ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା

ରାଜଧାନୀର ସର୍ବପୁରାତନ ବିଜେବି କଲେଜ ପରିସରରେ ପୁଣି ଦେଖା ଦେଇଛି ଉତ୍ତେଜନା। କଲେଜ ପରିସରରେ ଅଣଛାତ୍ର ପସି ଛାତ୍ରଙ୍କୁ କରିଛନ୍ତି ଆକ୍ରମଣ। ଛାତ୍ରଙ୍କ ଖେଳରେ ଅଣଛାତ୍ରଙ୍କୁ ସାମିଲ ନ କରିବାକୁ ନେଇ ହୋଇଥିବା ଆକ୍ରମଣରେ ୩ ଛାତ୍ର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥାନାରେ ଅଭିଯୋଗ ହୋଇଛି। ଥାଥଥ

ଖବରରୁ ପ୍ରକାଶ କି, କଲେଜର ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିଲେ। ଏହି ସମୟରେ କିଛି ଅଣଛାତ୍ର ସେଠାରେ ପହଞ୍ଚି ଖେଳିବାକୁ ଚାହିଁଥିଲେ।  ଛାତ୍ରମାନେ ମନା କରିଦେଇଥିଲେ। ଫଳରେ ଛାତ୍ର ଓ ଅଣଛାତ୍ରଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଅଣଛାତ୍ରମାନେ ଛାତ୍ରଙ୍କୁ ନିର୍ଧୁମ ମାଡମାରିଥିଲେ। ଏଥିରେ 3 ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ କି, ବିଜେବି କଲେଜ ଓ ଗଣ୍ଡଗୋଳ ଯେମିତି ସାଧାରଣ ଘଟଣାରେ ପରିଣତ ହୋଇଛି। କିଛି ଦିନ ତଳେ, ରାତିରେ କଲେଜ ପଛପଟେ, ଇଣ୍ଟିଗ୍ରେଟେଡ଼ ଏମ୍‌ବିଏ ଛାତ୍ର ଶାଶ୍ବତ ପଣ୍ଡାଙ୍କୁ କିଛି ଯୁବକ ମଣାନ୍ତକ ଆକ୍ରମଣ କରିଥିଲେ। ଶାଶ୍ବତଙ୍କୁ କାଚ ବୋତଲରେ ଆକ୍ରମଣ ହୋଇଥିଲା। କେତେବେଳେ ଅଣଛାତ୍ରଙ୍କ ଆତଙ୍କ ତ ପୁଣି କେତେବେଳେ ରାଗିଂ ପରି ଘଟଣାକୁ ନେଇ କଲେଜ ପରିସରରେ ସୃଷ୍ଟି ହେଉଛି ଉତ୍ତେଜନା।

Leave a Reply

Your email address will not be published. Required fields are marked *