ତାତି ଅସହ୍ୟ, ଆହୁରି ୩ ଦିନ କଲବଲ କରିବ

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାତି ଅସହ୍ୟ ହୋଇଛି । ଆଜି ବି ତ୍ରାହି ପାଇବା କଷ୍ଟକର । କାରଣ ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ଛୁଇଁଛି । ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଏଭଳି କଲବଲ କରିବ ତାତି ।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ବର୍ଷାର ଆଶଙ୍କା ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ଆସିବା ସମ୍ଭାବନା କ୍ଷୁର୍ଣ୍ଣ ଥିବାବେଳେ ୨୧ରୁ କାଳବୈଶାଖୀ ବର୍ଷା ହୋଇପାରେ । ଆଜି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ,ପୁରୀ,ଜଗତସିଂହପୁର ଓ ସମ୍ବଲପୁର ଭଳି ଜିଲ୍ଲା ଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସତର୍କ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *