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ତାରିଣୀ । ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଅଞ୍ଚଳ । ତାରିଣୀ ପୀଠରେ ପ୍ରବଳ ଭିଡ଼ ।ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ ଚଇତି ପର୍ବ । ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋର୍ଡ ପକ୍ଷରୁ ପାଳିତ ହେଉଛି ମା’ଙ୍କ ଏହି ପର୍ବ। ରୀତିନୀତି ଅନୁସାରେ ମା’ ତାରିଣୀଙ୍କ ପୂଜା ଚାଲିଛି । ବିଶେଷ ପୂଜା ନୀତି ସହ ମାର୍ଜଣା,ମଙ୍ଗଳ ଆଳତି,ସ୍ନାନ,ମହାସ୍ନାନ,ବଡ଼ସିଂହାର ବେଶ,ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା ।

    ଚଇତିପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବା
    ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଏହାକୁ ବେଶ୍ ଉପଭୋଗ କରିଛନ୍ତି । ସନ୍ଧ୍ୟାରେ ମା’ଙ୍କ ଆଳତି,ପାଲାମଣ୍ଡପରେ ପ୍ରବଚନ ଓ ରାତିରେ ବାଦୀପାଲା ପରିବେଷଣ କରାଯାଇଥିଲା ।
    କେନ୍ଦୁଝରରୁ ହେମନ୍ତଙ୍କ ରିପୋର୍ଟ, ସୂଚନାଟିଭି 24×7

  • ବିଜେପିର ପ୍ରତିଷ୍ଠା ଦିବସ,’ସେବା ହିଁ ସଂଗଠନ’ଦଳର ମନ୍ତ୍ର

    ବିଜେପିର ପ୍ରତିଷ୍ଠା ଦିବସ,’ସେବା ହିଁ ସଂଗଠନ’ଦଳର ମନ୍ତ୍ର

    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

    ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟି ତାର ୪୪ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି । କୋଟିକୋଟି କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘଦିନ ଧରି ସମୟ,ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି । ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢ଼ି ତୋଳିଥିବା ସମସ୍ତ କାର୍ଯ୍ୟକର୍ତ୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ । ‘ସେବା ହିଁ ସଂଗଠନ’କୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି । ‘ସବକା ସାଥ୍,ସବକା ବିକାଶ,ସବକା ବିଶ୍ୱାସ,ସବକା ପ୍ରୟାସ’କୁ ମୂଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି ।

    ଓଡ଼ିଶାରେ ବିଜେପିକୁ ଯେଉଁ ଭଳି ଜନସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି,ତାକୁ ସୂଚାରୁ ରୂପେ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ନେତା ଓ କର୍ମୀ ସଂକଳ୍ପବଦ୍ଧ । ସମସ୍ତ ଜିଲ୍ଲା,ମଣ୍ଡଳ ଏବଂ ବୁଥ୍‌ ଗୁଡ଼ିକରେ ‘ପ୍ରତିଷ୍ଠା ଦିବସ’ ପାଳନ ହୋଇଯାଇଛି ।

  • BJPର OBC କାର୍ଡ…’ଗାଁ ଗାଁ ଚାଲ;ଘର ଘର ଚାଲ’ଅଭିଯାନ

    BJPର OBC କାର୍ଡ…’ଗାଁ ଗାଁ ଚାଲ;ଘର ଘର ଚାଲ’ଅଭିଯାନ

    ରାଜ୍ୟ ସମେତ ସାରା ଦେଶରେ ପଛୁଆ ବା ଓବିସି ବର୍ଗଙ୍କ ସଂଖ୍ୟା ଅଧିକ । ସେମାନଙ୍କୁ ଯେତେବେଳେ ଅଧିକାର ଦିଆଗଲା ସେତେବେଳେ ମୋଦିଙ୍କୁ ଅପମାନିତ କଲେ ରାହୁଲ ଗାନ୍ଧି । ତାଙ୍କ ମନ୍ତବ୍ୟ ଓବିସି ବର୍ଗ ପ୍ରତି ହୀନ ମାନସିକତାର ପ୍ରମାଣ ଦେଲା । କଂଗ୍ରେସ କେବେ ବି ପଛୁଆ ବର୍ଗଙ୍କ ଉନ୍ନତି ଚିନ୍ତା କରିନାହିଁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରେସମିଟରେ କହିଛନ୍ତି ।

    ସେହିଭଳି ରାଜ୍ୟରେ ଦୀର୍ଘ ୨୩ ବର୍ଷ ହେଲା ବିଜେଡି ଶାସନ କରୁଛି । ପଛୁଆ ବର୍ଗଙ୍କ ପ୍ରତି ଶାସକ ଦଳର ଆଦୌ ଦରଦ ନାହିଁ । ରାଜ୍ୟ ସରକାର ତାଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖୁଥିବା ଅଭିଯୋଗ କରିଛି ଓବିସି ମୋର୍ଚ୍ଚା । ବିଭିନ୍ନ ବାହାନା କରି କଥାକୁ ବୁଲେଇବାଲେଇ ୫୪ ଭାଗ ଓବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇଛି । ଗତ ବିଧାନସଭାରେ ଓବିସି ମାନଙ୍କ ପାଇଁ ଏକ ସଂଶୋଧିତ ବିଲ୍ ଆଗତ କରିବା ପାଇଁ କାର୍ଯ୍ୟସୂଚୀରେ ସ୍ଥାନିତ କରାଗଲା ମାତ୍ର ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରି ନିଆଗଲା ।

    ରାଜ୍ୟର ୫୪ ଭାଗ ପଛୁଆ ବର୍ଗଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବା, ସାମ୍ବିଧାନିକ ଅଧିକାର ବିଷୟରେ ସେମାନଙ୍କୁ ମନେ ପକାଇଦେବା ପାଇଁ ସ୍ୱର ଉଠାଇବା ଜରୁରୀ । ଏହି ଦୃଷ୍ଟିରୁ ବିଜେପି ଓବିସି ମୋର୍ଚ୍ଚା ବର୍ତ୍ତମାନ ‘ଗାଁ ଗାଁ ଚାଲ;ଘର ଘର ଚାଲ’ଅଭିଯାନ ଆରମ୍ଭ କରୁଛି । ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଚାଲିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

  • ‘ଓଡ଼ିଶାରେ ପୁଞ୍ଜି ନିବେଶ କର’..ଜାପାନରେ ଆହ୍ୱାନ କରିବେ ନବୀନ

    ‘ଓଡ଼ିଶାରେ ପୁଞ୍ଜି ନିବେଶ କର’..ଜାପାନରେ ଆହ୍ୱାନ କରିବେ ନବୀନ

    ଆଜିଠାରୁ ୭ ଦିନିଆ ଜାପାନ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ( high-level delegation)ସହ ସେ ଜାପାନ ଗସ୍ତରେ ଯାଇଛନ୍ତି । ୯ ତାରିଖ ଯାଏ ଜାପାନରେ ରହିବେ ମୁଖ୍ୟମନ୍ତ୍ରୀ । ସେ ଟୋକିଓ,କ୍ବୋଟୋ ଓ ଓସାକା ଆଦି ସ୍ଥାନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

    ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଶେଷକରି କେମିକାଲସ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ,ଫୁଡ୍ ପ୍ରୋସେସିଂ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ଏହାର ଫାଇଦା (advantage)ନେବାକୁ ନିବେଶକାରୀ (Investors)ଙ୍କୁ ଆହ୍ୱାନ କରିବେ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭ(Conclave)ରେ ‘ଜାପାନ’ କଣ୍ଟ୍ରି ପାଟର୍ନର ଭାବେ ସାମିଲ ହୋଇଥିବା ବେଳେ ୨୦୧୮ ଓ ୨୦୨୨ରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, 5T ସଚିବ ଭି.କେ ପାଣ୍ଡିଆନ,ଶିଳ୍ପ ସଚିବ ହେମନ୍ତ ଶର୍ମା ଭଳି ଅଧିକାରୀମାନେ ଜାପାନ ଯାଇଛନ୍ତି। …

  • ଗଡ଼ିବ ମେଟ୍ରୋ ଟ୍ରେନ୍…TECHNOLOGY ଦେବ JAPAN !

    ଗଡ଼ିବ ମେଟ୍ରୋ ଟ୍ରେନ୍…TECHNOLOGY ଦେବ JAPAN !

    METRO TRAIN IN ODISHA

    ବଦଳିବ ଓଡ଼ିଶା ରୂପରେଖ(face) । ଦିଲ୍ଲୀ ଭଳି ଓଡ଼ିଶାରେ ବି ଚାଲିବ ମେଟ୍ରୋ ଟ୍ରେନ୍ (Metro trains)। ଗଠନ ହେବ ନୂଆ ଓଡି଼ଶା । ଏଭଳି ସ୍ୱପ୍ନ ଦେଖି ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି । ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଚାଲିବ ମେଟ୍ରୋ ଟ୍ରେନ୍ । ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ । ଏ ନେଇ ଡାଇଗ୍ରାମ୍ ପ୍ରସ୍ତୁତ ହୋଇଛି । ପରେ ପରେ କଟକ, ଖୋର୍ଦ୍ଧା ଓ ପୁରୀକୁ ସଂଯୋଗ କରାଯିବ । ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ କରିବା କାଠିକର ପାଠ ତଥାପି ସରକାର ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା କିଛି ବର୍ଷରେ ଜନସଂଖ୍ୟା ଆହୁରି ବଢ଼ିବ, ଟ୍ରାଫିକ୍ ସମସ୍ୟା ବି ଦେଖାଦେବ । ଭିଡ଼ (crowd)କମାଇବା ପାଇଁ ସରକାର ଏବେଠୁ ଉଦ୍ୟମ ଆରମ୍ଭ କଲେଣି ।

    ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଛି ଓଡ଼ିଶା । କ୍ରୀଡ଼ା କ୍ଷେତ୍ରରେ ହେଉ ଅବା ବନୀକରଣ । ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳଯୋଗାଣ କ୍ଷେତ୍ରରେ ସରକାର ସଫଳତା ପାଇଛନ୍ତି । ଦିନକୁ ଦିନ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ମିଶନ ଶକ୍ତି, ଆହାର, 5T ଭଳି ଯୋଜନାରେ ଲୋକଙ୍କୁ ଫାଇଦା ମିଳିପାରୁଛି । ଏଭଳି ସ୍ଥିତିରେ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।

    ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ଏଥିପାଇଁ ଆବଶ୍ୟକ ଟୋକ୍ନୋଲୋଜି ମିଳିବ କେଉଁଠୁ । ଜାପାନ ଟେକ୍ନୋଲୋଜି'(Japan’s technology)ର ଗନ୍ତାଘର। ଆସନ୍ତାକାଲି ଅର୍ଥାତ୍ ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି । ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଜାପାନରୁ ପାଇବେ ନବୀନ । ଏହି ଗସ୍ତରେ ସେ ଏକ୍ସପର୍ଟମାନଙ୍କ(experts) ସହ ଆଲୋଚନା କରିବେ । ଉପଯୁକ୍ତ ଜ୍ଞାନକୌଶଳ ଜାପାନରୁ ଆସିବା ନେଇ ଆଶା କରାଯାଉଛି । ଏଥିସହ ପୁଞ୍ଜିନିବେଶ ନେଇ ମଧ୍ୟ ସେଠାରେ ଆହ୍ୱାନ କରିବେ ରାଜ୍ୟ ସରକାର ।

    ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ନିଜର ଦବଦବା ଜାହିର କରିଛି ଓଡ଼ିଶା । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରି ବିଶ୍ୱରେ ପୁରସ୍କୃତ ହୋଇଛି ରାଜ୍ୟ । କୋଣ, ଅନୁକୋଣରେ ନବୀନ ସ୍ଲୋଗାନ । ନବୀନ ଯେଉଁଠି ବିଜୟ ସେଇଠି । ଖୁବଶୀଘ୍ର ମେଟ୍ରୋ ରେଳ ପ୍ରୋଜେକ୍ଟ ଆରମ୍ଭ ହେବ । ‘ମୋ ବସ୍’ସେବା ଭଳି ଯାତ୍ରୀଙ୍କୁ ଏଭଳି ଟ୍ରେନ୍ ସେବା ମିଳିବ ।

  • କାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ…ତ୍ରୁଟିଶୂନ୍ୟ ମୂଲ୍ୟାୟନକୁ ଗୁରୁତ୍ୱ

    କାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ…ତ୍ରୁଟିଶୂନ୍ୟ ମୂଲ୍ୟାୟନକୁ ଗୁରୁତ୍ୱ

    ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୩ ତାରିଖ ଠାରୁ ଚଳିତବର୍ଷର ମାଟ୍ରିକ ସମ୍ମେଟିଭ୍-୨ (matric summative-2) ପରୀକ୍ଷା ଖାତା ମୂଲ୍ୟାୟନ (Audit work)ହେବ । ୫୬ଟି କେନ୍ଦ୍ରରେ ୧୫ ତାରିଖ ଯାଏ ଖାତାଦେଖା କାମ ଜାରି ରହିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(BSE) ପକ୍ଷରୁ ଏସଓପି ଜାରି କରାଯାଇଛି ।

    ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ (erroneous ratings)ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ବୋର୍ଡ କର୍ତ୍ତୃପକ୍ଷ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଆଲୋଚନା ପରେ ରେଜଲ୍ଟ ପ୍ରକାଶ ପାଇବ । ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

    ସେପଟେ, ଶନିବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଓଡ଼ିଆ ପାଠ୍ୟ ପୁସ୍ତକ ବାହାର ରାଜ୍ୟକୁ ବିତରଣ କରାଯାଇଛି । ପ୍ରଥମଥର ଛାତ୍ରଛାତ୍ରୀଙ୍କ ପାଇଁ ଡାଏରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ ହୋଇଛି । ପୂର୍ବରୁ ରାଜ୍ୟ ଭିତର ଜିଲ୍ଲାଗୁଡ଼ିକୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ପୋଷ୍ଟର ପଠାଯାଇଥିଲା । ଆସନ୍ତାକାଲି ଠାରୁ ନୂଆ ସେସନ(session) ପାଠପଢ଼ା ଆରମ୍ଭ ହେବ ।

  • ମେଟ୍ରୋରେ ବୁଲିବା ୪ ସହର..ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ୍

    ମେଟ୍ରୋରେ ବୁଲିବା ୪ ସହର..ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ୍

    ଶେଷରେ ଆଜି ମେଟ୍ରୋ ଟ୍ରେନ୍‌ (metro train)କୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍ (green signal)। ଏଭଳି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ(approved) ଦେଇଛନ୍ତି । ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ ଏହି ମେଟ୍ରୋ ଟ୍ରେନ୍ । ପ୍ରାଥମିକ ପର୍ଯ୍ୟାୟ(initial phase)ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି । ପରେ ପରେ ଭୁବନେଶ୍ୱର ସମେତ କଟକ, ଖୋର୍ଦ୍ଧା ଓ ପୁରୀକୁ ଗଡ଼ିବ ଟ୍ରେନ୍ ।

    5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ଉନ୍ନୟନ କମିଶନର ଅନୁ ଗର୍ଗ,ପରିବହନ ସଚିବ ଉଷା ପାଢ଼ୀ,ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନ,ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ,ବାଣୀବିହାର,ଜୟଦେବ ବିହାର,ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍‌ ରିଭ୍ୟୁ(review) କରିଥିଲା ।

    ବିଶେଷକରି ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଅତି କମରେ ୧୦ ବର୍ଷ ସମୟ ଲାଗିବ । ଏହି ସମୟ ମଧ୍ୟରେ ଟ୍ୱିନ୍ ସିଟିରେ ଲୋକସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଇଥିବ । ତେଣୁ ଆସନ୍ତା ଦିନରେ ଭିଡ଼ (crowd)କମାଇବା ପାଇଁ ଏବେଠୁ ମେଟ୍ରୋ ଟ୍ରେନ୍ କାମ କରିବା ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନୁଗୁଳ-ସୁକିନ୍ଦା ରେଲୱେର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

  • ବର୍ଷାରେ ଭିଜିଲା ରାଜ୍ୟ..ଟ୍ୱିନ୍ ସିଟି ବେହାଲ

    ବର୍ଷାରେ ଭିଜିଲା ରାଜ୍ୟ..ଟ୍ୱିନ୍ ସିଟି ବେହାଲ

    RAINING IN ODISHA

    ଗତକାଲି ରାତି ଏବଂ ଆଜି ଭୋରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା(rain) ହୋଇଛି । ଟୁଇନ୍ ସିଟି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ବର୍ଷା ହୋଇଛି । ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଯାଜପୁର ଭଳି ଜିଲ୍ଲାର କିଛି ସ୍ଥାନରେ ପଶ୍ଚିମା ଝଡ଼ (westerly storm)ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ବିଜୁଳି,ଘଡ଼ଘଡ଼ି (lightning and thunder)ସହ ପ୍ରବଳ ବର୍ଷା ହୋଇଛି । ଆଜି ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Regional Meteorological Center)ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଧୀରେ ଧୀରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷା ଛାଡ଼ି ପାଗ ଶୁଖିଲା ରହିବ ।

