ଆୟ ବହିର୍ଭୂତ ସଂପତ୍ତି ଠୁଳ: ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ପ୍ରଦୀପ ପାଣିଗ୍ରାହୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଛନ୍ତି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି ଭିଜିଲାନ୍ସ।

ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ବିବରଣୀ ବାହାର କରାଯାଇଥିଲା। ଏଥିରୁ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ସନ୍ତୋଷଜନକ ଉତ୍ତର ପାଇନଥିଲା ଭିଜିଲାନ୍ସ।

ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍‌କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *