ମୋଦୀଙ୍କ ସ୍ଥିତି ରାଜୀବଙ୍କ ପରି ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ। ରାଜୀବ ଗାନ୍ଧୀଙ୍କ ପରି ଅବସ୍ଥା ହେବ ମୋଦୀଙ୍କର। କେରଳ ଗସ୍ତ କାଳରେ ଆତ୍ମଘାତୀ ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କୁ ଉଡାଇ ଦିଆଯିବ। ମାଲାୟାଲମରେ ଲିଖିତ ଚିଠିଟି କୋଚିସ୍ଥିତ ବିଜେପି ଅଫିସକୁ ଆସିଥିଲା। ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୂରା କେରଳକୁ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ସୋମବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ କେରଳ ଗସ୍ତରେ ଯାଉଛନ୍ତି। ଗସ୍ତ କାଳରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଓ ୱାଟର ମେଟ୍ରୋର ଶୁଭାରମ୍ଭ କରିବେ ମୋଦୀ।

କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ କହିଛନ୍ତି ଯେ ଚିଠିଟି ମାଲାୟାଲାମ ଭାଷାରେ ଲେଖା ହୋଇଛି। ସପ୍ତାହେ ତଳେ ଦଳର କୋଚି ସ୍ଥିତ ଆଞ୍ଚଳିକ ଅଫିସକୁ ଚିଠି ଆସିଥିଲା। ପୁଲିସ ଡିଜିଙ୍କୁ ଚିଠି ହସ୍ତାନ୍ତର କରାଯାଇଛି। ମାମଲାରେ ପୁଲିସ୍  ଜନି ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। କାରଣ ତାଙ୍କ ଘରର ଠିକଣା ଚିଠିରେ ରହିଛି। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି। କେହି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଜନି କହିଛନ୍ତି। ପୁଲିସ ଯାଞ୍ଚରୁ ହାତଲେଖା ଜନିଙ୍କ ନଥିବା ଜଣାପଡିଛି।  

Leave a Reply

Your email address will not be published. Required fields are marked *