    ଗତକାଲି ଅପରାହ୍ଣ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨ରୁ ୩ ଘଣ୍ଟା ଯାଏ ବର୍ଷିଥିଲା । ଜଗତ୍‌ସିଂହପୁରରେ ସର୍ବାଧିକ ୩୩.୨ ମିମି, ନୟାଗଡ଼ରେ ୧୩ ମିମି,ଢେଙ୍କାନାଳରେ ୨୮.୬ମିମି, ଚାନ୍ଦବାଲିରେ ୧୦ ମିମି ଲେଖାଏଁ ବର୍ଷା ହୋଇଛି । କିଛି ସ୍ଥାନରେ ରାତି ସାଢ଼େ ୧୦ଟା ଯାଏ ବର୍ଷା ହୋଇଥିଲା ।

  • ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’…ବନ୍ଦେ ଉତ୍କଳ ଜନନୀ

    ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’…ବନ୍ଦେ ଉତ୍କଳ ଜନନୀ

    UTKAL DIVAS

    ଆଜି ଏପ୍ରିଲ ୧ ଉତ୍କଳ ଦିବସ । ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା । ଏହି ମାନ୍ୟତା ପାଇବାର ୮୭ ବର୍ଷ ପୂର୍ଣ୍ଣ ହୋଇଛି । ଆଜିର ଉତ୍କଳ ଦିବସ(Utkala Divas)କୁ ଆନନ୍ଦ ଉଲ୍ଲାସର ପାଳନ କରାଯାଉଛି ।

    ୧୯୩୬ ମସିହା ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ କିଛି ଅଂଶ ମିଶି ରହିଥିବା ବେଳେ ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧୀନରେ ଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ମହାପୁରୁଷଙ୍କ ଉଦ୍ୟମ ଯୋଗୁଁ ଶେଷର ରାଜ୍ୟର ସବୁ ଅଂଶ ଏକ ହୋଇଥିଲା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ବନିଥିଲା । ସେହିଦିନକୁ ମନେ ରଖିବା, ରାଜ୍ୟର ଇତିହାସ, ଗଠନ ସମ୍ପର୍କରେ ତଥ୍ୟ ହାସଲ କରିବା, ତଥା ସେହି ଦିନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଆମେ ଉତ୍କଳ ଦିବସ ପାଳନ କରୁଛେ ।

    ଉତ୍କଳ ଦିବସକୁ ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି । ରାଜଧାନୀର ପ୍ରମୁଖ ସରକାରୀ ଅଫିସ, ବିଧାନସଭା,ଲୋକସେବା ଭବନ, କମିସନରେଟ୍ ପୋଲିସ ମୁଖ୍ୟାଳୟ ବିଭିନ୍ନ ଆଲୋକମାଳାରେ ସଜ୍ଜିତ ହୋଇଛି । ଆଜିର ଉତ୍କଳ ଦିବସ ଅବସରରେ Suchanatv24x7 ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

  • ୪ ଦିନ ଝଡ଼ବର୍ଷା ଆଶଙ୍କା..୩୧ରେ ୫ ଜିଲ୍ଲାକୁ ୱାର୍ଣ୍ଣିଂ

    ରାଜ୍ୟକୁ ଏବେ ପଶ୍ଚିମା ଝଡ଼ ପ୍ରଭାବ ରହିଛି । ଗତକାଲି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି (lightning and thunder)ଜନିତ ବର୍ଷା ହୋଇଛି । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଝଡ଼ବର୍ଷା (stormy rain) ଆଶଙ୍କା ରହିଛି । ୨୯ ତାରିଖ ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ଅନ୍ୟ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବ । ଏହାର ପ୍ରଭାବରେ ୩୧ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ(heavy rain) । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Regional Meteorological Center)ପକ୍ଷରୁ ସୂଚନା ମିଳିଛି ।

    ଆଜି ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଭଳି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଘଣ୍ଟାପ୍ରତି ବେଗ( Wind speed)ମଧ୍ୟ ୩୦ରୁ ୪୦ କିଲୋମିଟର ମଧ୍ୟ ରହିପାରେ । ୨୯ ତାରିଖ ଅର୍ଥାତ୍ ଆସନ୍ତାକାଲି ସାମାନ୍ୟ ଖରାଟିଆ ପାଗ ରହିବା ସମ୍ଭାବନା ଥିବାବେଳେ ପୁଣି ୩୦ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବିତ କରିବ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼, କନ୍ଧମାଳ, ଝାରସୁଗୁଡ଼ା ଭଳି କିଛି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି (predicted)ପାଣିପାଗ ବିଭାଗ ।