ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ା ନଂ-୧

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ତାତି ଅସହ୍ୟ ହେଲାଣି । ଘରୁ ବାହାରିବା ପାଇଁ ଲୋକେ ମନ କରୁନାହାଁନ୍ତି । ସକାଳୁ ସକାଳୁ ତାପମାତ୍ରା ବଢୁଛି । ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି । ଆଜି ବି ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା ।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଅର୍ଥାତ୍ ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୩୯.୮ ଡିଗ୍ରୀ ଥିବାବେଳେ କେନ୍ଦୁଝରରେ ତାପମାତ୍ରା ଥିଲା ୩୯.୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୮.୪ ଓ ହୀରାକୁଦରେ ୩୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା । ସେହିପରି ଚାନ୍ଦବାଲିରେ ୩୭.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ଗୋପାଳପୁରରେ ଥିଲା ୩୬ ଡିଗ୍ରୀ । ପୁରୀରେ ୩୪ ଡିଗ୍ରୀ,ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *