ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି । ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ସରକାର ବିଧିବଦ୍ଧ ଭାବେ ଗ୍ରୀଷ୍ମଛୁଟି ଘୋଷଣା କରିବେ ।

ଗତ କିଛି ଦିନ ହେଲା ରାଜ୍ୟରେ ତାତି ଅସହ୍ୟ ହେଲାଣି । ଗୁଳୁଗୁଳି ସହ ତାପମାତ୍ରା ବଢୁଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହେଉଛି । ସ୍କୁଲ ବାରମ୍ବାର ଛୁଟି ଘୋଷଣା ହେଉଛି । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରୁଛି । ଦିନ ବଢ଼ିବା ସହ ତାତି ମଧ୍ୟ ବଢୁଛି । ସକାଳ ୮ଟା ପରଠୁ ଧୀରେ ଧୀରେ ରାଜଧାନୀ ରାସ୍ତା ଶୂନଶାନ ହେଉଛି । ଆହୁରି କିଛି ଏଭଳି ସ୍ଥିତି ଲାଗି ରହିବ । ତେଣୁ ଆଗୁଆ ପିଲାଙ୍କ ସ୍କୁଲ ଛୁଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେତେଦିନ ଯାଏ ସ୍କୁଲ ଛୁଟି ରହିବ, ଏହାର ନିୟମାବଳୀ କ’ଣ ସେ ନେଇ ଆଜି ବିସ୍ତୃତ ଭାବେ ଘୋଷଣା କରିବେ ସରକାର ।

Leave a Reply

Your email address will not be published. Required fields are marked *